• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନକୁ ଦିନ ବଢ଼ୁଛି କୁକୁରଙ୍କ ଆତଙ୍କ । ଲୋକେ ଦିନ ହେଉ କି ରାତି ଘରୁ ବାହାରିବାକୁ ଭୟ କରୁଛନ୍ତି । ରାଜଧାନୀ ଲକ୍ଷ୍ନୌରେ କୁକୁର ଆକ୍ରମଣ ବଢ଼ି ବଢ଼ି ଚାଲିଛି । କିଛି ଦିନ ପୂର୍ବରୁ ପିଟବୁଲ ପ୍ରଜାତିର ଏକ କୁକୁର ମାଲିକାଣିକୁ ହତ୍ୟା କରିଥିବା ଘଟଣା ବେଶ୍‌ ଚର୍ଚ୍ଚାକୁ ଆସିଥିଲା । ​​ଗତକାଲି ମଧ୍ୟ ଲକ୍ଷ୍ନୌର କୃଷ୍ଣନଗର ଥାନା ଅଞ୍ଚଳରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି । ଜାଗରଣ ଦେଖି ଘରକୁ ଫେରିବା ସମୟରେ ଜଣେ ଯୁବକ କୁକୁର ଆକ୍ରମଣର ଶିକାର ହୋଇଛନ୍ତି । କୁକୁର କାମୁଡ଼ାରେ ତାଙ୍କ ପ୍ରାଇଭେଟ୍ ପାର୍ଟ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଅଭିଯୋଗ ପରେ କୁକୁରର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ୍‌ । ଏହା ସହିତ ମ୍ୟୁନିସିପାଲିଟି ଟିମ୍ କୁକୁରକୁ ସାଙ୍ଗରେ ନେଇ ଯାଇଛନ୍ତି ।

ପୀଡ଼ିତ ଜାଗରଣ ଦେଖି ରାତିରେ ଘରକୁ ଫେରୁଥିବା ସମୟରେ ଏପରି ଅଘଟଣ ଘଟିଛି । ପ୍ରେମନଗରରେ ସ୍ଥିତ ଶିବ ମନ୍ଦିର ନିକଟରେ ଯୁବକଙ୍କୁ ଆକ୍ରମଣ କରି ପ୍ରାଇଭେଟ୍‌ ପାର୍ଟକୁ କାମୁଡ଼ି ଦେଇଥିଲା କୁକୁର । ଏହି ଘଟଣାରେ ଯୁବକଙ୍କ ଗୁପ୍ତାଙ୍ଗରେ ଗୁରୁତର ଆଘାତ ଲାଗିବା ସହ ପ୍ରଚୁର​​ ରକ୍ତସ୍ରାବ ହୋଇଥିଲା । ପୀଡ଼ିତଙ୍କ ଅଭିଯୋଗ ଅନୁସାରେ, ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରକ୍ଷା କରିବା ପରିବର୍ତ୍ତେ ଛିଡ଼ା ହୋଇ ଦେଖୁଥିଲା ମାଲିକ ।

ତେବେ ଏହି ଘଟଣା ପରେ ପୀଡିତ କୌଣସି ପ୍ରକାରେ ତାଙ୍କ ଘରେ ପହଞ୍ଚିଥିଲେ । ଘରେ କହିବା ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ ଲକ୍ଷ୍ନୌ ମେଡିକାଲ କଲେଜକୁ ରେଫର୍‌ କରିଦେଇଥିଲେ । ହେଲେ ତାଙ୍କର ରକ୍ତସ୍ରାବ ବନ୍ଦ ହେଉନଥିଲା ଏବଂ ଆଉ ସେତେବେଳକୁ ତାଙ୍କର ବ୍ଲାଡର ଟ୍ୟୁବ୍ ନଷ୍ଟ ହୋଇଯାଇଥିଲା ।

ଗତ ୩ ଦିନ ହେବ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ଚିକିତ୍ସା ଦୀର୍ଘ ସମୟ ଧରି ଚାଲିବ । ଏବେ କିଛି କହିହେବ ନାହିଁ । ଧାରା ୨୮୯ ଅନୁସାରେ କୁକୁରର ମାଲିକଙ୍କୁ ଗିରଫ କରି ପଚରାଉଚରା କରୁଛି କୃଷ୍ଣନଗର ପୋଲିସ । ଏଥିସହିତ ମ୍ୟୁନିସିପାଲିଟି ଟିମ୍ କୁକୁରକୁ ନେଇଯାଇଛନ୍ତି ।