/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702024545.jpg)
Mohua Moitra
ଯାଇପାରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ପଦ । ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାର ତଦନ୍ତ କରି ପାର୍ଲାମେଣ୍ଟ ଏଥିକ୍ସ କମିଟି ପକ୍ଷରୁ ଆଜି ଲୋକସଭାରେ ରିପୋର୍ଟ ଉପସ୍ଥାପନ ହୋଇଛି । ପ୍ରାୟ ୫ଶହ ପୃଷ୍ଠାର ରିପୋର୍ଟରେ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରାଯାଇଛି ।
ମହୁଆଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ, ଅନୈତିକ, ଘୃଣ୍ୟ ଓ ଅପରାଧିକ । ଏଥିସହ ତାଙ୍କ ଆର୍ଥିକ କାରବାର ତଦନ୍ତ କରିବାକୁ କମିଟି ସୁପାରିଶ କରିଛି । ତାଙ୍କ ବିରୋଧରେ ଆସିଥିବା ଅନ୍ୟ ଅଭିଯୋଗର ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନ୍ୟାୟିକ ତଦନ୍ତ ପାଇଁ କମିଟି ସୁପାରିଶ କରିଛି । "ଏନେଇ ଲୋକସଭାରେ ରିପୋର୍ଟ ଉପସ୍ଥାପନ ବେଳେ ଲୋକସଭାରେ ବିରୋଧୀ ସାଂସଦ ମାନେ ହଟ୍ଟଗୋଳ କରିଥିଲେ । ତୃଣମୂଳ କଂଗ୍ରେସ ସାଂସଦ ମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଏହାକୁ ନେଇ ଦିନ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।
ଯଦି ସାଂସଦ ମାନେ ମହୁଆଙ୍କ ସଦସ୍ୟତା ରଦ୍ଦ ପାଇଁ ଭୋଟ୍ ଦିଅନ୍ତି ତେବେ ତାଙ୍କ ସାଂସଦ ପଦ ଯିବ । ସେପଟେ ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାକୁ ସାଂସଦ ମହୁଆ ମୈତ୍ର ଖଣ୍ଡନ କରିଛନ୍ତି । ଆଜି ସଂସଦକୁ ଆସିବା ବେଳେ ମହୁଆ ମହାଭାରତର ବସ୍ତ୍ର ହରଣ ଉଦାହରଣ ଦେଇ ତାଙ୍କ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)