ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଉପରେ ଡ୍ରୋନ୍ ଉଡ଼ିଥିବା ଦେଖିବାକୁ ମିଳିଛି। ଆଜି ଭୋର ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ୍ ଉଡ଼ୁଥିବା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ଏନେଇ SPG, ଦିଲ୍ଲୀ ପୋଲିସ୍କୁ ସୂଚନା ଦେବା ପରେ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
କିଏ ଓ କାହିଁକି ଡ୍ରୋନ୍ ଉଡ଼ାଇ ଥିଲା ସେସମ୍ପର୍କରେ କିଛି ଜଣାପଡ଼ିନି। ଏପରିକି ପୋଲିସ୍ ହାତରେ କୌଣସି ଡ୍ରୋନ୍ ମଧ୍ୟ ଲାଗି ନାହିଁ। ଏନେଇ ଛାନ୍ଭିନ୍ ଚାଲିଛି।
Information about flying a drone in the no-flying zone above the Prime Minister's residence was received. SPG contacted the police at 5:30 am. Investigation is underway: Delhi Police
— ANI (@ANI) July 3, 2023
ଏଠାରେ କହି ରଖୁଛୁ ଯେ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଓ ଏହାର ଆଖପାଖ ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ରେ ଅର୍ନ୍ତଭୁକ୍ତ। ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି।