Advertisment

ଓକିଲଙ୍କ ଉପରେ ବର୍ଷିଲେ CJI; କହିଲେ, ୟା..ୟା..ବନ୍ଦ କର...

ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା। ଏହି ସମୟରେ ହଠାତ୍ ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ମରାଠୀରେ କହିବା ଆରମ୍ଭ କଲେ । CJI ଆବେଦନକାରୀଙ୍କୁ ଭର୍ତ୍ସନା କରି ଅଦାଲତି ଶିଷ୍ଟାଚାର ପାଠ ପଢାଇଲେ।

author-image
Sonali Ojha
ଅଦ୍ୟତନ ହୋଇଛି
supreme court

supreme court

ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା। ଏହି ସମୟରେ ହଠାତ୍ ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ମରାଠୀରେ କହିବା ଆରମ୍ଭ କଲେ ।CJI ଆବେଦନକାରୀଙ୍କୁ ଭର୍ତ୍ସନା କରି ଅଦାଲତି ଶିଷ୍ଟାଚାର ପାଠ ପଢାଇଲେ। ଏକ ପିଟିସନର ଶୁଣାଣି ବେଳେ ଜଣେ ଓକିଲ ପ୍ରଶ୍ନର ଉତ୍ତରରେ yeah, yeah କହିବାରୁ ତାଗିଦ କରିଥିଲେ CJI । ଏହାପରେ ଓକିଲ ମଧ୍ୟ ମରାଠୀରେ କହିବାକୁ ଲାଗିଲେ।

Advertisment

୨୦୧୮ ମେ' ମାସରେ ଏକ ପିଟିସନ ଦାଖଲ ହୋଇଥିଲା। ଏଥିରେ ପୂର୍ବତନ CJI ରଂଜନ ଗୋଗାଇଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ବିରୋଧରେ ତଦନ୍ତ ଦାବି କରିଥିଲେ। ପିଟିସନରେ ଆଶ୍ଚର୍ଯ୍ୟ ପ୍ରକଟ କରି CJI କହିଥିଲେ ବିଚାରପତିଙ୍କୁ ଅଭିଯୁକ୍ତ କରି ଆପଣ କିପରି ପିଏଲ୍ ଦାଖଲ କରିପାରିବେ? କିଛି ସମ୍ମାନ ଅଛି କି ନାହିଁ। ଆପଣ ଏହା କହିପାରିବେନି ଯେ ବିଚାରପତିଙ୍କ ବିରୋଧରେ ଘରୋଇ ଅନୁସନ୍ଧାନ ଚାହାଁନ୍ତି। ଏହା ଧାରା 32 ଅନୁଯାୟୀ ଏକ ଆବେଦନ କି ବୋଲି ପ୍ରଶ୍ନ କରିଥିଲେ।

ଏହା ପରେ ଓକିଲ କହିଥିଲେ,'yeah, yeah । ଆବେଦନକାରୀଙ୍କ ଅନୌପଚାରିକ ସ୍ୱରକୁ ନାପସନ୍ଦ କରିଥିଲେ ମୁଖ୍ୟ ବିଚାରପତି। yeah, yeah କୁହନ୍ତୁନି। yes yes କୁହନ୍ତୁ। ଏହା କଫି ଦୋକାନ ନୁହେଁ, କୋର୍ଟ। yeah, yeah କହୁଥିବା ଲୋକଙ୍କ ପ୍ରତି ମୋର ଆଲର୍ଜି ଅଛି।' ଜଷ୍ଟିସ ଗୋଗୋଇ ସୁପ୍ରିମକୋର୍ଟର ଜଣେ ପୂର୍ବତନ ଅବସରପ୍ରାପ୍ତ ବିଚାରପତି । ଆପଣ ଜଣେ ବିଚାରପତିଙ୍କ ବିରୋଧରେ ଏପରି ପିଟିସନ ଦାଖଲ କରିପାରିବେ ନାହିଁ କି ଯାଞ୍ଚ ପାଇଁ ଦାବି କରିପାରିବେ ନାହିଁ।

Advertisment

୨୦୧୮ରେ ପୂର୍ବତନ CJI ରଂଜନ ଗୋଗୋଇଙ୍କ ବିରୋଧରେ ଏକ ପିଟିସନ ଦଖଲ ହୋଇଥିଲା। ଏଥିରେ ବେଆଇନ ବିବୃତ୍ତି ଆଧାରରେ ଶ୍ରମ ଆଇନ ଅନୁଯାୟୀ ତାଙ୍କ ସେବା ସମାପ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନକୁ ପୂର୍ବତନ ସିଜେଆଇ ଖାରଜ କରିଥିବା ଦର୍ଶାଇଥିଲେ ଆବେଦନକାରୀ। ଏଥିସହ ତାଙ୍କ ବିଚାରରେ ପ୍ରମୁଖ ତ୍ରୁଟି ଥିବା ଦର୍ଶାଯାଇଥିଲା। 

ଏହାର ଶୁଣାଣି କରି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ କହିଥିଲେ, ଠିକ୍ ହେଉ କି ଭୁଲ ସୁପ୍ରିମକୋର୍ଟରେ ଶୁଣାଣି ସରିଛି। ରିଭ୍ୟୁ ପିଟିସନ ବି ଖାରଜ କରିଦିଆଯାଇଛି। ବର୍ତ୍ତମାନ ଆପଣଙ୍କୁ ଏକ କ୍ୟୁରେଟିବ ଦାଖଲ କରିବାକୁ ହେବ, କିନ୍ତୁ ଆପଣ ଏହା କରିବାକୁ ଚାହୁଁ ନାହାନ୍ତି। ସିଜେଆଇ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଯେତେବେଳେ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ  କରାଯାଏ, ସେତେବେଳେ ଏହି ମାମଲାରେ ନିଷ୍ପତ୍ତି ଦେଇଥିବା ହାଇକୋର୍ଟର ବିଚାରପତିଙ୍କୁ ପାର୍ଟି କରାଯାଏନି।

Supreme Court CJI
Advertisment
Advertisment