Advertisment

ଇଣ୍ତିଗୋ ବିମାନରେ ଯାତ୍ରୀଙ୍କ ହଙ୍ଗାମା; ନିଶାରେ ଏମରଜେନ୍ସି ଗେଟ୍‌ ଖୋଲୁଥିଲେ...

ପୁଣି ବିମାନରେ ମଦ୍ୟପ ଯାତ୍ରୀଙ୍କ ବିଶୃଙ୍ଖଳା ସାମ୍ନାକୁ ଆସିଛି। ଜଣେ ୪୦ ବର୍ଷୀୟ ବ୍ୟକ୍ତି ମଦ ନିଶାରେ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Drunk Passenger

Drunk Passenger

ଉଡ଼ନ୍ତା ବିମାନରେ ମଦ୍ୟପ ଯାତ୍ରୀଙ୍କ ହଙ୍ଗାମା । କେତେବେଳେ ମାରପିଟ୍‌ ତ କେତେବେଳେ ବିମାନ କର୍ମଚାରୀଙ୍କୁ ଦୁର୍ବ୍ୟବହାର । ଏବେ ଆଉ ଏକ ଖବର ଚହଳ ସୃଷ୍ଟି କରିଛି । ଏତେ ନିଶା ଯେ ଉଡ଼ନ୍ତା ବିମାନର ଜରୁରୀକାଳୀନ ଗେଟ୍‌ ଖୋଲୁଥିଲେ ଜଣେ ୪୦ ବର୍ଷୀୟ ଯାତ୍ରୀ । ଦିଲ୍ଲୀ-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନରେ ଏପରି ଘଟଣା ଘଟିଛି ।

Advertisment

ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ବିମାନ ନମ୍ବର ୬ E ୩୦୮ରେ ଏହି ଘଟଣା ଘଟିଛି । ବିମାନଟି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା । ଏହି ସମୟରେ ଅର୍ଥାତ ଶୁକ୍ରବାର ସକାଳ ୭.୫୬ରେ ମଦ୍ୟପ ଯାତ୍ରୀଙ୍କ ବିଶୃଙ୍ଖଳା ଘଟଣା ସାମ୍ନାକୁ ଆସିଥିଲା ।

ବାସ୍ତବରେ ଯାତ୍ରୀ ଜଣଙ୍କ ନିଶାସକ୍ତ ଅବସ୍ଥାରେ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲା । ସେ ନିୟମ ଉଲ୍ଲଙ୍ଘନ କରୁଥିବା ଜାଣିପାରିବା ପରେ ବିମାନର କ୍ର୍ୟୁ ମେମ୍ବର କ୍ୟାପ୍ଟେନଙ୍କୁ ସୂଚନା ଦେଇଥିଲେ। ଏଥିସହ ଯାତ୍ରୀ ଜଣଙ୍କୁ ମଧ୍ୟ ବିଶୃଙ୍ଖଳା ନ କରିବାକୁ ସତର୍କ କରାଯାଇଥିଲା।

Advertisment

ବିମାନଟି ବେଙ୍ଗାଲୁରୁରେ ଅବତରଣ କରିବା ପରେ ବିଶୃଙ୍ଖଳା କରିଥିବା ଯାତ୍ରୀଙ୍କୁ ସିଆଇଏସଏଫଙ୍କୁ ହସ୍ତାନ୍ତର କରାଯାଇଥିଲା । ସେମାନେ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏଥିସହ ଘଟଣାର ଅଧିକ ତଦନ୍ତ ଚାଲିଥିବା ମଧ୍ୟ ସୂଚନା ମିଳିଛି।

Passengers To Be Fined IndiGo Airlines
Advertisment
Advertisment