• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇଡିରେ ହାଜର ହେବାକୁ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ନିଜ ଓକିଲଙ୍କ ଜରିଆରେ ସମୟ ମାଗିଛନ୍ତି କେଜ୍ରିୱାଲ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହାଜର ହେବାକୁ ସମନ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଅନ୍ୟପଟେ ପୂର୍ବରୁ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆପ୍ ସାଂସଦ ସଞ୍ଜୟ ସିଂ । ଉଭୟଙ୍କ ଗିରଫ ପରେ ଏବେ କେଜରୀୱାଲଙ୍କୁ ସମନ୍ ଜାରି ହୋଇଥିଲା । ଏହି ବହୁଚର୍ଚ୍ଚିତ ମାମଲାରେ ପୂର୍ବରୁ ସିବିଆଇ ମଧ୍ୟ କେଜ୍ରିୱାଲଙ୍କୁ ଜେରା କରିସାରିଛି ।

ଗତ ଏପ୍ରିଲ ୧୬ରେ ୯ ଘଣ୍ଟା ଧରି ମାରାଥନ ଜେରା କରିଥିଲା ସିବିଆଇ । ତେବେ ଆଜି ଇଡିରେ ହାଜର ହେବା ନେଇ ସମନ ଜାରି କରିଥିଲା ଇଡି । ଅରବିନ୍ଦ କେଜରୀୱାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ହାଜର ହେବାକୁ ସମନ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେଜରୀୱାଲ୍ ଏକ ରାଲି ଯୋଗେ କରି ଇଡି ଅଫିସକୁ ଯିବା ନେଇ ସୂଚନା ରହିଥିଲା ।

ତେବେ ଏହାପୂର୍ବରୁ ଦଳର କିଛି ନେତାଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ଜଣା ପଡ଼ୁଥିଲା । କିନ୍ତୁ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସମୟ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଏବେ ଜଣେ ଦିଲ୍ଲୀ ମନ୍ତ୍ରୀଙ୍କ ଘରେ ଇଡିର ରେଡ୍‌ ହୋଇଛି । ଆପ୍ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ରେଡ୍‌ କରିଛି । ଆନନ୍ଦଙ୍କ ଘର ସମେତ ମୋଟ୍ ୯ଟି ସ୍ଥାନରେ ରେଡ୍ କରୁଛି ଇଡି । କେଜ୍ରିୱାଲଙ୍କର ଇଡିରେ ହାଜର ପୂର୍ବରୁ ମନ୍ତ୍ରୀଙ୍କ ଘରେ ରେଡ୍ ହୋଇଛି ।