ଫ୍ରିଜ୍ ହେଲା ଶିବସେନାର ‘ଧନୁ ଓ ତୀର’ ଚିହ୍ନ। ଅର୍ଥାତ୍ ନିର୍ବାଚନୀ ଚିହ୍ନ ‘ଧନୁ ଓ ତୀର’କୁ ଶିବସେନାର କୌଣସି ଗୋଷ୍ଠୀ ବ୍ୟବହାର କରିପାରିବେନି। ମହାରାଷ୍ଟ୍ର ରାଜନୈତିକ ହଟଚମଟ ଏବଂ କ୍ଷମତା ନିକଟ ଅତୀତରେ ଘଟିଥିବା ପରିବର୍ତ୍ତନ ପରଠୁ, ଶିବସେନା କାହାର ତାକୁ ନେଇ ଉଭୟ ଉଦ୍ଧବ ଠାକ୍ରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।
ଏଥିସହ ନିର୍ବାଚନୀ ଚିହ୍ନ ‘ଧନୁ ଓ ତୀର’କୁ ନେଇ ବି ଟଣାଓଟରା ଲାଗିଛି। ଏଭଳି ସ୍ଥିତିରେ ଉଭୟ ଗୋଷ୍ଠୀକୁ ନିର୍ବାଚନ କମିଶନ ଝଟ୍କା ଦେଇଛନ୍ତି। ଆଗକୁ ଆସୁଥିବା ଅନ୍ଧେରୀ ଇଷ୍ଟ୍ ଉପନିର୍ବାଚନ ପାଇଁ ଶିବସେନା ନାମକୁ କିମ୍ବା ‘ଧନୁ ଓ ତୀର’ ଚିହ୍ନକୁ ବ୍ୟବହାର କରାଯାଇପାରିବ ନାହିଁ।
Also Read
ନିଜ ନିଜ ଗୋଷ୍ଠୀ ପାଇଁ ଉଭୟ ପକ୍ଷଙ୍କୁ ବିଜ୍ଞାପିତ ଫ୍ରି ସିମ୍ବଲ ଭିତରୁ ବାଛି ନୂଆ ନାମ ଓ ନୂଆ ଚିହ୍ନ ଗ୍ରହଣ କରିବାକୁ ନିର୍ବାଚନ କମିଶନ କହିଛନ୍ତି। ଅକ୍ଟୋବର ୧୦ ପୂର୍ବରୁ ଏନେଇ ଜଣାଇବାକୁ କମିଶନ କହିଛନ୍ତି। ନଭେମ୍ବର ୩ରେ ଅନ୍ଧେରୀ ଇଷ୍ଟ ଉପନିର୍ବାଚନ ହେବାକୁ ଯାଉଛି।