ଚିକିତ୍ସା ବେଳେ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ !

ଚିକିତ୍ସା ବାହାନାରେ କ୍ଲିନିକ ଭିତରେ ଜଣେ ଡାକ୍ତରଙ୍କ ହରକତ ଲଜ୍ଜାରେ ସମସ୍ତଙ୍କ ମୁଣ୍ଡ ନୁଆଁଇ ଦେଇଛି । ଜଣେ ୨୨ ବର୍ଷୀୟା ମହିଳା ରୋଗୀଙ୍କୁ ଅନୁପଯୁକ୍ତ ଭାବେ ଛୁଇଁବା ଅଭିଯୋଗ ହୋଇଛି ।

Doctor booked

ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ରୂପେ ବିବେଚନା କରାଯାଏ । ପୁରୁଷ ହୁଅନ୍ତୁ କି ମହିଳା ରୋଗୀ ସୁସ୍ଥ ଆଶାରେ ବିଶ୍ୱାସର ସହ ଚିକିତ୍ସା ପାଇଁ ଆସିଥାନ୍ତି ଡାକ୍ତରଖାନା କିମ୍ବା କ୍ଳିନିକ୍ । ତେବେ  ଚିକିତ୍ସା ବାହାନାରେ କ୍ଲିନିକ ଭିତରେ ଜଣେ ଡାକ୍ତରଙ୍କ ହରକତ ଲଜ୍ଜାରେ ସମସ୍ତଙ୍କ ମୁଣ୍ଡ ନୁଆଁଇ ଦେଇଛି । ଜଣେ ୨୨ ବର୍ଷୀୟା ମହିଳା ରୋଗୀଙ୍କୁ ଅନୁପଯୁକ୍ତ ଭାବେ ଛୁଇଁବା ଅଭିଯୋଗ ହୋଇଛି । ଏହାପରେ ମହାରାଷ୍ଟ୍ରର ଥାନେ ପୋଲିସ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏନେଇ ଗୁରୁବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଅଧିକାରୀ ଜଣଙ୍କ ସୂଚନା ଅନୁସାରେ ଡାକ୍ତରଙ୍କ ନାମ ଅବଦୁଲ କୁଡୁସ ହୋଇଥିବାବେଳେ ସେ ସ୍ଥାନୀୟ ସିଲ୍-ଫଟ ଅଞ୍ଚଳର । ଅଗଷ୍ଟ ୨୦ ତାରିଖ ଦିନ ତାଙ୍କ କ୍ଲିନିକକୁ ଚିକିତ୍ସା ପାଇଁ ଯାଇଥିବାବେଳେ ଚେକ୍ କରିବା ବାହାନାରେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ପୁଣି ଲଜ୍ଜା; ୬ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଇ ଯୌନ ଶୋଷଣ କରୁଥିଲେ ଶିକ୍ଷକ...

ସିଲ୍ ଦୈଘର ଥାନାର ଅଧିକାରୀଙ୍କ ସୂଚନା ଅନୁସାରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଧାରା ୭୪(ମହିଳାଙ୍କ ଗରିମାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଆକ୍ରମଣ କିମ୍ବା ଅପରାଧିକ ବଳ ପ୍ରୟୋଗ) ଓ ୭୬ ଅନୁଯାୟୀ ଡାକ୍ତରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । 

ନିକଟରେ କଟକ ବଡ଼ ମେଡିକାଲରେ ମଧ୍ୟ ଏପରି ଏକ ଅଭିଯୋଗ ଆସିଥିଲା । ଇସିଜି କରିବା ବାହାନାରେ ଦୁଇ ମହିଳା ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ମାମଲା ଥାନାରେ ପହଞ୍ଚିଥିଲା । କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତରଙ୍କ ନାଁରେ ଆସିଥିଲା ଏଭଳି ସଂଗୀନ ଅଭିଯୋଗ । ପୋଲିସ ମାମଲା ରୁଜୁ କରି ପୀଡିତାଙ୍କ ବୟାନ ରେକର୍ଡ କରି ତଦନ୍ତ କରିଥିଲା ।

ଅଧିକ ପଢ଼ନ୍ତୁ: ଦୁଇ ନାବାଳିକାଙ୍କୁ ଯୌନ ଶୋଷଣ, ତାତିଲେ ଲୋକେ...ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ