Supreme Court
ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଆସିଲା ବଡ଼ ରାୟ । ପେନ୍ସନ୍ ସ୍କିମ୍କୁ ନେଇ ଦେଲେ ବଡ଼ ରାୟ । ଯାହାଦ୍ୱାରା ଏକ ସିଂହ ଭାଗ ଲୋକ ଉପକୃତ ହେବେ । ୨୦୧୪ ପୂର୍ବରୁ ଲାଗୁଥିବା ନିୟମକୁ ପୁଣି ଲାଗୁକଲେ । ଅର୍ଥାତ୍ ପେନ୍ସନ୍ ସ୍କିମ୍କୁ ନେଇ ୨୦୧୪ରେ ଯେଉଁ ନୂଆ ନିୟମ ଘୋଷଣା କରାଯାଇଥିଲା, ତାକୁ ରଦ୍ଦ କରିଛନ୍ତି ସୁପ୍ରିମ୍କୋର୍ଟ । ୨୦୧୪ ପୂର୍ବରୁ ୧୫ ହଜାର ଟଙ୍କାରୁ କମ୍ ଦରମା ପାଉଥିବା କର୍ମଚାରୀ ବି ପେନ୍ସନ୍ ସ୍ମିମ୍ରେ ସାମିଲ ହେଉଥିଲେ । ଯାହାକୁ ୨୦୧୪ ପରେ ରଦ୍ଦ କରାଯାଇଥିଲା । କିନ୍ତୁ ଏବେ ପୁଣି ସେହି ନିୟମକୁ ବୈଧ ବୋଲି କହିଛନ୍ତି ସୁପ୍ରିମ୍କୋର୍ଟ । ପ୍ରଧାନ ବିଚାରପତି ୟୁୟୁ ଲଳିତ, ବିଚାରପତି ଅନିରୁଦ୍ଦ ବୋଷ ଓ ବିଚାରପତି ସୁଧାଂଶୁ ଧୁଳିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଛନ୍ତି ।
ଏଣିକି ୧୫ ହଜାର ଟଙ୍କାରୁ କମ୍ ଅର୍ଥାତ୍ ଅନ୍ୟୁନ ୬୫୦୦ ଟଙ୍କା ବେତନ ପାଉଥିବା କର୍ମଚାରୀ ବି ପେନ୍ସନ୍ ସ୍କିମ୍ରେ ସାମିଲ ହୋଇପାରିବେ । ତେବେ ଏହି ସ୍କିମ୍ରେ ସାମିଲ ହେବା ପାଇଁ ଯେଉଁ କର୍ମଚାରୀମାନେ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିପାରି ନାହାନ୍ତି, ସେମାନଙ୍କୁ ସାମିଲ ହେବା ପାଇଁ ୬ ମାସ ସମୟ ଦେବାକୁ କହିଛନ୍ତି ସୁପ୍ରିମ୍କୋର୍ଟ । ସେହି କର୍ମଚାରୀମାନେ ୬ ମାସ ମଧ୍ୟରେ ଆବେଦନ କରିପାରିବେ ।
ତେବେ ୧୫ ହଜାର ଟଙ୍କାରୁ ଅଧିକ ବେତନ ହେଲେ କର୍ମଚାରୀଙ୍କୁ ଅତିରିକ୍ତ ୧.୧୬ ପ୍ରତିଶତ ଯୋଗଦାନ କରିବା ନେଇ ୨୦୧୪ ସଂଶୋଧନ ନିୟମରେ ଯେଉଁ ପ୍ରସ୍ତାବ ରହିଥିଲା ତାକୁ ମଧ୍ୟ ରଦ୍ଦ କରିଛନ୍ତି ଖଣ୍ଡପୀଠ । ଏହା ଇଚ୍ଛାଧିନ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)