/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674372830.jpg)
Viral Video
ମାନବିକତା ଭୁଲିଗଲେ ପୋଲିସ୍ ମ୍ୟାଡମ୍ । ଧୀରେ ଧୀରେ ସାଇକେଲ୍ ଚଳାଇ ଯାଉଥିବା ସମୟରେ ବୃଦ୍ଧ ଖସି ପଡ଼ିବାରୁ ନିର୍ଧୁମ ମାଡ଼ ମାରିଲେ । ବିହାରର କୈମୁର ଜିଲ୍ଲାରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଶୁକ୍ରବାର ଦିନ ବୃଦ୍ଧ ଶିକ୍ଷକ ଜଣକ ଜିଲ୍ଲାର ଜୟପ୍ରକାଶ ଛକରେ ସାଇକେଲରେ ରାସ୍ତା ପାର ହେଉଥିଲେ । ହେଲେ ହଠାତ୍ ସେ ଖସି ପଡ଼ିଥିଲେ । ହେଲେ ସେଠାରେ ଥିବା ଦୁଇଜଣ ମହିଳା କନଷ୍ଟେବଳ (Lady Constable) ବୃଦ୍ଧଙ୍କୁ ନ ଉଠାଇ ଓଲଟି ଅତି ନିର୍ମମ ଭାବରେ ପିଟିଥିଲେ । ବର୍ତ୍ତମାନ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ରାସ୍ତା ପାର କରିବା ସମୟରେ ଏହି ଘଟଣା ଘଟିଛି
ଭବୁଆର ଜୟପ୍ରକାଶ ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଭୀଷଣ ଜାମ ହୋଇଥିଲା । ଏହି ସମୟରେ ଜଣେ ବୃଦ୍ଧ ଶିକ୍ଷକ ସାଇକେଲରେ ରାସ୍ତା ପାର ହେଉଥିବା ବେଳେ ଦୁଇଜଣ ମହିଳା କନଷ୍ଟେବଳ ତାଙ୍କ ବାଟ ଓଗାଳିଥିଲେ । ଫଳରେ ସାଇକେଲ୍ରୁ ସେ ଖସି ପଡ଼ିଥିଲେ ଶିକ୍ଷକ । ଏଥିପାଇଁ ତାଙ୍କୁ ସର୍ବସମ୍ମୁଖରେ ନିଧୁର୍ମ ମାଡ଼ ମାରିଛନ୍ତି ଦୁଇ ମ୍ୟାଡମ୍ । ମାଡ଼ ଭୟରେ ଶିକ୍ଷକ ଜଣକ ସେଠାରୁ ପଳାଇ ଯାଉଥିଲେ । ତଥାପି ତାଙ୍କୁ ଛାଡ଼ି ନେଇନଥିଲେ । ବୃଦ୍ଧଙ୍କୁ ଆହୁରି ଅଧିକ ମାରିବାରେ ଲାଗିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ ହେବାରେ ଲାଗିଛି ।
୨୦ ଥରରୁ ଅଧିକ ବାଡ଼େଇଛନ୍ତି-ପୀଡ଼ିତ
ପୀଡ଼ିତ ବୃଦ୍ଧ ଶିକ୍ଷକ ଜଣକ ହେଲେ ନବଲ କିଶୋର ପାଣ୍ଡେ । ସେ ଏକ ଏକ ଘରୋଇ ବିଦ୍ୟାଳୟରେ ଇଂରାଜୀ ବିଷୟରେ ପାଠ ପଢ଼ାନ୍ତି । ଘଟଣା ଦିନ ସ୍କୁଲ ଛୁଟି ପରେ ଜୟପ୍ରକାଶ ଛକ ଦେଇ ସେ ଘରକୁ ଫେରୁଥିଲେ । ସେ ସାଇକେଲ ଯୋଗେ ରାସ୍ତା ପାର ହେଉଥିବା ସମୟରେ ଦୁଇଜଣ ମହିଳା କନଷ୍ଟେବଳ କିଛି କହିଥିଲେ, ଯାହା ତାଙ୍କୁ ଶୁଣାଗଲା ନାହିଁ । ଆଉ ସେ ଧୀରେ ଧୀରେ ସାଇକିଲ୍ ଚଳାଇ ଆଗୁ ବଢ଼ୁଥିବା ସମୟରେ ଛକ ପାଖରେ ସାଇକିଲରୁ ଖସିପଡ଼ିଥିଲେ । ଏତିକିରେ ତ ଦୁଇ ଜଣ ପୋଲିସ୍ ମ୍ୟାଡମ୍ ରାଗ ତମତମ ହୋଇ ପାଖରେ ପହଞ୍ଚିଯାଇଥିଲେ । ଜଣେ ଆଗରେ ଆଉ ଜଣେ ପଛରେ ଛିଡ଼ା ହୋଇ ତାଙ୍କୁ ଅଟକାଇଥିଲେ ।
हाजीपुर Vs कैमूर! कुछ दिनों पहले दो महिला सिपाहियों ने हाजीपुर में बैंक लूट की घटना से बचाया था. अब दो और महिला सिपाहियों को देख लीजिए. वायरल वीडियो कैमूर का बताया जा रहा है. बीते शुक्रवार को बुजुर्ग साइकिल से सड़क पार कर रहा था. क्या गलती भी होगी तो ऐसे बरसाएंगे डंडे! https://t.co/9BGAtmpVmVpic.twitter.com/URSVXl1xvD
— Prakash Kumar (@kumarprakash4u) January 21, 2023
ଆଉ କିଛି କହିବା ପୂର୍ବରୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଜଣେ ବୃଦ୍ଧ ଶିକ୍ଷକଙ୍କୁ ମାଡ଼ ମାରିବା ସମୟରେ ତାଙ୍କ ବିବେକ ତାଙ୍କୁ ଆଦୌ ବାଧା ଦେଲା ନାହଁ । ଆଉ ଦୁଇ ଜଣ ପୋଲିସ୍ ମ୍ୟାଡମ୍ ଅତି କମରେ ୨୦ ଥର ବାଡ଼ିରେ ମାରିଥିବା ପୀଡ଼ିତ କହିଛନ୍ତି ।
ଭିଡିଓ ଭାଇରାଲ୍ ହେବାପରେ ଏସପି ଲଳିତ ମୋହନ୍ ଶର୍ମା ୨୪ ଘଣ୍ଟା ଭିତରେ ରିପୋର୍ଟ ଦେବା ପାଇଁ କହିଛନ୍ତି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)