Advertisment

ପକେଟ୍‌ରେ ୮ ହଜାର ଧରି ଘର ଛାଡ଼ିଲେ NEET ପରୀକ୍ଷାର୍ଥୀ..କହିଲେ..

କୋଟାରେ ଥମୁନି ଛାତ୍ର ଆତ୍ମହତ୍ୟା ମାମଲା। ତେତେବେଳେ କିଏ ଆତ୍ମହତ୍ୟା କରିଦେଉଛି ତ ଆଉ କିଏ ଚିଠି ଲେଖି ନିଖୋଜ ହୋଇଯାଉଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
NEET UG Student

NEET UG Student

ପକେଟ୍‌ରେ ୮ ହଜାର ଟଙ୍କା ଧରି ୫ ବର୍ଷ ପାଇଁ ଘର ଛାଡ଼ି ପଳାଇଲେ ଜଣେ NEET UG ପରୀକ୍ଷା ଦେଉଥିବା ଛାତ୍ର। ଆଉ ଯିବା ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ବର୍ଷକୁ ଥରେ ନିଶ୍ଚୟ ଫୋନ୍‌ କଲ୍‌ କରିବି..ଏମିତି ଘଟଣା ରାଜସ୍ଥାନ କୋଟାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Advertisment

କୋଟାର ଥମୁନି ଛାତ୍ର ଆତ୍ମହତ୍ୟା ମାମଲା। ତେତେବେଳେ କିଏ ଆତ୍ମହତ୍ୟା କରିଦେଉଛି ତ ଆଉ କିଏ ଚିଠି ଲେଖି ନିଖୋଜ ହୋଇଯାଉଛନ୍ତି। ଚଳିତ ବର୍ଷ ଆରମ୍ଭ ହେଉ ହେଉ ଗଲାଣି ୬ ଜଣଙ୍କ ଜୀବନ। ପୋଲିସ ଏବଂ ପ୍ରଶାସନର ଅନେକ ଚେଷ୍ଟା ପରେ ବି କୋଟାରେ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି।

ପରିବାର ଲୋକଙ୍କ ପାଇଁ ଏକ ଛୋଟ ନୋଟ୍‌ଟେ ଲେଖି କୁଆଡ଼େ ଚାଲିଯାଇଛି ଯେ କାହାକୁ କିଛି ଜଣାନାହିଁ। ପିଲାଟିର ପତ୍ତା ବି ମିଳୁନି। ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷା NEET UG ପାଇଁ କୋଚିଂ ନେବା ଲାଗି ଗାଙ୍ଗପୁର ଜିଲ୍ଲାର ବାମନବାସରୁ କୋଟା ଆସିଥିଲେ ୧୯ ବର୍ଷୀୟ ଛାତ୍ର ରାଜେନ୍ଦ୍ର ମୀନା। ଗତ ସୋମବାର ଠାରୁ ନିଜ ହଷ୍ଟେଲରୁ କେଉଁ ଆଡେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି।

Advertisment

ରାଜେନ୍ଦ୍ରଙ୍କ ବାପା ଜଗଦୀଶ ମୀନା ପୋଲିସରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଛନ୍ତି। ତାଙ୍କ ମୋବାଇଲରେ ପୁଅର ମେସେଜ ମିଳିବା ପରେ ପରିବାର ଲୋକ ତାଙ୍କ ନିଖୋଜ ହେବା ବିଷୟରେ ଜାଣିବାକୁ ପାଇଥିଲେ। ରାଜେନ୍ଦ୍ର ଘର ଲୋକଙ୍କୁ ପଠାଇଥିବା ମେସେଜରେ ଲେଖିଛନ୍ତି ଯେ, 'ମୁଁ ଘର ଛାଡି ଯାଉଛି। ଆଗକୁ ମୁଁ ଆଉ ଅଧିକ ପଢ଼ିପାରିବି ନାହିଁ। ଆସନ୍ତା ୫ ବର୍ଷ ପାଇଁ ମୁଁ ଘର ଛାଡି ଯାଉଛି। ଚିନ୍ତା କରନି ମାଆ ମୁଁ କୌଣସି ଭୁଲ୍‌ ପଦକ୍ଷେପ ନେବି ନାହିଁ। ମୁଁ ସିମ୍ ଭାଙ୍ଗି, ମୋବାଇଲ୍ ବିକ୍ରି କରିଦେଇଛି। ମୋ ପାଖରେ ସମସ୍ତଙ୍କ ନମ୍ବର ଅଛି। ବର୍ଷକୁ ଥରେ ନିଶ୍ଚିତ ରୂପେ ସମସ୍ତଙ୍କୁ କଲ୍‌ କରିବି’।

ରାଜେନ୍ଦ୍ରଙ୍କ ବାପାଙ୍କ କହିବାନୁଯାୟୀ, ମେ' ୬ ତାରିଖରୁ ତାଙ୍କ ପୁଅ ନିଖୋଜ ଅଛନ୍ତି। ସେ ରହୁଥିବା ଭଡ଼ାଘରୁ ମଧ୍ୟାହ୍ନ ୨ଟାରେ ବାହାରିଥିଲେ। ପାଖରେ ନଗଦ ୮ ହଜାର ଟଙ୍କା ଅଛି। ତା'ର ମେସେଜ ମିଳିବା ପରେ ଘର ଲୋକେ ମଧ୍ୟ ତାଙ୍କୁ ଖୋଜାଖୋଜି ଜାରି ରଖିଥିବା ସେ କହିଛନ୍ତି। ସେପଟେ ପୋଲିସ ମଧ୍ୟ ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି।

Missing Boy Rajasthan NEET UG
Advertisment
Advertisment