EPFO Fixes Interest Rate On Employees' Provident Fund For 2022-23
କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢ଼ିଲା EPFO ସୁଧହାର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ EPFO ସୁଧହାର ବଢ଼ିଛି । ଫଳରେ କର୍ମଚାରୀମାନେ ଲାଭ ପାଇପାରିବେ । ଗତବର୍ଷ EPFO ସୁଧହାର ୮.୧ ପ୍ରତିଶତକୁ ହ୍ରାସ ପାଇଥିଲା । ହେଲେ ଏହାକୁ ବର୍ତ୍ତମାନ ୮.୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସୁଧହାର ବୃଦ୍ଧି ନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଅଧିକ ପଢ଼ନ୍ତୁ: ବାହାଘର ପାଇଁ EPFOରୁ ଉଠାଇପାରିବେ ଟଙ୍କା; ଜାଣନ୍ତୁ ଆହୁରି ହେଲା ସହଜ
ସୂଚନା ମୁତାବକ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ବୈଠକ ବସିଥିଲା । ଏହି ବୈଠକରେ ସୁଧହାର ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ୨୦୨୨ ମାର୍ଚ୍ଚରେ EPFO ସୁଧହାର ଉପରେ ନିଷ୍ପତ୍ତି ନିଆଯାଇଥିଲା । EPFO ଉପରେ ସୁଧହାର ହ୍ରାସ କରାଯାଇ ୮.୧ ପ୍ରତିଶତ କରାଯାଇଥିଲା ।
ଏପରି ନିଷ୍ପତ୍ତି ଯୋଗୁଁ ପ୍ରାୟ ୫କୋଟି କର୍ମଚାରୀଙ୍କ ଉପରେ ପ୍ରଭାବ ପଡ଼ିଥିଲା । ସେହିପରି ୨୦୨୦-୨୧ରେ EPFO ସୁଧହାର ୮.୫ ପ୍ରତିଶତ ରହିଥିଲା । ହେଲେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ୨୦୨୨-୨୩ ପାଇଁ କର୍ମଚାରୀମାନଙ୍କୁ ୮.୧୫ ପ୍ରତିଶତ ସୁଧ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ।
ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିର ଏହି ନିଷ୍ପତ୍ତିକୁ ଅର୍ଥମନ୍ତ୍ରଣାଳୟକୁ ପଠାଯିବ । ଏହାକୁ ସରକାର ଅନୁମୋଦନ ଦେବା ପରେ କର୍ମଚାରୀଙ୍କ EPFO ଖାତାରେ ସୁଧରାଶି ଜମାହେବ । ୨୦୨୨-୨୩ ବର୍ଷ ପାଇଁ ଲାଗୁ କରାଯିବାକୁ ଥିବା ଏହି ସୁଧ ୫ କୋଟିରୁ ଅଧିକ କର୍ମଚାରୀ ଲାଭ ପାଇବାକୁ ଯାଉଛନ୍ତି । କେବଳ ଅର୍ଥମନ୍ତ୍ରଣାଳୟର ଗ୍ରୀନ ସିଗନାଲକୁ ଅପେକ୍ଷା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679984106.jpg)