Advertisment

ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି

ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି । ଚିକିତ୍ସା କ୍ଷେତ୍ରରେ ଏହି ଡ୍ରୋନ୍‌ ଟେକ୍ନୋଲୋଜି ସଫଳ ପ୍ରୟୋଗ ହୋଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ମାଧ୍ୟମରେ ICMR ଏଭଳି ରକ୍ତ ପ୍ରେରଣ ପରୀକ୍ଷଣ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Blood Delivery By Drone

drones deliver blood bags

ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି । ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଉଡ଼ି ଉଡ଼ି ଯିବ ରକ୍ତ ଥଳି। ଚିକିତ୍ସା କ୍ଷେତ୍ରରେ ଏହି ଡ୍ରୋନ୍‌ ଟେକ୍ନୋଲୋଜି ସଫଳ ପ୍ରୟୋଗ ହୋଇଛି। ଦିଲ୍ଲୀରେ ଡ୍ରୋନ୍ ଜରିଆରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ରକ୍ତ ଥଳି ପରିବହନ କରାଯାଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ମାଧ୍ୟମରେ ICMR ଏଭଳି ରକ୍ତ ପ୍ରେରଣ ପରୀକ୍ଷଣ କରିଛି।

Advertisment

ଅଧିକ ପଢ଼ନ୍ତୁ: ଏଣିକ ଡ୍ରୋନ୍‌ରେ ଉଡ଼ିବ ମଣିଷ, ଖୁବଶୀଘ୍ର ନୌସେନାରେ ହୋଇପାରେ ସାମିଲ

ଆଉ କିଛି ପର୍ଯ୍ୟାୟ ପରୀକ୍ଷଣ ପରେ ସାରା ଦେଶରେ ଏଥିପାଇଁ ଅନୁମତି ଦିଆଯିବ ବୋଲି ଆଇସିଏମ୍‌ଆର୍‌ର ମହାନିର୍ଦ୍ଦେଶକ ଡଃ. ରାଜୀବ ବେହଲ କହିଛନ୍ତି । ରକ୍ତ ପରୀକ୍ଷଣ ପାଇଁ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି। ରକ୍ତକୁ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପ୍ରେରଣ କରାଯାଇଥାଏ । ଡ୍ରୋନ୍‌ ମାଧ୍ୟମରେ ନିର୍ଦ୍ଦିଷ୍ଟ ତାପମାତ୍ରା ଥିବା ବାକ୍ସରେ ରକ୍ତ ଥଳିକୁ ରଖି ପରିବହନ କରାଯାଇଥିଲା। ଏହାପରେ ରକ୍ତର ଗୁଣବତ୍ତାକୁ ପରୀକ୍ଷା କରାଯାଇଥିଲା।

Advertisment

ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହୋଇନଥିବା ପରୀକ୍ଷାରୁ ଜଣାପଡ଼ିଲା। ଅନେକ ସମୟରେ ରକ୍ତ ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଥାଏ। ତେଣୁ ଡ୍ରୋନ୍ ଜରିଆରେ ରକ୍ତ ପହଞ୍ଚାଇବାର ବ୍ୟବସ୍ଥା ରୋଗୀଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।

Drone
Advertisment
Advertisment