Advertisment

Drone Attack on Rawalpindi Stadium: ଛାନିଆ ପାକିସ୍ତାନ; PSL ମ୍ୟାଚ୍ ପୂର୍ବରୁ ଭାରତର ଡ୍ରୋନ୍ ଆଟାକ୍...

ରାୱଲପିଣ୍ଡି ଷ୍ଟାଡିୟମ ଉପରେ ଡ୍ରୋନ୍‌ ଆକ୍ରମଣ । ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ଉପରେ ଭୟଙ୍କର ଡ୍ରୋନ୍‌ ଆକ୍ରମଣ ।

ଅଦ୍ୟତନ ହୋଇଛି
Drone Attack on Rawalpindi Stadium

Drone Attack on Rawalpindi Stadium

Advertisment

ବଡ଼ ଖବର ।  ଛାନିଆ ପାକିସ୍ତାନ । ଏତେ ବଡ଼ ଧକ୍କା ଲାଗିଛି ଯେ, ଏବେ ଖାଲି ବାଉଳି ଚାଉଳି ହେଉଛି ପାକିସ୍ତାନ ସେନା। ରାୱଲପିଣ୍ଡି ଷ୍ଟାଡିୟମ ଉପରେ ଡ୍ରୋନ୍‌ ଆକ୍ରମଣ । ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ଉପରେ ଭୟଙ୍କର ଡ୍ରୋନ୍‌ ଆକ୍ରମଣ କରାଯାଇଛି । । PSL ମ୍ୟାଚ୍ ପୂର୍ବରୁ ଭାରତର ଡ୍ରୋନ୍ ଆଟାକ୍ ଖାଇଲା ପାକିସ୍ତାନ । ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ପୂରା କ୍ଷତିଗ୍ରସ୍ତ ହୋଇଯାଇଛି ।

Advertisment

ଏପଟେ ରାୱଲପିଣ୍ଡି ଛାଡ଼ିବାକୁ ଖେଳାଳିଙ୍କୁ ନିର୍ଦ୍ଦେଶ । ସବୁ କ୍ରିକେଟରଙ୍କୁ ରାୱଲପିଣ୍ଡି ଛାଡ଼ିବାକୁ ପିସିବିର (ପାକିସ୍ତାନ କ୍ରିକେଟ୍‌ ବୋର୍ଡ଼ ) ନିର୍ଦ୍ଦେଶ ଦେଇଛି । PSLରେ ଭାଗ ନେଇଥିବା ଖେଳାଳିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

Advertisment

ଏପଟେ ପାକିସ୍ତାନ ମିସାଇଲକୁ ଖସାଇଲା ଭାରତ। ଆକାଶରେ ପାଣି ଫାଟିଗଲା ପାକିସ୍ତାନ ମିସାଇଲ। ଖାଲି LOCରେ ନୁହେଁ ଅନ୍ତର୍ଜାତୀୟ ସୀମାର ବେଶ୍ ନିକଟରେ ପାକିସ୍ତାନ ଆଡ଼ୁ ଭାରତକୁ ହେଉଛି ଗୁଳି ଓ ମିସାଇଲ୍ ମାଡ଼। ହେଲେ କୁହନ୍ତି ନା ଯିଏ ଯେମିତି ତା ଫଳ ତାକୁ ସେମିତି ମିଳେ। ଯେତେ ଚକ୍ରାନ୍ତ କଲେ ବି ପାକିସ୍ତାନର କୌଣସି ଷଡ଼ଯନ୍ତ୍ର ସଫଳ ହେଉନି। ଭାରତ-ପାକିସ୍ତାନ ସୀମା ଅମୃତସର ନିକଟର ମାଟିରେ ଲୋଟିଲା ପାକିସ୍ତାନ ମିସାଇଲ୍। ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ବାହାଦୂରୀ ସହ ପାକିସ୍ତାନ ମିସାଇଲକୁ ଆକାଶରେ ହିଁ ଧ୍ବଂସ କରିଛି। ଆଉ ଏବେ ମାଟିରେ ବଳକା ଅଂଶ ଲୋଟୁଛି।   

ଅନ୍ୟପଟେ ପୁଞ୍ଚରୁ ମିଳିଲା ଅଫୁଟା ଆର୍ଟିଲେରୀ ସେଲ୍ । ଏହି ଆର୍ଟିଲେରୀ ସେଲ୍ ଟି ପାକିସ୍ତାନର ହୋଇଥିବା ଅନୁମାନ କରାଯାଉଛି। ତେବେ ଏହାକୁ ତୁରନ୍ତ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ପାକିସ୍ତାନର ମିସାଇଲ ମାଡରେ ପୁଞ୍ଚର ବହୁ କ୍ଷତି ହୋଇଥିବା ସେମାନେ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍‌, ମିସାଇଲ୍ ମାଡ଼ରେ ଛାରଖାର୍‌ ଆତଙ୍କୀ ଆଡ୍ଡା

Drone Attack Pakistan Cricket Board Pakistani Forces
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ