Advertisment

ମୁଖ୍ୟମନ୍ତ୍ରୀଙ୍କ ଘର ପାଖ ଫ୍ଲାଟ୍‌ ଭିତରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ

ଫ୍ଲାଟ୍‌ ଭିତରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ। ତା’ବି ପୁଣି ମୁଖ୍ୟମନ୍ତ୍ରୀଙ୍କ ଘର ପାଖରେ ଏହି ଘଟଣା ଘଟିଛି। ବୃଦ୍ଧ ଦମ୍ପତି ଯେଉଁ ଫ୍ଲାଟ୍‌ରେ ରହୁଥିଲେ ଏହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର ପାଖରେ। ଯାହାକି ହାଇ ସିକ୍ୟୁରିଟି ଜୋନ୍‌।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Elderly Couple Found Dead In Kolkata Flat

Elderly Couple Found Dead In Kolkata Flat

ଫ୍ଲାଟ୍‌ ଭିତରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ। ତା’ବି ପୁଣି ମୁଖ୍ୟମନ୍ତ୍ରୀଙ୍କ ଘର ପାଖରେ ଏହି ଘଟଣା ଘଟିଛି। ଦକ୍ଷିଣ କୋଲକାତାର ଭବାନୀପୋର୍‌ ଅଞ୍ଚଳରେ ଫ୍ଲାଟ୍‌ ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ଗୁଜରାଟୀ ବୋଲି ଜଣାପଡ଼ିଛି। ମୃତକ ହେଲେ ଅଶୋକ ଶାହ(୬୦) ଓ ତାଙ୍କ ପତ୍ନୀ ରେଶ୍ମି ଶାହ(୫୫)। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ରେଶ୍ମିଙ୍କ କାନ୍ଧରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। 

Advertisment

ସବୁଠାରୁ ବଡ଼ କଥା, ବୃଦ୍ଧ ଦମ୍ପତି ଯେଉଁ ଫ୍ଲାଟ୍‌ରେ ରହୁଥିଲେ ଏହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର ପାଖରେ। ଯାହାକି ହାଇ ସିକ୍ୟୁରିଟି ଜୋନ୍‌। ପୁରା ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାବେଳେ କିଭଳି ଭାବେ ଓ କେଉଁ ପରିସ୍ଥିତି ଏଭଳି ଘଟଣା ଘଟିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦମ୍ପତିଙ୍କ ଅତି ନିକଟର ସେମାନଙ୍କୁ ହତ୍ୟା କରିଥିବା ପୋଲିସ୍‌ ସନ୍ଦେହ କରୁଛି। 

ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି, ଯେଉଁମାନେ ଦମ୍ପତିଙ୍କ ଘରକୁ ଆସିଥିଲେ, ସେମାନେ ଦମ୍ପତିଙ୍କୁ ଜାଣିଥିଲେ। ରେଶ୍ମି ହୁଏତ କବାଟ ଖୋଲିଥିଲେ। ଘର ଭିତରୁ ଗୁଳି ଫୁଟା ଯିବା ଶବ୍ଦ ମଧ୍ୟ ଶୁଭିଥିଲା। ଏହାସହ ଘର ଭିତରୁ ବୁଲେଟ୍‌ ମିଳିଛି। ଷ୍ଟକ୍‌ ମାର୍କେଟ୍‌ରେ ଟଙ୍କା ଲଗାଇବା ପାଇଁ ଦମ୍ପତି ଲୋନ୍‌ ଆଣିଥିବା କୁହାଯାଉଛି। ହୁଏତ ଏଥିପାଇଁ ସେମାନଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି କୁହାଯାଉଛି। ଏଦିଗରେ ମଧ୍ୟ ପୋଲିସ୍‌ ତଦନ୍ତ କରୁଛି। 

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛିଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ସହ ଦମ୍ପତିଙ୍କର ପାଟିତୁଣ୍ଡ ହୋଇଥିଲା। ପୋଲିସ୍‌ ଦମ୍ପତିଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିବା ସହ କଲ୍‌ ରେକର୍ଡ ଯାଞ୍ଚ କରୁଛି। ଏହାସହ ଘଟଣାର ତଦନ୍ତ ଜାରି ରହିଛି। 

Kolkata Couple Found Dead
Advertisment
Advertisment