Advertisment

ବାଜିଲା ଗୁଜରାଟ ବିଧାନସଭା ଭୋଟ୍ ବିଗୁଲ

ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ

ଅଦ୍ୟତନ ହୋଇଛି
Gujarat Election 2022

Gujarat Election

Advertisment

ବାଜିଲା ଗୁଜରାଟ ବିଗୁଲ୍। ଗୁଜରାଟରେ ଡିସେମ୍ବର ୧ ଓ ଡିସେମ୍ବର ୫ରେ ଦୁଇଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ। ଗୁଜରାଟର ମୋଟ ୧୮୨ଟି ସିଟରୁ ପ୍ରଥମ ପର୍ଯ୍ୟାୟରେ ୮୯ ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଆସନରେ ପଡ଼ିବ ଭୋଟ୍। ପ୍ରଥମ ପର୍ଯ୍ୟାୟ ପାଇଁ ନଭେମ୍ବର ୫ରୁ ୧୪ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦ରୁ ୧୭ ତାରିଖ ଯାଏଁ ଦାଖଲ ହେବ ନାମାଙ୍କନ।

Advertisment

ଅଧିକ ପଢ଼ନ୍ତୁ: ଇସୁଦାନ ଗଡୱୀ ଆପର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଏଥର ଗୁଜରାଟରେ ୪ କୋଟି ୯୦ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ତା ଭିତରେ ୩ ଲକ୍ଷ ୨୪ ହଜାର ୪୨୨ ନୂଆ ଭୋଟର୍ ସାମିଲ ହୋଇଛନ୍ତି। ନିର୍ବାଚନ ପାଇଁ ମୋଟ ୫୧ ହଜାର ୭୮୨ ପୋଲିଂ ବୁଥ୍ କରାଯିବ। ୧୪୨ଟି ମଡେଲ୍ ପୋଲିଂ ଷ୍ଟେସନ୍ ହେବ। ୧୨ ଶହ ୭୪ଟି ପୋଲିଂ ବୁଥ୍‌ରେ କେବଳ ମହିଳାଙ୍କୁ ମୁତୟନ କରାଯିବ। ଗ୍ରାମାଞ୍ଚଳରେ ୩୪ ହଜାରରୁ ଅଧିକ ବୁଥ୍ କରାଯିବ। ସହରାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରାଯିବ।

ଅତି କମ୍‌ରେ ୫୦ ପ୍ରତିଶତ ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଙ୍ଗର ବ୍ୟବସ୍ଥା ହେବ। ତେବେ ନିର୍ବାଚନ ବେଳେ ଯଦି କେହି ଭୋଟର କରୋନାରେ ସଂକ୍ରମିତ ହୁଅନ୍ତି, ତେବେ ସେମାନେ ଘରେ ରହି ମତାଧିକାର ସାବ୍ୟସ୍ତ କରିପାରିବେ ବୋଲି ନିର୍ବାଚନ କମିଶନର ଘୋଷଣା କରିଛନ୍ତି।

Advertisment

୧୮୨ ଆସନ ବିଶିଷ୍ଟ ଗୁଜରାଟରେ ୨୦୧୭ରେ ମଧ୍ୟ ୨ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ବିଜେପି ୯୯ଟି ସିଟରେ ବିଜୟୀ ହୋଇଥିଲା, ଭୋଟ୍ ହାର ଥିଲା ୫୦ ପ୍ରତିଶତ କଂଗ୍ରେସ, ବିଜେପିକୁ କଡ଼ା ଟକ୍କର ଦେଇ ୭୭ଟି ସିଟରେ ଜିତିଥିଲା, ଭୋଟ୍ ହାର ଥିଲା ୪୨ ପ୍ରତିଶତ। କିନ୍ତୁ ଏଥର ଗୁଜରାଟରେ ବଦଳିଯାଇଛି ରାଜନୈତିକ ସମୀକରଣ। ବିଜେପି ଓ କଂଗ୍ରେସ ସହ ଆମ୍ ଆଦ୍‌ମୀ ପାର୍ଟି ମଧ୍ୟ ନିର୍ବାଚନ ମଇଦାନରେ।

ତେଣୁ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ। ଆପ୍ ପ୍ରାର୍ଥୀ କଡ଼ା ଟକ୍କର ଦେବେ ବୋଲି ଘୋଷଣା କରିଛନ୍ତି ଦଳର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଗୁଜରାଟରେ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା କିଏ, ତାଙ୍କ ନାଁ ସେ ଆସନ୍ତାକାଲି ବିଧିବଦ୍ଧ ଭାବେ ଘୋଷଣା କରିବେ। ତେଣେ ଗୁଜରାଟରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ସେଠାରେ ଦଳର ଆଗାମୀ ରଣନୀତି ସଂପର୍କରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।

Advertisment
Gujarat Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ