Advertisment

ସ୍ୱତନ୍ତ୍ର କୋର୍ଟକୁ ଅଙ୍କିତା ମର୍ଡର କେସ୍‌ ଟ୍ରାନ୍ସଫର, ପୋଷ୍ଟମର୍ଟମ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା...

ଦୁମ୍‌କାର ଅଙ୍କିତା ସିଂ ହତ୍ୟା ମାମଲାରେ ପୋକ୍ସୋ ଧାରା ଯୋଡ଼ା ଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହରୁଖ ଓ ତାର ସାଙ୍ଗ ନଇମ ଓରଫ ଛୋଟୁ ଉପରେ ପୋକ୍ସୋ ଆକ୍ଟର ଧାରା ଲାଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dumka Murder Case: Sections Of POCSO Act Added

Dumka Murder Case: Sections Of POCSO Act Added

ଝାଡ଼ଖଣ୍ଡ ଦୁମ୍‌କାର ଅଙ୍କିତା ସିଂ ହତ୍ୟା ମାମଲାରେ ପୋକ୍ସୋ ଧାରା ଯୋଡ଼ା ଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହରୁଖ ଓ ତାର ସାଙ୍ଗ ନଇମ ଓରଫ ଛୋଟୁ ଉପରେ ପୋକ୍ସୋ ଆକ୍ଟର ଧାରା ଲାଗିଛି। ଏହାପୂର୍ବରୁ ପୋଲିସ୍‌ ଅଙ୍କିତାଙ୍କୁ ନାବାଳିକା ବୋଲି ଭାବୁ ନଥିଲା। ପରେ ଅଙ୍କିତାଙ୍କ ପ୍ରକୃତ ବୟସ ଜଣାପଡ଼ିବା ପରେ ପୋଲିସ୍‌ ତାଙ୍କୁ ନାବାଳିକା ଭାବିବା ସହ ଅଭିଯୁକ୍ତଙ୍କ ଉପରେ ପୋକ୍ସୋ ଆକ୍ଟର ଧାରା ଲଗାଇଛି। ମୃତ ଛାତ୍ରୀ ଅଙ୍କିତାଙ୍କ ବୟସ ୧୫ ବର୍ଷ ବୋଲି ପୋଲିସ୍‌ ଉଲ୍ଲେଖ କରିଛି। ଏସବୁ ଭିତରେ ଅଙ୍କିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦୁମ୍‌କା ପୋଲିସ୍‌ ପାଖକୁ ପଠାଇ ଦିଆଯାଇଛି।

Advertisment

ରାଞ୍ଚି ସ୍ଥିତ ରିମ୍ସ ହସ୍ପିଟାଲ୍‌ର ଫରେନ୍ସିକ୍‌ ମେଡିସିନ୍‌ ଆଣ୍ଡ୍‌ ଟେକ୍ନୋଲୋଜି ବିଭାଗରେ ଅଙ୍କିତାଙ୍କ ପୋଷ୍ଟମର୍ଟମ ହୋଇଥିଲା। ଅତ୍ୟଧିକ ଜ୍ୱଳନ୍ତ ପଦାର୍ଥରେ ଅଙ୍କିତାଙ୍କୁ ଜଳା ଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଫଳରେ ତାଙ୍କ ଶରୀରରେ ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା। ଏହାପରେ ତାଙ୍କ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ଧୀରେ ଧୀରେ କାମ କରିବା ବନ୍ଦ କରି ଦେଇଥିଲା। ପାଞ୍ଚ ଦିନ ପର୍ଯ୍ୟନ୍ତ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ଅଙ୍କିତା। ଅଙ୍କିତାଙ୍କ ପୋଷ୍ଟମର୍ଟମ ପରେ ବିସ୍‌ରା ରିପୋର୍ଟକୁ ସୁରକ୍ଷିତ ଭାବେ ରଖାଯାଇଛି। ଯାହାର ଫରେନ୍ସିକ୍‌ ଯାଞ୍ଚ ହେବ। ତ୍ୱରିତ ଶୁଣାଣି ପାଇଁ ଏହି ମାମଲାକୁ CJM କୋର୍ଟରୁ ସ୍ୱତନ୍ତ୍ର କୋର୍ଟକୁ ଟ୍ରାନ୍ସଫର କରାଯାଇଛି। 

ସୂଚନାଥାଉ କି, ଅଗଷ୍ଟ ୨୩ରେ ଦୁମ୍‌କା ଥାନା ଅଞ୍ଚଳରେ ରହୁଥିବା ଶାହରୁଖ ଅଙ୍କିତାଙ୍କ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳି ଦେଇଥିଲା। ଫୋନ୍‌ରେ କଥା ହେବାକୁ ଅଙ୍କିତା ମନା କରି ଦେବାରୁ ଶାହରୁଖ ଏଭଳି ଅମାନବୀୟ କାଣ୍ଡ ଘଟାଇଥିଲା। ଗୁରୁତର ଅବସ୍ଥାରେ ଅଙ୍କିତାଙ୍କୁ ପ୍ରଥମେ ଦୁମ୍‌କା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରିମ୍ସ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହି ମାମଲାରେ ପୋଲିସ୍‌ ୨ ଅଭିଯୁକ୍ତ ଶାହରୁଖ ଓ ଛୋଟୁକୁ ଗିରଫ କରି ଜେଲ୍‌ ପଠାଇଥିଲା। ଅଙ୍କିତା ହତ୍ୟା ମାମଲାରେ ଆଉ କେଉଁ କେଉଁମାନେ ସାମିଲ ଅଛନ୍ତି, ଏନେଇ ପୋଲିସ୍‌ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରି ସତ ଓଗାଳିବ ବୋଲି କୁହାଯାଉଛି।

Advertisment
Dumka Girl Death Case Ankita Murder Case Dumka Murder Case
Advertisment
Advertisment