Electrocuted
ବିଦ୍ୟୁତ ଆଘାତରେ ଚାଲିଗଲା ଦୁଇ ଜୀବନ । ବାଙ୍ଗାଲୋରରେ ପ୍ରବଳ ବର୍ଷା ବିତ୍ପାତ ମଧ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଦ୍ୟୁତ ଆଘାତରେ ଚାଲିଯାଇଛି ଦୁଇ ଜଣଙ୍କ ଜୀବନ । ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟର ବେସମେଣ୍ଟରେ ପାଣି ଜମିଯିବା ହେତୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଜଣ ନିରୀହ ଲୋକଙ୍କ ଜୀବନ ଚାଲିଯାଇଛି ।
ସୂଚନା ଅନୁଯାୟୀ, ମନମୋହନ କାମାଥ(୬୩) ଏକ ମୋଟର ସାହାଯ୍ୟରେ ସେଲରରୁ ପାଣି ନିଷ୍କାସନ କରିବା ବେଳେ ସର୍ଟ ସର୍କିଟ ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଜଳମଗ୍ନ ବେସମେଣ୍ଟରେ ଛିଡା ହୋଇଥିବା ବେଳେ ଦିନେଶ (୧୨)ଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଛି । ବେଙ୍ଗାଲୁରୁର ମଧୁବନ ଆପାର୍ଟମେଣ୍ଟରେ ଏହି ଦୁର୍ଘଟଣା ଘଟିଛି ।
ଉଲ୍ଲେଖେଯାଗ୍ୟ, ବେଙ୍ଗାଲୁରୁରେ ଗତ କାଲି ପ୍ରାୟ ୧୦୪ ମିଲିମିଟରରୁ ଅଧିକ ବୃଷ୍ଟିପାତ ହେବାର ରେକର୍ଡ କରାଯାଇଥିବା ବେଳେ ବହୁ ତଳୁଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି । ଯଦିଓ ବେଙ୍ଗାଲୁରୁ ପାଇଁ ଏଭଳି ପରିସ୍ଥିତି ନୂଆ ନୁହେଁ, କିନ୍ତୁ ଆଇଟି ରାଜଧାନୀ ବେଙ୍ଗାଲୁରୁରେ ପ୍ରତିବର୍ଷ ଏଭଳି ବର୍ଷା ହେବା ଦ୍ୱାରା ବହୁତ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ ।
ଅଧିକ ପଢ଼ନ୍ତୁ: ନରେନ୍ଦ୍ର ପୋଖରୀରେ ଅଘଟଣ, ପାଣିରେ ବୁଡି ଯୁବକ ମୃତ
ବେଙ୍ଗାଲୁରୁରେ ଅନ୍ୟ ଏକ ଘଟଣାରେ ପ୍ରବଳ ବର୍ଷାରେ ଏକ ଘରର କାନ୍ଥ ଭୁଶୁଡି ପଡିବା ହେତୁ ଜଣେ ୩୫ ବର୍ଷୀୟା ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବୃଷ୍ଟିପାତକୁ ନଜରରେ ରଖି କର୍ଣ୍ଣାଟକର ବେଙ୍ଗାଲୁରୁ ସମେତ ଅନେକ ଗୁଡିଏ ସହର ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଜଳବନ୍ଦୀ ଏରିଆରେ ତୁରନ୍ତ ଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କର୍ଣ୍ଣାଟକର ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି ଯେ, ଅନେକ ସ୍ଥାନରେ ରାସ୍ତାରେ ଗଛ, କାଗଜ ସହ ଅନ୍ୟାନ୍ୟ ଆବର୍ଜନା ଜମା ହେବା ଫଳରେ ଜଳ ନିଷ୍କାସନ ନହୋଇ ପାରିବାରୁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରେଟର ବେଙ୍ଗାଲୁରୁ ଅଥରିଟି ତୁରନ୍ତ ଜଳବନ୍ଦୀ ଅଞ୍ଚଳରୁ ଜଳ ନିଷ୍କାସନ କରିବା ପାଇଁ ଉଚିତ୍ ପଦକ୍ଷେପ ନେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747730381.jpg)