• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଉ କିଛି ସମୟ ପରେ ଦେଶ ପାଇବ ପଞ୍ଚଦଶ ରାଷ୍ଟ୍ରପତି । ଓଡ଼ିଆ ଝିଅ ସମ୍ଭାଳିବେ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରିକ ରାଷ୍ଟ୍ରର ସବୋର୍ଚ୍ଚ ସାମ୍ବିଧାନିକ ପଦ । ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମନ୍ନା । ଭାରତର ଇତିହାସରେ ଯୋଡ଼ିହେବ ଏକ ନୂଆ ଅଧ୍ୟାୟ । ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହେବେ । ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସମସ୍ତ ରାଜ୍ୟସଭା ଓ ଲୋକସଭା ସାଂସଦ ଏବଂ ଅନ୍ୟ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେବେ । ଏହି ଅବସରରେ ରାଇରଙ୍ଗପୁରରୁ ରାଇସିନା ହିଲ୍ ଯାଏ ଉତ୍ସବମୁଖର ପରିବେଶ । ତେବେ ଜାଣନ୍ତୁ ଜାଣନ୍ତୁ କେତେବେଳେ କେଉଁ କାର୍ଯ୍ୟକ୍ରମ ରହିଛି...

ଶପଥ: କେତେବେଳେ କଣ?

କାବେରୀ (କମିଟି ପ୍ରକୋଷ୍ଠ) ଅଭିମୁଖେ ବାହାରିବେ କୋବିନ୍ଦ

  • ୯.୨୦: ରାଷ୍ଟ୍ରପତି ରାମନାଥ କୋବିନ୍ଦ କାବେରୀରେ ପହଞ୍ଚିବେ
  • ୯.୨୨: ରାଷ୍ଟ୍ରପତି ନିର୍ବାଚିତ ଦ୍ରୌପଦୀ ମୁର୍ମୁ ନର୍ଥ କୋର୍ଟରେ ପହଞ୍ଚିବେ
  • ୯.୨୨: ନର୍ଥ କୋର୍ଟରେ ରାଷ୍ଟ୍ରପତିଙ୍କ ଏଡିସି ସ୍ବାଗତ କରିବେ
  • ୯.୨୨: ରାମନାଥ କୋବିନ୍ଦ ଦ୍ରୌପଦୀଙ୍କୁ ସ୍ବାଗତ
  • ୯.୩୭: ରାଷ୍ଟ୍ରପତିଙ୍କ ସାମରିକ ସଚିବ ଫୋରକୋର୍ଟରେ ପହଞ୍ଚି ସାଲ୍ୟୁଟ୍‌ ନେବେ
  • ୯.୪୨: ରାମନାଥ କୋବିନ୍ଦ, ରାଷ୍ଟ୍ରପତି ନିର୍ବାଚିତ ଦ୍ରୌପଦୀ ମୁର୍ମୁ ଦରବାର ହଲ୍ ବାହାରିବେ
  • ୯.୪୯: ରାଷ୍ଟ୍ରପତିଙ୍କ ବଡିଗାର୍ଡ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜାତୀୟ ସାଲ୍ୟୁଟ୍‌ ଦେବେ
  • ୯.୫୦: ମୁର୍ମୁ ନର୍ଥ କୋର୍ଟ ଛାଡ଼ି ସଂସଦର କେନ୍ଦ୍ରୀୟ ହଲ୍ ଅଭିମୁଖେ ଯିବେ
  • ୧୦.୦୩: ରାମନାଥ କୋବିନ୍ଦ ଓ ଦ୍ରୌପଦୀ ମୁର୍ମୁ ମୋଟରକେଡ୍ ସଂସଦ ଭବନରେ ପହଞ୍ଚିବେ

ରାଜ୍ୟସଭା ଅଧ୍ୟକ୍ଷ, ଲୋକସଭା ବାଚସ୍ପତି ଏବଂ ପ୍ରଧାନ ବିଚାରପତିଙ୍କୁ ପାଛୋଟି ନେବେ

  • ୧୦.୦୫: ରାଷ୍ଟ୍ରପତିଙ୍କ ଶୋଭାଯାତ୍ରା କେନ୍ଦ୍ରୀୟ ହଲ୍ ପର୍ଯ୍ୟନ୍ତ ଯିବ
  • ୧୦.୧୧: ଗୃହ ସଚିବ ନିର୍ବାଚନ କମିସନଙ୍କ ବିବୃତ୍ତି ପଢ଼ିବେ
  • ୧୦.୧୪: ପ୍ରଧାନ ବିଚାରପତି ଦ୍ରୌପଦୀ ମୁର୍ମୁଙ୍କୁ ଶପଥ ପାଠ କରାଇବେ

ଶପଥ ପରେ ନୂଆ ରାଷ୍ଟ୍ରପତିଙ୍କ ପାଇଁ ଆସନ ଛାଡ଼ିବେ କୋବିନ୍ଦ

  • ୧୦.୧୮: ଶପଥ ରେଜିଷ୍ଟରରେ ଦସ୍ତଖତ କରିବେ ଦ୍ରୌପଦୀ ମୁର୍ମୁ
  • ୧୦.୧୮: ଗୃହ ସଚିବ ଘୋଷଣାନାମା ଜାରି କରିବେ
  • ୧୦.୨୩: ନୂଆ ରାଷ୍ଟ୍ରପତି ଉଦ୍ବୋଧନ ଦେବେ
  • ୧୦.୩୫: ଗୃହ ସଚିବ ଶପଥ ସମାରୋହ ସମାପ୍ତି ଘୋଷଣା କରିବେ