/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685334267.jpg)
Manipur Violence
ମଣିପୁରରେ ଥମୁନି ସୁରକ୍ଷାକର୍ମୀ-ଉଗ୍ରବାଦୀ ସଂଘର୍ଷ । ନିପାତ ହେଲେ ୪୦ ଉଗ୍ରବାଦୀ। ମଣିପୁର ପୋଲିସ, ସେନା ଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନରେ ୪୦ ସନ୍ଦିଗ୍ଧ ଉଗ୍ରପନ୍ଥୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂ। ଅନ୍ୟପଟେ ସଦ୍ୟଦମ ସୂଚନା ଅନୁସାରେ ସୁରକ୍ଷାକର୍ମୀ-ଉଗ୍ରବାଦୀ ସଂଘର୍ଷ ଭିତରେ କେତେଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ଉଗ୍ରବାଦୀମାନେ ସାଧାରଣ ଲୋକଙ୍କ ଘର ଜାଳିଦେବା ପାଇଁ ବିଭିନ୍ନ ଗାଁକୁ ଆସିଥିଲେ । ଲୋକଙ୍କ ବିରୋଧରେ M-16, AK-47 ରାଇଫଲ୍ ଓ ସ୍ନାଇପର୍ ଗନ୍ ଆଦି ବ୍ୟବହାର କରୁଥିଲେ ବୋଲି ସେ କହିଛନ୍ତି ।
ଇମ୍ଫାଲ ଘାଟି ଓ ଆଖପାଖ ଅଞ୍ଚଳର ୫ଟି ସ୍ଥାନରେ ରାତି ୨ଟା ବେଳେ ଏକକାଳୀନ ଅପରେସନରେ ୪୦ ଉଗ୍ରବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ସେକମାଇ, ସୁଗନୁ, କୁମ୍ବି, ଫାୟେଙ୍ଗ ଓ ସେରଉ ଆଦି ଅଞ୍ଚଳରେ ଚଢ଼ାଉ ହୋଇଥିଲା । ଏବେବି ଉଗ୍ରବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ କିଛି ସ୍ଥାନରେ ଗୁଳିବିନିମୟ ଚାଲିଥିବା କୁହାଯାଉଛି । ତେଣେ ଆଜି ମଣିପୁର ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଉଭୟ ମେଇତି ଓ କୁକି ସମୁଦାୟକୁ ଶାନ୍ତି ରକ୍ଷା ପାଇଁ ଅପିଲ୍ କରିଛନ୍ତି ।
ଶନିବାର ସ୍ଥଳସେନା ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ ମଧ୍ୟ ୨ ଦିନିଆ ଗସ୍ତରେ ମଣିପୁର ଯାଇଥିଲେ । ସୂଚନା ଯୋଗ୍ୟ ଯେ, ସେନା ଓ ଆସାମ ରାଇଫଲ୍ସର ପ୍ରାୟ ୧୦ହଜାର ଯବାନ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଏବେ ମଣିପୁରରେ ମୁତୟନ ଅଛନ୍ତି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)