/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658457374.jpg)
Draupadi Murmu: From Councillor to 2nd woman President of India
ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁ ଅନେକ ରେକର୍ଡ କରିଛନ୍ତି । ବ୍ୟକ୍ତିଗତ ଜୀବନରେ ଅନେକ ଦୁଃଖଦ ଘଟଣାର ସାମନା କରିବା ସହ ଅନେକ ଘାତ ପ୍ରତିଘାତକୁ ପାର କରି ଜଣେ କାଉନସିଲରରୁ ଆଜି ଆସି ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବା ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।
କେବଳ ଏତିକି ନୁହେଁ ମହିଳା ଭାବେ ରାଷ୍ଟ୍ରପତି ହେବାରେ ସେ ହେଉଛନ୍ତି ଦ୍ୱିତୀୟ । ମାତ୍ର ୬୪ ବର୍ଷ ବୟସରେ ରାଇସିନା ହିଲ୍ରେ ପହଞ୍ଚିବା ସହ ଭାରତର ଇତିହାସରେ ସର୍ବକନିଷ୍ଠ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି । ଏହାସହ ଭାରତର ସ୍ୱାଧିନତା ପ୍ରାପ୍ତି ପରେ ଜନ୍ମ ଗ୍ରହଣ କରି ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବାରେ ଦ୍ରୌପଦୀ ମଧ୍ୟ ପ୍ରଥମ ଘୋର ଆଧ୍ୟାତ୍ମିକତାରେ ବିଶ୍ୱାସ ରଖୁଥିବା ଦ୍ରୌପଦୀ ୨୦୦୯ରୁ ୨୦୧୫ ମଧ୍ୟରେ ମାତ୍ର କେଇ ବର୍ଷର ବ୍ୟବଧାନରେ ଅନେକ କିଛି ହରାଇଛନ୍ତି । ଦୁଇ ପୁଅ, ସ୍ୱାମୀ, ଭାଇ ଓ ମାଆଙ୍କ ମୃତ୍ୟୁ ହରାଇଥିଲେ ।
ଗତକାଲି ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଲେ ଦ୍ରୌପଦୀ ମୁର୍ମୁ। ଭାରତର ପଞ୍ଚଦଶ ରାଷ୍ଚ୍ରପତି ହେଲେ ଦ୍ରୌପଦୀ ମୁର୍ମୁ। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ମିଳିତ ବିପକ୍ଷ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ପରାସ୍ତ କରି ଦେଶର ସର୍ବୋଚ୍ଚ ସ୍ଥାନ ଗ୍ରହଣ କରିବେ । ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଥିବାରୁ ସେ ବିଜୟୀ ହୋଇଛନ୍ତି । ଦ୍ରୌପଦୀଙ୍କୁ ମିଳିଥିବା ଭୋଟର ମୂଲ୍ୟ ୬,୭୬, ୮୦୩ ଥିବାବେଳେ ଯଶୱନ୍ତଙ୍କୁ ମିଳିଥିବା ଭୋଟର ମୂଲ୍ୟ ୩,୮୦, ୧୭୭ ରହିଛି । ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪୭୫୪ ଖଣ୍ଡ ଭୋଟ ପଡ଼ିଥିଲା । ପଡ଼ିଥିବା ଭୋଟ ମଧ୍ୟରୁ ୫୩ଟି ଭୋଟ ନାକଚ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)