Advertisment

ପଢୁଥିଲେ ପାଣିପାଗ ଖବର; ଷ୍ଟୁଡିଓରେ ହଠାତ୍‌ ସେନ୍ସଲେସ୍ ହେଲେ ଆଙ୍କର୍‌

ଅତ୍ୟଧିକ ଗରମ ସହ ଗୁଳିଗୁଳି ଯୋଗୁଁ ଲୋପାମୁଦ୍ରାଙ୍କ ରକ୍ତଚାପ କମିଥିଲା।

author-image
Manoranjan Behera
ଅଦ୍ୟତନ ହୋଇଛି
TV Anchor faints during Live News

TV Anchor

ସମ୍ବାଦ ପାଠ ବେଳେ ଷ୍ଟୁଡିଓରେ ମୁର୍ଛା ହେଲେ ଆଙ୍କର। ଡିଡି ବାଂଲାର ଆଙ୍କର ଲୋପାମୁଦ୍ରା ସିହ୍ନା ସମ୍ବାଦ ପଢିବା ବେଳେ ସେନ୍ସଲେସ ହୋଇଗଲେ।  ଗତ ୧୮ ତାରିଖ ସକାଳ ୮.୩୦ ବେଳେ ନ୍ୟୁଜ ପଢିବା ବେଳେ ଏଭଳି ଘଟଣା ଘଟିଥିଲା। ଅତ୍ୟଧିକ ଗରମ ସହ ଗୁଳିଗୁଳି ଯୋଗୁଁ ଲୋପାମୁଦ୍ରାଙ୍କ ରକ୍ତଚାପ କମିଥିଲା।

Advertisment

ଫଳରେ ନ୍ୟୁଜ ପଢିବା ସମୟରେ ସେ ବେହୋସ ହୋଇଯାଇଥିଲେ ବୋଲି କହିଛନ୍ତି ଆଙ୍କର ଲୋପାମୁଦ୍ରା। ଘଟଣା ଘଟିବା ପରେ ଷ୍ଟୁଡିଓରେ ଉପସ୍ଥିତ ଥିବା ସହଯୋଗୀ ଲୋପାମୁଦ୍ରାଙ୍କ ମୁହଁରେ ପାଣି ଦେବା ସହ ତାଙ୍କୁ ଆନୁସଙ୍ଗିକ ଚିକତ୍ସା ସୁବିଧା ଯୋଗାଇଥିଲେ। ଫେସ୍‌ବୁକ୍‌ରେ ଏକ ଭିଡିଓ ପୋଷ୍ଟ କରି ଲୋପାମୁଦ୍ରା କହିଛନ୍ତି ଯେ, ରକ୍ତଚାପ ହ୍ରାସ ପାଇବାରୁ ନ୍ୟୁଜ୍ ପ୍ରସାରଣ ବେଳେ ସେ ଅଚେତ ହୋଇଯାଇଥିଲେ। ନ୍ୟୁଜ୍ ପଢ଼ିବା ପୂର୍ବରୁ ସେ ଅସୁସ୍ଥ ଅନୁଭବ କରିଥିଲେ। ତଥାପି ସେ ନ୍ୟୁଜ୍ ପଢ଼ିବାକୁ ଚାହିଁଥିଲେ। ଗୋଟିଏ ଗ୍ଲାସ ପାଣି ପିଇ ସେ ନ୍ୟୁଜ୍ ପଢ଼ିବା ଆରମ୍ଭ କରିଥିଲେ। ସେ ଭାବିଥିଲେ ପାଣି ପିଇ ଦେଲେ ସବୁ ଠିକ୍ ହୋଇଯିବ।

ନ୍ୟୁଜ୍ ପ୍ରସାରଣର ପ୍ରକାର ଏମିତି ଥିଲା ଯେ ମଝିରେ ସେ ଆଉ ପାଣି ପିଇ ନିଜକୁ ହାଇଡ୍ରେଟ୍ ରଖିବାର ସୁଯୋଗ ପାଇ ନଥିଲେ। ଫଳରେ ସମୟ ଗଡ଼ି ଚାଲିବା ସହିତ ସେ ଅଧିକ ଅସୁସ୍ଥ ଅନୁଭବ କରିଥିଲେ। ଆଉ ଯେତେବେଳେ ସେ ଗ୍ରୀଷ୍ମ ପ୍ରବାହ ସଂପର୍କିତ ଖବର ପରିବେଷଣ କରୁଥିଲେ ତାଙ୍କ ଆଖି ବନ୍ଦ ହୋଇଯାଉଥିବା ସେ ଅନୁଭବ କରିଥିଲେ। ପରେ ପରେ ଟେଲିପ୍ରମ୍ପଟର ତାଙ୍କଠାରୁ ଦୂରେଇ ଯାଉଥିବା ସେ ଅନୁଭବ କରିଥିଲେ ଏବଂ ଚେତା ହରାଇଥିଲେ।

Advertisment

ଏହି ଘଟଣା ପରେ ନ୍ୟୁଜ୍ ଆଙ୍କର ଲୋପାମୁଦ୍ରା ସିହ୍ନାଙ୍କ ପ୍ରତି ସମସ୍ତେ ସହାନୁଭୂତି ଦେଖାଇଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ସୋଶାଲ ମିଡିଆ ୟୁଜରମାନେ କମେଣ୍ଟ କରିଛନ୍ତି।

TV Anchors Heat Wave
Advertisment
Advertisment