Advertisment

ସଚିବଙ୍କ ସହାୟକ ଘରୁ ବାହାରିଲା ୩୫ କୋଟି, ଗିରଫ ହେଲେ ବରିଷ୍ଠ କଂଗ୍ରସ ନେତା

ଏହା ପୂର୍ବରୁ ଟଙ୍କା ଜବତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ ଓ ତାଙ୍କ ସହାୟକ ଜାହାଙ୍ଗିର ଆଲାମଙ୍କୁ ଗିରଫ କରି ସାରିଛି। ଗତ ସୋମବାର ଇଡିର ୬ଟି ଟିମ୍ ଚଢାଉ କରି ଜାହାଙ୍ଗିର ଆଲାମଙ୍କ ଘରୁ ଏତେ ପରିମାଣର ଟଙ୍କା ଜବତ କରିଥଲା।

author-image
Satyendu Shekher Mishra
Congress Minister Arrested

Congress Minister Arrested

ମନି ଲଣ୍ଡ୍ରିଂ ମାମଲାରେ ଝାଡ଼ଖଣ୍ଡ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମଗିରି ଆଲମ ଗିରଫ। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହାୟକ ଘରୁ ୩୫ କୋଟି ୨୩ ଲକ୍ଷ ଟଙ୍କା ଜବତ ମାମଲାରେ ଆଲମଙ୍କୁ ଗିରଫ କରିଛି ଇଡି। ଟଙ୍କା ଜବତ ପରେ ଆଲାମଙ୍କୁ ଜେରା କରି ଗିରଫ କରିଛି କେନ୍ଦ୍ରୀୟ ସଂସ୍ଥା।

Advertisment

ଗତକାଲି ଆଲାମଙ୍କୁ ଇଡିର ଡାକରା ପରେ ତାଙ୍କୁ ଦୀର୍ଘ ୧୦ ଘଣ୍ଟା ଧରି ଜେରା କରିଥିଲେ ଇଡି ଅଧିକାରୀ। ଆଜି ତାଙ୍କୁ ରାଞ୍ଚି ଜୋନାଲ ଅଫିସରେ ହାଜର ପାଇଁ ପୁଣି ସମନ କରିଥିଲା ଇଡି। ସେପଟେ ଇଡି ଏହି ଅର୍ଥର ଉତ୍ସ ସମ୍ପ୍ରକେର ଖୋଳତାଡ଼ କରୁଥିବା ବେଳେ ଏହା ଗ୍ରାମୀଣ ବିକାଶ ବିଭାଗରେ ହୋଇଥିବା ଦୁର୍ନତି ସମ୍ପର୍କୀତ ବୋଲି ଅଭିଯୋଗ ହୋଇଛି।

ଏହା ପୂର୍ବରୁ ଟଙ୍କା ଜବତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ ଓ ତାଙ୍କ ସହାୟକ ଜାହାଙ୍ଗିର ଆଲାମଙ୍କୁ ଗିରଫ କରି ସାରିଛି। ଗତ ସୋମବାର ଇଡିର ୬ଟି ଟିମ୍ ଚଢାଉ କରି ଜାହାଙ୍ଗିର ଆଲାମଙ୍କ ଘରୁ ଏତେ ପରିମାଣର ଟଙ୍କା ଜବତ କରିଥଲା।

Advertisment

ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ବୀରେନ୍ଦ୍ର କୁମାର ରାମଙ୍କ ବିରୋଧରେ ଥିବା ଏକ ମନି ଲଣ୍ଡରି ମାମଲାରେ ଇଡିର ତଦନ୍ତ ଜାରି ରହିଥିବା ବେଳେ ଆଲମଗିର ଆଲମ ଓ ସଞ୍ଜୀବ ଲାଲଙ୍କ କାରନାମା ସାମ୍ନାକୁ ଆସିଛି। ଏହାର ସଂପର୍କ ଝାଡ଼ଖଣ୍ଡରେ ଏହି ବିଭାଗରେ ହୋଇଥିବା ଦୁର୍ନୀତି ସହିତ ରହିଛି। ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ବୀରେନ୍ଦ୍ର କୁମାର ରାମ ଗତ ବର୍ଷ ଗିରଫ ହୋଇଥିଲେ।

ଏହି ମାମଲାରେ ରେଡ୍ ଚାଲିଥିବା ବେଳେ ଜାହାଙ୍ଗିର ଆଲମଙ୍କ ଘରୁ ୩୭ କୋଟି ଟଙ୍କା ମିଳିଥିଲା। ସେଥିରେ ମୁଖ୍ୟତଃ ୫୦୦ ଟଙ୍କିଆ ନୋଟ୍ ଥିଲା। ତା’ ସହିତ କିଛି ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି।

BJP Congress General Election 2024
Advertisment
Advertisment