Advertisment

ସଂସଦରେ ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ, ୭% ଛୁଇଁବ ଜିଡିପି ଅଭିବୃଦ୍ଧି

ଆସନ୍ତା ଆର୍ଥିକ ବର୍ଷରେ ଦେଶରେ ଅଭିବୃଦ୍ଧି ହାର ୬.୫ରୁ ୭ ପ୍ରତିଶତ ରହିବ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Economic Survey Report 2024

Economic Survey Report

ଆସନ୍ତା ଜୁଲାଇ ୨୩ରେ କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନେତୃତ୍ୱାଧୀନ ସରକାର ସଂସଦରେ ଦେଶର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଉପସ୍ଥାପନ କରିଥିଲେ । ଏହି ଅର୍ଥନୈତିକ ସର୍ଭେରେ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ କୃଷି କ୍ଷେତ୍ର, ବେସରକାରୀ କ୍ଷେତ୍ର ଏବଂ ପିପିପି ଉପରେ ରହିଛି । ମୋଦୀ ୩.0 ଦ୍ୱାରା ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେରେ FY-୨୫ରେ ଭାରତର ଜିଡିପିକୁ ନେଇ ମଧ୍ୟ ଉଲ୍ଲେଖ କରାଯାଇଛି । ଏଥିରେ କୁହାଯାଇଛି କି ଆସନ୍ତା ଆର୍ଥିକ ବର୍ଷରେ ଦେଶରେ ଅଭିବୃଦ୍ଧି ହାର ୬.୫ରୁ ୭ ପ୍ରତିଶତ ରହିବ ।

Advertisment

ସେହିପରି ୨୦୨୪ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ରହିଛି ୮.୨ ପ୍ରତିଶତ । ୪ଟି ତ୍ରୈମାସିକରୁ ୩ଟିରେ ୮ ପ୍ରତିଶତ ପାର କରିଛି ଜିଡିପି । କିଛି ବାହ୍ୟ ଚ୍ୟାଲେଞ୍ଜ ଭାରତର ଅର୍ଥନୀତି ଉପରେ ପ୍ରଭାବ ପକାଇଥିଲା । ଆଜି ଲୋକସଭାରେ ଆଗତ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମନାକୁ ଆସିଛି।

ଅଧିକ ପଢ଼ନ୍ତୁ: କେନ୍ଦ୍ର ବଜେଟ୍‌-୨୦୨୪: ଏହି ୫ଟି ବଡ଼ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

Advertisment

ଆଜି ଉପସ୍ଥାପନ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ଉଲ୍ଲେଖ ରହିଛି ଯେ, ଅନେକ ଆହ୍ୱାନ ସତ୍ତ୍ୱେ ୨୦୨୪ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ୨୦୨୩ ଆର୍ଥିକ ବର୍ଷ ଭଳି ଗତି ଜାରି ରଖିଛି । ବୈଶ୍ବିକ ସମସ୍ୟା, ମୌସୁମୀର ଅନିୟମିତତା ଯୋଗୁଁ ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତି ଚାପକୁ ପ୍ରଶାସନିକ ଓ ମୁଦ୍ରାନୀତି ଦ୍ୱାରା ଦକ୍ଷତାର ସହ ପରିଚାଳନା କରାଯାଇଛି। ୨୦୨୩ ଆର୍ଥିକ ବର୍ଷରେ ହାରାହାରି ୬.୭ ପ୍ରତିଶତ ଥିବା ଖୁଚୁରା ମୁଦ୍ରାସ୍ଫୀତି ୨୦୨୪ ଆର୍ଥିକ ବର୍ଷରେ ୫.୪ ପ୍ରତିଶତକୁ ଖସି ଆସିଛି। ସେହିପରି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି, ଶିକ୍ଷା ଓ ରୋଜଗାର ଉପରେ ସନ୍ତୁଳନ ରଖିବା ଜରୁରୀ । ସେହିପରି ୨୦୩୦ ସୁଦ୍ଧା ଭାରତକୁ ଗ୍ଲୋବାଲ୍ ଡ୍ରୋନ୍ ହବ୍ କରିବା ଉପରେ ଗୁରୁତ୍ବ ଦିଆଯାଇଛି ।

ସର୍ଭେରେ କୁହାଯାଇଛି ଯେ କରୋନା ମହାମାରୀ ପରେ ଦେଶ ଦ୍ରୁତଗତିରେ ରିକୋଭରୀ କରିପାରିଛି । ଏହା ପରେ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧିରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ଏହି ଆକଳନକୁ ଉପସ୍ଥାପନ କରି ସର୍ଭେରେ କୁହାଯାଇଛି ଯେ ୨୦୨୪ ଆର୍ଥିକ ବର୍ଷରେ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି ୨୦୨୦ ତୁଳନାରେ ୨୦ ପ୍ରତିଶତ ବୃଦ୍ଧି ପାଇଛି ।

Nirmala Sitharaman Economic Survey
Advertisment
Advertisment