• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାରେ ଜାହାଁ ସେ ଧୁନରେ ମୁଖରିତ ହେଲା ଫ୍ରାନ୍ସର ଜାତୀୟ ଦିବସ ସମାରୋହ । ବାଷ୍ଟିଲ ଡେ’ ପରେଡରେ ଏହି ଗୀତର ଧୂନରେ ଭାରତୀୟ ସେନାର ଚିତ୍ତାକର୍ଷକ ପ୍ରଦର୍ଶନ । ଫ୍ରାନ୍ସର ଐତିହାସିକ ଚାମ୍ପ୍ସ ଏଲିସେସ୍ ଉପରେ ଭାରତୀୟ ବାୟୁସେନାର ଶକ୍ତିଶାଳୀ ରାଫେଲ ଫାଇଟର୍ ଜେଟ୍ ଶକ୍ତି ପ୍ରଦର୍ଶନ କରିଥିବା ବେଳେ, ଭାରତୀୟ ସେନାର ମିଳିତ ପରେଡ୍ ସମସ୍ତଙ୍କୁ ବିମୋହିତ କରିଥିଲା ।

୪ଟି ରାଫେଲ ଫାଇଟର ଜେଟ୍ ସହିତ ସି-17 ଗ୍ଲୋବମାଷ୍ଟର ଫ୍ଳାଏପାଷ୍ଟରେ ସା

ମିଲ ହୋଇଥିଲା । ଭାରତର ସର୍ବପୁରାତନ ରେଜିମେଣ୍ଟ ପଂଜାବ ରେଜିମେଣ୍ଟ ସହ ଭାରତର ନୌସେନା, ବାୟୁସେନା ପରେଡରେ ଅଂଶଗ୍ରହଣ କରିଥିଲେ । ଏହି ସମାରୋହରେ ସ୍ୱତନ୍ତ୍ର ଅତିଥି ସାଜିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ବିରାଟ ପଟୁଆରରେ ପହଞ୍ଚିବା ପରେ ଆକର୍ଷଣୀୟ ପରେଡ୍ ପ୍ରଦର୍ଶନ କରାଯାଇଥିଲା ।

ଏହାପରେ ମାକ୍ରନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିଥିଲେ । ଏହି ସମୟରେ ଫ୍ରାନ୍ସର ଫାଇଟର ଜେଟ୍ ଆକାଶ ମାର୍ଗରେ ଶକ୍ତି ପ୍ରଦର୍ଶନ କରିଥିଲା । ଚଳିତ ବାଷ୍ଟିଲ ଡେ ପରେଡରେ ଭାରତ ପକ୍ଷରୁ ସାମିଲ ହୋଇଥିଲେ ସ୍ଥଳସେନା, ନୌସେନା ଓ ବାୟୁସେନାର ୨୬୯ ଯବାନ । ଚଳିତ ବର୍ଷ ଫ୍ରାନ୍ସ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ୨୫ବର୍ଷ ପୂର୍ତ୍ତି ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ଲେଜିୟନ ଅଫ୍ ଅନର ସମ୍ମାନ ଦିଆଯାଇଛି ।