/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698331229.jpg)
One Nation One Election
ଗତ କିଛି ମାସ ହେବ ଦେଶରେ ଏକକ ନିର୍ବାଚନ (ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ) ନେଇ ଜୋରଦାର ଚର୍ଚ୍ଚା ହେଉଛି । ଯେବେଠୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୱାନ୍ ନେସନ୍ ୱାନ୍ ଇଲେକ୍ସନ କଥା ଉଠାଇଛନ୍ତି, ସେବେଠୁ ଏହି ପ୍ରସଙ୍ଗ ନେଇ ବିଭିନ୍ନ ସମୟରେ ରାଜନୀତି ବୟାନବାଜି ଦେଖିବାକୁ ମିଳିଛି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ, ମୋଦିଙ୍କ ଏହି ନାରାକୁ ବିରୋଧ କରିଛନ୍ତି । ହେଲେ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହାକି ଏକକ ନିର୍ବାଚନ ନାରା ପାଣି ଫଟୋକା ଭଳି ମେଳାଇ ଯିବ କୁହାଯାଉଛି ।
ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଯଦି ଭାରତରେ ଏକକ ନିର୍ବାଚନ କରାଯାଏ ତେବେ ନିର୍ବାଚନ କମିଶନଙ୍କୁ ୩୦ ଲକ୍ଷ ଇଭିଏମ୍ ଆବଶ୍ୟକ ହେବ । ଯାହାକି ଭାରତରେ ଏବେ ସୁଦ୍ଧା ନାହିଁ । ଏହି ୩୦ ଲକ୍ଷ ଇଭିଏମ୍ ପ୍ରସ୍ତୁତ କରିବାକୁ ହେଲେ ଦେଢ଼ ବର୍ଷ ସମୟ ଲାଗିବ । ହେଲେ ବାସ୍ତବରେ ନିର୍ବାଚନକୁ ଆଉ ମାତ୍ର ୫ରୁ ୬ ମାସ ବାକି ରହିଛି । ତେଣୁ ଏହି ସ୍ୱଳ୍ପ ସମୟ ମଧ୍ୟରେ ଏତେ ମାତ୍ରାରେ ଇଭିଏମ୍ ପ୍ରସ୍ତୁତ ହେବା ସମ୍ଭବ ନୁହେଁ । କିମ୍ବା ଏକକ ନିର୍ବାଚନ ମଧ୍ୟ ପ୍ରାୟ ସମ୍ଭବ ନୁହେଁ ବୋଲି କୁହାଯାଉଛି ।
ଅନ୍ୟପଟେ ଇଭିଏମ୍ ସହ ଭିଭିପ୍ୟାଟ୍ ମଧ୍ୟ ଆବଶ୍ୟକ । ମିଳିଥିବା ସୂଚନାନୁସାରେ, ନିର୍ବାଚନ କମିଶନଙ୍କୁ ୩୦ ଲ’ ଇଭିଏମ୍, ୪୨ ଲକ୍ଷ ବାଲଟ ୟୁନିଟ୍ ଏବଂ ୩୨ ଲକ୍ଷ VVPAT ଆବଶ୍ୟକ ରହିଛି । ଖାଲି ସେତିକି ନୁହେଁ ଏହା ବ୍ୟତୀତ ବଳକା ବା ଷ୍ଟାଣ୍ତ ବାଏ ମେସିନ୍ ମଧ୍ୟ ରଖିବାର ବ୍ୟବସ୍ଥା କରିବାକୁ ହେବ । କାରଣ ଯଦି କୌଣସି ମେସିନ୍ ଖରାପ ହେବ ତେବେ ଷ୍ଟାଣ୍ଡବାଏରେ ଥିବା ମେସିନ୍ ତାକୁ ରିପ୍ଲେସ୍ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)