Dog 'files' application for caste certificate
ଆଧାର କାର୍ଡ, ଜାତି ପ୍ରମାଣ ପତ୍ର ଏବଂ ପରିଚୟ ପତ୍ର ଭଳି ଜରୁରୀ କାଗଜ ପତ୍ର ମଣିଷଙ୍କର ଆବଶ୍ୟକ ହୋଇଥାଏ । ହେଲେ ପଶୁ ଅର୍ଥାତ୍ କୁକୁରଙ୍କର ଏହି ଏହି ସବୁ ଜିନିଷ ଆବଶ୍ୟକତା ପଡ଼ିଥାଏ ବୋଲି ଆପଣ କ’ଣ ଜାଣିଛନ୍ତି ? ଜାଣି ନାହାନ୍ତି ନା... ହେଲେ ଆମେ ଏଠାରେ ସେମତି କିଛି ସତ୍ୟ ଘଟଣା କହିବାକୁ ଯାଉଛୁ, ଯେଉଁଠି ଜାତି ପ୍ରମାଣ ପତ୍ର ପାଇଁ ଆବେଦନ କରିଛି କୁକୁର ।
ଏପରି ଏକ ଘଟଣା ନଜରକୁ ଆସିଛି ବିହାରର ଗୟା ଜିଲ୍ଲା ଅଞ୍ଚଳରୁ । ଟମି ନାମକ ଏକ କୁକୁର ଜାତି ପ୍ରମାଣ ପତ୍ର ପାଇଁ ଆବେଦନ କରିଛି । ଆଉ ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଜଣେ ଅଧିକାରୀ । ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଜାତି ପ୍ରମାଣ ପତ୍ର ଦେବାକୁ ସ୍ୱୀକୃତି ଦେଇନାହାନ୍ତି।
ଅଧିକ ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ରରେ କୁକୁର ଛୁଆର ଦସ୍ତଖତ !
ଦିଆଯାଇଥିବା ସୂଚନା ଅନୁସାରେ ଜାତି ପ୍ରମାଣ ପତ୍ର ପାଇଁ ଆଧାର କାର୍ଡର ଆବଶ୍ୟକତା ରହିଥାଏ । ଆଉ ସେଥିପାଇଁ କୁକୁର ଟମିର ଆଧାର ଦିଆଯାଇଥିଲା । ସବୁଠାରୁ ମଜାଦାର କଥା ହେଉଛି ଅଧାର କାର୍ଡରେ ‘ମୋ ଆଧାର ମୋ ପରିଚୟ’ ବଦଳରେ ‘ଆମ କୁତା ଆମ ଅଧିକାର’ ଲେଖା ରହିଥିଲା । ତେଣୁ ଏହା ଏକ ନକଲି ଆଧାର ବୋଲି ଜଣାପଡ଼ିଥିଲା।
ଫଳରେ ଏହାକୁ ଅନଲାଇନ ମାଧ୍ୟମରେ ଯାଞ୍ଚ ସମୟରେ ଅଧିକାରୀ ଜଣକ ରଦ୍ଦ କରିଦେଇଥଲେ । ପରେ ସମ୍ପୂର୍ଣ୍ଣ ଘଟଣାଟି ଲୋକଲୋଚନକୁ ଆସିବା ସହ ଖୁବ୍ ଚର୍ଚ୍ଚା ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675680742.jpg)