Advertisment

Groom Garlands Bride's Friend: ଶିଶୁପାଳ ହେଲା ମଦୁଆ ବର; କନ୍ୟା ବଦଳରେ ସାଙ୍ଗକୁ ପିନ୍ଧାଇଦେଲା ବରଣମାଳା

ରାଗିଯାଇ କନ୍ୟା ବରକୁ ଏକ ଶକ୍ତ ଚାପୁଡ଼ା ମାରିବା ସହ ଏପରି ମଦୁଆ ବ୍ୟକ୍ତିକୁ ବାହା ହେବାକୁ ରୋକ୍‌ଠୋକ୍ ମନା କରି ମଞ୍ଚ ଛାଡ଼ି ପଳାଇଥିଲା। ଏହାପରେ ଆରମ୍ଭ ହୋଇଗଲା ହଙ୍ଗାମା। ଉଭୟ ପକ୍ଷ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।

ଅଦ୍ୟତନ ହୋଇଛି
Marriage

Marriage

Advertisment

ହଟହଟା ହେଲା ମଦ୍ୟପ ବର। ନିଶାରେ ଚୁର୍ ହୋଇ ବାହା ହେବାକୁ ଆସିଥିଲା। କନିଆଁ ବଦଳରେ କନିଆଁର ସାଙ୍ଗ ବେକରେ ପକାଇ ଦେଲା ବରଣମାଳା। ଏହି ଘଟଣା ପରେ ମଦୁଆ ବରକୁ ବାହାହେବାକୁ କନ୍ୟା ଅରାଜି ହେବାରୁ ବିବାହ ଭାଙ୍ଗିଯାଇଥିଲା। ଉତ୍ତର ପ୍ରଦେଶ ବରେଲି ଜିଲ୍ଲା ନବାବଗଞ୍ଜ ତହସିଲ କ୍ୟୋଲଡିଆ ଗାଁରେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ଶନିବାର ସନ୍ଧ୍ୟାରେ ବରଖେଡାରୁ ନବାବଗଞ୍ଜ ତହସିଲ କ୍ୟୋଲଡିଆ ଗାଁକୁ ଏକ ବିବାହ ଶୋଭାଯାତ୍ରା ଆସିଥିଲା। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ବିବାହ ପ୍ରୋସେସନ୍‌ ବି ଆସିଥିଲା। ଏହି ସମୟରେ, ବର ରବିନ୍ଦ୍ର କୁମାରଙ୍କ ସାଙ୍ଗମାନେ ତାକୁ ପ୍ରଚୁର ମଦ୍ୟପାନ କରାଇଥିଲେ। ବର ବି ମଦ ପିଇ ନିଶାରେ ଚୁର୍ ହୋଇଥିଲା.।

ମଧ୍ୟରାତ୍ରିରେ ବରଣମାଳା ଆଦାନପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। କନ୍ୟା ବରର ବେକରେ ବରଣ ମାଳା ପିନ୍ଧାଇଲେ। ଯେତେବେଳେ ବରର ପାଳି ଆସିଲା, ମଦ୍ୟପ ବର କଣ କରିବ ବୁଝିପାରିଲା ନାହିଁ। ମଞ୍ଚ ଉପରେ କନ୍ୟା ସହିତ ଆଉ ଏକ ଝିଅ ସଜେଇ ହୋଇଥିଲା। ବର କିଛି ବୁଝିପାରିଲା ନାହିଁ। ସେ କନ୍ୟାର ସାଙ୍ଗର ବେକରେ ବରଣମାଳ ପିନ୍ଧାଇ ଦେଲା।

Advertisment

ଏଥିରେ ରାଗିଯାଇ କନ୍ୟା ବରକୁ ଏକ ଶକ୍ତ ଚାପୁଡ଼ା ମାରିବା ସହ ଏପରି ମଦୁଆ ବ୍ୟକ୍ତିକୁ ବାହା ହେବାକୁ ରୋକ୍‌ଠୋକ୍ ମନା କରି ମଞ୍ଚ ଛାଡ଼ି ପଳାଇଥିଲା। ଏହାପରେ ଆରମ୍ଭ ହୋଇଗଲା ହଙ୍ଗାମା। ଉଭୟ ପକ୍ଷ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। କଥା ଏତେ ବଢିଗଲା ଯେ ରବିବାର ଦିନ ଏହି ମାମଲା ପୋଲିସ ପାଖରେ ପହଞ୍ଚିଲା। ଶାନ୍ତି ରକ୍ଷା ପାଇଁ ପୋଲିସ ବରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବରକୁ ମଦ ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଶେଷରେ ମଦ ପାଇଁ ବିବାହ ବାତିଲ୍ ହୋଇଯାଇଛି।

Advertisment

ଅଧିକ ପଢ଼ନ୍ତୁ : ମହାକୁମ୍ଭକୁ ଯାଇ ପାରିନଥିବା ବ୍ୟକ୍ତିଙ୍କ ପାଇଁ ଏମିତି ସେବା ଆଣି ଚର୍ଚ୍ଚାରେ ଯୁବକ

Marriage Bridegroom Drunk Groom
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ