/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724503476.jpg)
Drishti IAS
ସିଭିଲ ସର୍ଭିସ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରୁଥିବା ଜଣାଶୁଣା କୋଚିଂ ସେଣ୍ଟର ଦ୍ରିଷ୍ଟି ଆଇଏଏସ୍ ମୁଖାର୍ଜୀ ନଗରରୁ ଏହାର କୋଚିଂ ସେଣ୍ଟର ସ୍ଥାନାନ୍ତର କରୁଛି । ସୂଚନା ଅନୁସାରେ ଏହି କୋଚିଂ ସେଣ୍ଟର ମୁଖାର୍ଜୀ ନଗରରେ ବନ୍ଦ ହେବାସହ ନୋଏଡା ଅଞ୍ଚଳରେ ଖୋଲିବାକୁ ଯାଉଛି ।
ପୁରୁଣା ରାଜିନ୍ଦର ନଗରର ଏକ ବେସମେଣ୍ଟରେ ଅବସ୍ଥିତ ରାଓ ଆଇଏସରେ ତିନିଜଣ ଛାତ୍ରଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା । ଏହାପରେ ମ୍ୟୁନିସିପାଲ୍ କର୍ପୋରେସନ୍ ଅଫ୍ ଦିଲ୍ଲୀ (MCD) ଦ୍ରିଷ୍ଟି ଆଇଏଏସ୍ ସମେତ ଅନ୍ୟକିଛି କୋଚିଂ ସେଣ୍ଟରକୁ ସିଲ୍ କରିଥିଲା । ଫଳରେ ଏହି ଅଞ୍ଚଳରେ ଥିବା କୋଚିଂ ସେଣ୍ଟର ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ଚିନ୍ତା କରୁଥିବା କୁହାଯାଉଛି ।
କେବଳ ଦ୍ରିଷ୍ଟି ଆଇଏଏସ ନୁହେଁ ବରଂ ଏହି ଅଞ୍ଚଳରେ ଥିବା ଅନ୍ୟ କୋଚିଂ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ମୁଖାର୍ଜୀ ନଗର ଛାଡ଼ିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ଏପରି ହେଲେ ଏକଦା ଆଇଏଏସ କୋଚିଂ ପାଇଁ ପ୍ରସିଦ୍ଧ ଥିବା ମୁଖାର୍ଜୀ ନଗର ନିଛାଟିଆ ହୋଇଯାଇପାରେ କୁହାଯାଉଛି । କାରଣ ଅଧିକାଂଶ ପ୍ରମୁଖ କୋଚିଂ ସେଣ୍ଟର ସୁରକ୍ଷା ଏବଂ ସରକାରୀ ନିୟମ ମାନିବା ପାଳନ କରିବାକୁ ଚ୍ୟାଲେଞ୍ଜର ସାମ୍ନା କରୁଥିବାରୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛନ୍ତି ।
କୁହାଯଆଉଛି ବର୍ତ୍ତମାନ ସ୍ଥିତିରେ କୋଚିଂ ସେଣ୍ଟର ଗୁଡ଼ିକୁ ଅଗ୍ନି ନିରାପତ୍ତା ନିୟମାବଳୀ, ନିର୍ମାଣ ସଂରଚନା ମାନକ ଏବଂ ସୁରକ୍ଷା ସହ ଜଡିତ ସମସ୍ତ ସରକାରୀ ଏନଓସି ମାନିବା କଷ୍ଟସାଧ୍ୟ ହୋଇପଡିଛି । ଦ୍ରିଷ୍ଟୀ ଆଇଏଏସ୍ ପରିଚାଳନା ଟିମର ସଦସ୍ୟ ଉଲ୍ଲେଖ କରିଛନ୍ତି ଯେ ନୋଏଡାରେ ସ୍ଥାନ ଚୟନ କରିସାରିଛନ୍ତି ।
ମୁଖାର୍ଜୀ ନଗରରେ ବର୍ତ୍ତମାନ ୧୦୦ରୁ ଅଧିକ କୋଚିଂ ପ୍ରତିଷ୍ଠାନ ରହିଛି କିନ୍ତୁ ଅଧିକାଂଶ ଆବଶ୍ୟକୀୟ ସୁରକ୍ଷା ମାନ ପୂରଣ କରିବାକୁ ସଂଘର୍ଷ କରୁଛନ୍ତି । ଜୁଲାଇ ୨୭ରେ ଘଟିଥିବା ଦୁଃଖଦ ଘଟଣାରେ ଯେଉଁଠାରେ ତିନିଜଣ ଛାତ୍ର ପ୍ରାଣ ହରାଇଥିଲେ, ବିଶେଷକରି ବେସମେଣ୍ଟରେ କାର୍ଯ୍ୟ କରୁଥିବା ରାଜିନ୍ଦର ନଗର ଏବଂ ମୁଖାର୍ଜୀ ନଗରର ଅନେକ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଥିଲା । ଏହା ମଧ୍ୟ ସ୍ଥାନୀୟ ବ୍ୟବସାୟକୁ ପ୍ରଭାବିତ କରିଛି । ଛାତ୍ର କାର୍ଯ୍ୟକଳାପରେ ହ୍ରାସ କାରଣରୁ ଖାଦ୍ୟ, ଷ୍ଟେସନାରୀ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଦୋକାନରେ ବିକ୍ରି ହ୍ରାସ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)