• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରଙ୍ଗର ପର୍ବ ହୋଲିରେ ବଡ଼ ଅଘଟଣ । କର୍ଣ୍ଣାଟକରେ ବଡ଼ ଧରଣର ବସ୍‌ ଦୁର୍ଘଟଣା । ତୁମକୁର ଜିଲ୍ଲାର ପାଗୱାଡ଼ା ନିକଟରେ ବସ୍ ଓଲଟି ୮ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି । ଏଥିରେ କିଛି ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତୁମକୁର ପୋଲିସ୍‌ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ବସଟି ନିୟନ୍ତ୍ରଣ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଛି । ବସରେ ୬୦ ଜଣ ସବାର ଥିବା କହିଛି ପୋଲିସ୍‌ । ତେବ ୨୦ ଆହତଙ୍କ ମଧ୍ୟରୁ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ପରେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ କିଛି ଛାତ୍ର ମଧ୍ୟ ସାମିଲ ଅଛନ୍ତି । 

ଏହାପୂର୍ବରୁ ଗତ ସପ୍ତାହରେ କଲବୁରାଗିରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା। ଏକ କାର ଗଛକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା | ଏହେ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲେ । ସମସ୍ତ ମୃତକ ମହାରାଷ୍ଟ୍ରର ଅହମ୍ମଦନଗରର ବାସିନ୍ଦା ଥିଲା । ପୋଲିସର ସୂଚନାନୁସାରେ, ଯାତ୍ରୀମାନେ ଗଙ୍ଗାପୁରର ଦତ୍ତାତ୍ରେୟ ମନ୍ଦିରରୁ ଫେରୁଥିବା ସମୟରେ ଦୁର୍ଘଟଣା ହୋଇଥିଲା ।