Advertisment

ପୋଲିସର ଡ୍ୟୁଟି ପରୀକ୍ଷା କଲା ମଦୁଆ

ପୋଲିସର ଡ୍ୟୁଟି ପରୀକ୍ଷା କଲା ମଦୁଆ । PCR କୁ ଅଧ ରାତିରେ କଲା ଫୋନ୍‌ କହିଲା, ମୁଁ ଚେକ୍‌ କରୁଥିଲି PCR ଆସୁଛି କି ନାହିଁ॥ ଅଧ ରାତିରେ ୧୧୨ କୁ ଡାଏଲ କରି ପୋଲିସକୁ ଡ୍ୟୁଟିର ପାଠ ପଢାଇଲେ ମଦପ୍ୟ ବ୍ୟକ୍ତି। ପାଖରେ ପୋଲିସ ପହଞ୍ଚିବା ପରେ ମଦ୍ୟପ ବ୍ୟକ୍ତି କହିଲେ, ପୋଲିସ ରାତିରେ ଠିକ୍ ଡ୍ୟୁଟି କରୁଛି କି ନାହିଁ ତାର ପରୀକ୍ଷା କରୁଥିଲି ମୁଁ। ଆଉ ଏବେ ସେହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

author-image
Pallipuspa Samal
ଅଦ୍ୟତନ ହୋଇଛି
 Drunker testified on police duty

Drunker testified on police duty

ପୋଲିସର ଡ୍ୟୁଟି ପରୀକ୍ଷା କଲା ମଦୁଆ । PCR କୁ ଅଧ ରାତିରେ କଲା ଫୋନ୍‌ କହିଲା । ପୋଲିସ ପହଞ୍ଚିବା ପରେ ମଦ୍ୟପ ବ୍ୟକ୍ତି କହିଲେ, ପୋଲିସ ରାତିରେ ଠିକ୍ ଡ୍ୟୁଟି କରୁଛି କି ନାହିଁ ତାର ପରୀକ୍ଷା କରୁଥିଲି ମୁଁ। ଆଉ ଏବେ ସେହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

Advertisment

ଆଉ ଏହି ଭିଡ଼ିଓ ଖୋଦ୍‌ IPSପଙ୍କଜ ନିଜ ଟିଟ୍ୱର ପେଜ୍‌ରେ ସେୟାର କରିଛନ୍ତି। ଆଉ କ୍ୟାପସନ୍‌ରେ ଲେଖିଛନ୍ତି କି, ମଦ ପିଇବା ପରେ ପରେ ପୋଲିସକୁ ଖୋଜୁଛନ୍ତି ଲୋକେ। ଦୁଇ ଦିନ ହେଲାଣି ପିସିଆର ଗାଡ଼ି ଦେଖିନଥିବାରୁ ରାତି ଅଧରେ ପିସିଆରକୁ ଫୋନ୍‌ କରି ଡାକୁଛନ୍ତି ମଦ୍ୟପ ବ୍ୟକ୍ତି। ପଞ୍ଜାବର ପଞ୍ଚକୁଲା ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ଭାରି ଚର୍ଚ୍ଚା।

ପୁଲିସ, ଦମକଳବାହିନୀ ଏବଂ ଆମ୍ବୁଲାନ୍ସ ପାଇଁ ଭାରତରେ ଏକ ଏମରଜେନ୍ସି ନମ୍ବର ରହିଛି। ଜରୁରୀ ପରିସ୍ଥିତିରେ ୧୧୨ ଡାଏଲ୍‌ କରି ଏମାନଙ୍କୁ ସହାୟତା ମଗାଯାଏ। ତେବେ କିଛି ଲୋକେ ଏଭଳି ଅଛନ୍ତି ଯିଏକି ଏହି ନମ୍ବରର ଦୁର୍ବ୍ୟବହାର କରନ୍ତି। ଏଭଳି ହିଁ ଏକ ଘଟଣା ହରିୟାଣାର ପଞ୍ଚକୁଲାରୁ ସାମ୍ନାକୁ ଆସିଛି। ଅଧ ରାତିରେ ପୋଲିସକୁ ଫୋନ୍‌ କଲେ ସେ ଆସିବ କି ନାହିଁ ତାହା ଜାଣିବା ପାଇଁ PCR ମୋବାଇଲକୁ ଫୋନ୍‌ କରିଥିଲେ ମଦ୍ୟପ ବ୍ୟକ୍ତି। ଆଉ ଫୋନ୍‌ ପାଇବା ପରେ ପୋଲିସ ମଧ୍ୟ ପହଞ୍ଚିଯାଇଥିଲା।

Advertisment

ପଞ୍ଚକୁଲାର ୪୨ ବର୍ଷୀୟ ନରେଶ କୁମାର। ପେଶାରେ ଶ୍ରମିକ ଥିବା ବ୍ୟକ୍ତି ବିଳମ୍ବତ ରାତିରେ ମଦ ପିଇ ମାତାଲ ଅବସ୍ଥାରେ ଏମରଜେନ୍ସି ନମ୍ବର ୧୧୨ ଡାଏଲ୍‌ କରି ପୁଲିସ ଆସୁଛି ନା ନାହିଁ ତା’ର ପରୀକ୍ଷା କରିଥିଲେ। ସେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ସହାୟତା ମାଗିଥିଲେ। ଫୋନ୍‌ କରିବାର ମାତ୍ର ୧୫ ମିନିଟ୍‌ ଭିତରେ ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଯାଇଥିଲା ପୁଲିସ।

ଯେତେବେଳେ ପୁଲିସ ନରେଶଙ୍କୁ କାହିଁକି ଫୋନ୍‌ କରିଥିଲ ବୋଲି ପଚାରିଥିଲା ସେତେବେଳେ ସେ ଏକ ଅଜବ ଉତ୍ତର ଦେଇଥିଲେ। ସେ କହିଥିଲେ ମୁଁ ନିଜ ଗାଁକୁ ଫେରିବା ବାଟରେ ଟିକେ ମଦ ପିଇଦେଲି ଏବଂ ୧୧୨ ନମ୍ବର ଡାଏଲ କରି ପୁଲିସ କେତେ ସମୟରେ ପହଞ୍ଚୁଛି ତାହା ପରୀକ୍ଷା କରୁଥିଲି। ପରେ ପୋଲିସ ନରେଶଙ୍କୁ ଗିରଫ କରିଥିବା ନେଇ ଜଣାପଡ଼ିଛି। କିନ୍ତୁ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି।

Drunker Testified On Police Duty
Advertisment
Advertisment