Advertisment

କୋଭିଡ୍ ସମୟରେ ଡୋଲୋ-୬୫୦ ସର୍ବାଧିକ ବିକ୍ରି, ଖୋଲିଲା ୧୦୦୦ କୋଟିର ଗୁମର

ସୁପ୍ରିମକୋର୍ଟକୁ ଜଣାଇଛି ମେଡିକାଲ ଓ ସେଲ୍ସ ରିପ୍ରେଜେଣ୍ଟେଟିଭ ସଂଘ

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

ଜ୍ୱର ପାଇଁ ଡାକ୍ତର ଦେଉଥିବା ଡୋଲୋ ମେଡିସିନ୍‌ ମହାମାରୀ (Covid-19) ଆରମ୍ଭରୁ ନିରନ୍ତର ଚର୍ଚ୍ଚାରେ ରହିଛି । କରୋନା ମହାମାରୀ ସମୟରେ ଡୋଲୋ ବିକ୍ରିରେ ଲଗାତାର ବୃଦ୍ଧି ଘଟିଥିଲା। ସେତେବେଳେ ବଜାରରେ ଏହି ମେଡିସିନ ସର୍ବାଧିକ ବିକ୍ରି ହୋଇଥିବା ଜଣାପଡ଼ିଥିଲା। ଡାକ୍ତରମାନେ ସମସ୍ତଙ୍କୁ ଡୋଲୋ -650 ଔଷଧ ଲେଖୁଥିଲେ ଏବଂ ଲୋକମାନେ ମଧ୍ୟ ଏହାକୁ ବହୁଳ ପରିମାଣରେ ବ୍ୟବହାର କରୁଥିଲେ । ସେହି ସମୟରେ ଡୋଲୋ -650କୁ ଲୋକେ ସାମାନ୍ୟ ଥଣ୍ଡାଜ୍ୱରରେ ମଧ୍ୟ ବ୍ୟବହାର କରୁଥିଲେ । ତେବେ ବର୍ତ୍ତମାନ ପୁଣି ଥରେ ଏହି ଔଷଧ ଏବଂ ଏହାର ଉତ୍ପାଦନକାରୀ କମ୍ପାନୀ ମାଇକ୍ରୋ ଲ୍ୟାବ୍ସ ଲିମିଟେଡ ଚର୍ଚ୍ଚାରେ ଅଛନ୍ତି । ମହାମାରୀ ସମୟରେ ଡାକ୍ତରମାନେ କାହିଁକି ସମସ୍ତଙ୍କୁ ଏହି ଔଷଧ ଲେଖୁଥିଲେ, ତାହାର ଗୁମର ଖୋଲିଛି ।

Advertisment

‘ଡୋଲୋ-୬୫୦ ଔଷଧ ଖାଇବାକୁ ପରାମର୍ଶ ଦେବା ପାଇଁ ଡାକ୍ତରଙ୍କୁ ହଜାରେ କୋଟି ଟଙ୍କା ଦେଇଛି କମ୍ପାନୀ...ବିଭିନ୍ନ ଉପାୟରେ ଉପହାର ଆକାରରେ ହେଉ କି ଆଉ କେଉଁ ଉପାୟରେ ଡାକ୍ତରଙ୍କୁ ଏକ ହଜାର କୋଟି ଟଙ୍କା ଦିଆଯାଇଛି।’ ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ସିବିଡିଟି ଫେଡେରେସନ ଅଫ୍ ମେଡିକାଲ ଆଣ୍ଡ ସେଲ୍ସ ରିପ୍ରେଜେଣ୍ଟେଟିଭ ଆସୋସିଏସନ ଅଫ୍ ଇଣ୍ଡିଆ । ଏ ସଂପର୍କରେ ସୁପ୍ରିମକୋର୍ଟଙ୍କୁ ସୂଚନା ଦିଆଯାଇଛି । ସଂଘ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ବି ଦାୟର ହୋଇଛି ।

ଡୋଲୋ-୫୦୦ କ୍ଷମତା ପର୍ଯ୍ୟନ୍ତ ଔଷଧର ବଜାରମୂଲ୍ୟ ନିୟନ୍ତ୍ରିତ ହେଉଛି । କିନ୍ତୁ ଏହାଠାରୁ ଅଧିକ କ୍ଷମତା ବିଶିଷ୍ଟ ଡୋଲୋର ମୂଲ୍ୟ କମ୍ପାନି ନିଜେ ସ୍ଥିର କରୁଛି । ତେଣୁ କମ୍ପାନୀ ଅଧିକ ଲାଭ ପାଇବା ପାଇଁ ଡାକ୍ତରଙ୍କ ପାଇଁ ହଜାରେ କୋଟି ଟଙ୍କା ଖର୍ଚ୍ଚ କରି ଡୋଲୋ-୬୫୦ ଔଷଧ ଲେଖିବାକୁ କହିଥିବା ଉପରୋକ୍ତ ତଥ୍ୟରୁ ଜଣାପଡ଼ିଛି । ଏହି ପ୍ରସଙ୍ଗରେ ୧୦ ଦିନ ଭିତରେ ଉତ୍ତର ରଖିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।

Advertisment
Dolo 650
Advertisment
Advertisment