Advertisment

ISRO New Chief: ବଦଳିଲେ ଇସ୍ରୋ ମୁଖ୍ୟ; ଭି. ନାରାୟଣନ ନୂଆ ଅଧ୍ୟକ୍ଷ

୧୯୮୪ରେ ସେ ଇସ୍ରୋରେ ସାମିଲ ହୋଇଥିଲେ ଭି ନାରାୟଣନ । ବର୍ତ୍ତମାନ ସେ ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟର (LPSC)ର ନିର୍ଦ୍ଦେଶକ ଅଛନ୍ତି। ପ୍ରାୟ ୪ ଦଶନ୍ଧିର କ୍ୟାରିଅରରେ ସେ ଇସ୍ରୋରେ ଅନେକ ପ୍ରମୁଖ ପଦ ପଦବୀରେ ରହିଆସିଛନ୍ତି।

ଅଦ୍ୟତନ ହୋଇଛି
ISRO

ISRO

Advertisment

ନୂଆବର୍ଷ ଆରମ୍ଭରୁ ଇସ୍ରୋକୁ ମିଳିଲା ନୂଆ ମୁଖିଆ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ର ନୂତନ ମୁଖ୍ୟଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ର ସରକାର ଡକ୍ଟର ଭି ନାରାୟଣନଙ୍କୁ ଇସ୍ରୋର ନୂତନ ଅଧ୍ୟକ୍ଷ ଏବଂ ମହାକାଶ ବିଭାଗର ସଚିବ ଭାବେ ନିଯୁକ୍ତ କରିଛନ୍ତି। ଡକ୍ଟର ଭି ନାରାୟଣନ୍ ଇସ୍ରୋର ନୂତନ ମୁଖ୍ୟ ହେବେ। ଜାନୁଆରି ୧୪ତାରିଖରେ ଇସ୍ରୋର ବର୍ତ୍ତମାନର ମୁଖ୍ୟ ଏସ୍ ସୋମନାଥଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଏନେଇ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।

Advertisment

୧୯୮୪ରେ ସେ ଇସ୍ରୋରେ ସାମିଲ ହୋଇଥିଲେ ଭି ନାରାୟଣନ । ବର୍ତ୍ତମାନ ସେ ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟର (LPSC)ର ନିର୍ଦ୍ଦେଶକ ଅଛନ୍ତି। ପ୍ରାୟ ୪ ଦଶନ୍ଧିର କ୍ୟାରିଅରରେ ସେ ଇସ୍ରୋରେ ଅନେକ ପ୍ରମୁଖ ପଦ ପଦବୀରେ ରହିଆସିଛନ୍ତି। ଡକ୍ଟର ନାରାୟଣନଙ୍କ ପାରଦର୍ଶିତା ରକେଟ୍ ଏବଂ ମହାକାଶଯାନ ପ୍ରପୁଲସନରେ ରହିଛି। ମହାକାଶ ଆୟୋଗର ଅଧ୍ୟକ୍ଷ ଥିବା ନାରାୟଣନ୍ କ୍ରାୟୋଜେନିକ୍ ଇଞ୍ଜିନର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ତାଙ୍କ ମାର୍ଗଦର୍ଶନରେ, LPSC ରେ ଇସ୍ରୋର ବିଭିନ୍ନ ମିଶନ ପାଇଁ 183 ଲିକ୍ୟୁଇଡ ପ୍ରପୁଲସନ୍ ପ୍ରଣାଳୀ ଏବଂ କଣ୍ଟ୍ରୋଲ ପାୱାର ପ୍ଲାଣ୍ଟ ଡେଲିଭରି କରିଥିଲେ। ସେ PSLV ଦ୍ୱିତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ମାଣର ତଦାରଖ କରିଥିଲେ ଏବଂ PSLV C57 ପାଇଁ କଣ୍ଟ୍ରୋଲ୍ ପାୱାର୍ ପ୍ଲାଣ୍ଟଗୁଡିକର ପରିକଳ୍ପନା କରିଥିଲେ। ଆଦିତ୍ୟ ମହାକାଶଯାନ, GSLV Mk-III ମିଶନ, ଚନ୍ଦ୍ରୟାନ-୨ ଏବଂ ଚନ୍ଦ୍ରାୟନ -3 ପାଇଁ ସେ ପ୍ରପୁଲସନ ସିଷ୍ଟମରେ ମଧ୍ୟ ସହଯୋଗ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ; ଉଠୁଛି ପଡ଼ୁଛି ଭୁବନେଶ୍ୱର

ନୂତନ ନିଯୁକ୍ତି ନେଇ ସେ ପ୍ରତିକ୍ରିୟାରେ ରଖି କହିଅଛନ୍ତି, ଇସ୍ରୋକୁ ଅଧିକ ଉଚ୍ଚତାରେ ପହଞ୍ଚାଇବି। ତାମିଲ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରିବା ପରେ ନାରାୟଣନ ଖଡ଼ଗପୁରର ଆଇଆଇଟିରୁ କ୍ରାୟୋଜେନିକ ଇଞ୍ଜିନିୟରିଂରେ ଏମ୍‌ଟେକ୍ ଏବଂ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପିଏଚ୍‌ଡି କରିଥିଲେ। ତାଙ୍କୁ ଏମ୍‌ଟେକ୍ ପ୍ରୋଗ୍ରାମରେ ପ୍ରଥମ ସ୍ଥାନ ହାସଲ କରିବା ପାଇଁ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା ।

ତାଙ୍କ ପୂର୍ବରୁ, ବର୍ତ୍ତମାନର ISRO ମୁଖ୍ୟ ଏସ ସୋମନାଥ ଜାନୁଆରୀ ୨୦୨୨ ରେ ISRO ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ସୋମନାଥଙ୍କ ନେତୃତ୍ୱରେ ଚନ୍ଦ୍ରର ଦକ୍ଷିଣ ପୋଲର ଅଞ୍ଚଳରେ ରୋଭର ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଥିଲା। ଦେଶକୁ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ଦେଇଥିବା ଇସ୍ରୋ ମୁଖ୍ୟ ଏସ୍‌.ସୋମନାଥଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି। ଜାନୁଆରୀ ୧୪ରେ ରହିଛି ତାଙ୍କ କାର୍ଯ୍ୟକାଳର ଶେଷ ଦିନ।

Advertisment

ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ପାଇଁ ଏହି ରାସ୍ତା ବନ୍ଦ ରହିବ

ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ