• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାସ୍ତା କଡରେ ହୁତୁହୁତୁ ହୋଇ ଜଳୁଥିଲା କାର । ଆଉ ସେଇ ରାସ୍ତା ଦେଉ ଯାଉଥିଲେ ମୁଖ୍ୟମନ୍ତ୍ରୀ । ହଠାତ୍‌ ରାସ୍ତାରେ କାର୍‌ ଜଳୁଥିବା ଦେଖି ନିଜ କାରକେଡ୍‌କୁ ଅଟକାଇଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଖାଲି ନିଜ କାରକେଡ୍‌ ଅଟକାଇଥିଲେ ତାହା ନୁହେଁ ବରଂ ଯେକୌଣସି ପରିସ୍ଥିତିରେ ପ୍ରଥମେ ନିଜ ଜୀବନ ବଂଚାଇବା ପାଇଁ ପରାମର୍ଶ ଦେଇଥିଲେ । ଏହାସହ କାର ଚାଳକଙ୍କୁ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏକନାଥ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୁମ୍ବାଇର ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେରେ ସୋମବାର ରାତିରେ ଏକ ଫରଚ୍ୟୁନର୍‌ କାର୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା । କାର୍‌ଟି ହୁତୁହୁତୁ ହୋଇ ଜଳୁଥିବା ବେଳେ ସେଥିରେ ଥିବା ଚାଳକ ଓ ତାଙ୍କ ପରିବାର ସଦସ୍ୟ ତୁରନ୍ତ ବାହାରି ଆସି ଜୀବନ ବଞ୍ଚାଇଦେଲେ । ତତ୍‌କ୍ଷଣାତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ ବି କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାର ଜଳୁଥିବା ବେଳେ ସେଇ ରାସ୍ତା ଦେଇ ଯାଉଥିଲେ ସିନ୍ଦେ । ଆଉ ଦୁର୍ଘଟଣାଗ୍ରସ୍ତ କାର ଦେଖି ନିଜ କାରକେଡ୍‌ ଅଟକାଇଥିଲେ ଏବଂ ଡ୍ରାଇଭରଙ୍କ ସହ ଅନେକ ସମୟ ପର୍ଯ୍ୟନ୍ତ ଆଲୋଚନା ବି କରିଥିଲେ । ଏପରିକି ଯେକୌଣସି ସମୟରେ ପ୍ରଥମେ ଜୀବନକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ । କାର୍‌ଠାରୁ ଜୀବନ ଅଧିକ ମୂଲ୍ୟବାନ ବୋଲି କହିବା ସହ ଜୀବନରେ ଆହୁରି ବହୁ କାର୍‌ ଆସିପାରିବ ବୋଲି ମଧ୍ୟ କହିଥିଲେ।

 

ଏପରିକି ଆବଶ୍ୟକ ପଡ଼ିଲେ ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ସେଠାରୁ ଆଗକୁ ବଢିଥିଲେ ସିନ୍ଦେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସତରେ ଜଣେ ମୁଖ୍ୟମନ୍ତ୍ରୀ ଏମିତି ରାସ୍ତାରେ ଗାଡି ଅଟକାଇ ଦୁର୍ଘଟଣାଗ୍ରସ୍ତ କାର ଚାଳକଙ୍କ ସହ କଥା ହେବା ନିଶ୍ଚୟ ନିଆରା।