/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709134047.jpg)
DMK newspaper
ବିଗିଡ଼ିଗଲାଣି କି ତାମିଲ ସରକାରଙ୍କ ମୁଣ୍ଡ ? ରାଜନୀତି ପାଇଁ କ’ଣ ଏତେ ତଳକୁ ଖସିଯାଇଛି ଡିଏମ୍କେ ? ଚାଇନାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ତାମିଲନାଡ଼ୁ ସରକାର । ଏକ ଖବର କାଗଜରେ ଚୀନର ପତାକା ସହ ମୋଦିଙ୍କ ଫଟୋକୁ ରଖି ଆରମ୍ଭ କରିଛି ରାଜନୀତି ।
ତାମିଲନାଡୁ ସରକାରଙ୍କ ଖବରକାଗଜ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାଲୋଚନା କରାଯାଇଛି । ବିଜ୍ଞାପନରେ ଇସ୍ରୋ ବଦଳରେ ଚୀନ୍ ରକେଟ୍ ଚିତ୍ର ପ୍ରଦର୍ଶିତ କରାଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଡିଏମକେ ସାଂସଦ କେ. କାନିମୋଝି ପ୍ରତିକ୍ରିୟା ରଖିଛନ୍ତି । କାନିମୋଝି କହିଛନ୍ତି ଯେ, ଏହା ଏକ ତ୍ରୁଟି । ମୁଁ ଜାଣେ ନାହିଁ, ଯେଉଁ ବ୍ୟକ୍ତି ଏହାକୁ ଖବର କାଗଜରେ ସ୍ଥାନ ଦେଇଛନ୍ତି ସେ ଏହାକୁ ପାଇଲେ କେଉଁଠୁ ।
ଏହା ବ୍ୟତୀତ ଡିଏମକେ ସାଂସଦ କେ କାନିମୋଝି ଆହୁରି କହିଛନ୍ତି, ମୁଁ ଭାବୁନାହିଁ ଭାରତ ଚୀନ୍କୁ ଶତ୍ରୁ ଦେଶ ଭାବେ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ଚୀନ୍ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ସେମାନେ ମହାବାଲିପୁରମ୍ ମଧ୍ୟ ଯାଇଛନ୍ତି । ସତ୍ୟକୁ ଗ୍ରହଣ କରିବାକୁ ଚେଷ୍ଠା କରାଯାଉନାହିଁ । ଏହା ସେପରି କିଛି ନୁହେଁ ବୋଲି ସେ କହିଛନ୍ତି ।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡିଏମକେକୁ ଟାର୍ଗେଟ୍ କରିଛନ୍ତି । ମୋଦି କହିଛନ୍ତି, ଡିଏମକେ ହେଉଛି ଏକ ପାର୍ଟି ଯାହା କାମ କରେ ନାହିଁ । ହେଲେ ମିଥ୍ୟା ବାଃ ବାଃ ନେବାକୁ ଚାହେଁ । ବର୍ତ୍ତମାନ ସେମାନେ ସୀମା ଅତିକ୍ରମ କରୁଛନ୍ତି ।
ତାମିଲନାଡୁର ଆଇଏସଆରଓ ଲଞ୍ଚ ପ୍ୟାଡ ପାଇଁ ଶ୍ରେୟ ନେବାକୁ ସେମାନେ ଚେଷ୍ଟା କରୁଥିଲେ । ତେଣୁ ଚୀନ୍ର ଷ୍ଟିକର ଲଗାଇଛନ୍ତି ବୋଲି ତାମିଲନାଡୁର ତିରୁନେଲଭେଲିରେ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁ ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ । ମହାକାଶ କ୍ଷେତ୍ରରେ ଭାରତର ଅଗ୍ରଗତିକୁ ଗ୍ରହଣ କରିବାକୁ ଡିଏମକେ ପ୍ରସ୍ତୁତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ ଆଣିଥିଲେ । ତେଣୁ ଡିଏମକେ ଏପରି କରିଥିବା ଚର୍ଚ୍ଚା ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)