/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666261824.jpg)
Narendra Modi
ବେରୋଜଗାର ଯୁବପିଢ଼ିଙ୍କୁ ମୋଦି ସରକାରଙ୍କ ଦୀପାବଳି ଉପହାର । କରୋନା ମହାମାରୀ ପର ଠାରୁ ଦେଶରେ ବେକାରୀଙ୍କ ସଂଖ୍ୟା ବଢ଼ି ଯାଇଥିବା ବେଳେ ଏଥର ଆଲୋକର ପର୍ବ ପୂର୍ବରୁ ମିଳିବ ଚାକିରି । ଦିପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋମି ଦେଶର ୭୫୦୦୦ ଯୁବକଙ୍କୁ ଚାକିରିର ଉପହାର ଦେବେ । ଅକ୍ଟୋବର ୨୨ରେ ଭିଡିଓ କନଫରେନ୍ସ ଜରିଆରେ ଯୁବପିଢ଼ିଙ୍କ ସହ ଆଲୋଚନା କରିବା ସହ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ।
ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ଡାକ ବିଭାଗ, ଗୃହ ମନ୍ତ୍ରଣାଳୟ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ, ବ୍ୟାଙ୍କିଂ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, ସିବିଆଇ, କଷ୍ଟମ୍ସ ଆଦି ବିଭାଗ ପାଇଁ ଏହି ନିଯୁକ୍ତି ଦିଆଯିବ । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସହରରୁ କେନ୍ଦ୍ର ମନ୍ତ୍ରୀମାନେ ଯୋଡ଼ିହେବେ । ଏହା ସହିତ ସାଂସଦମାନେ ସେମାନଙ୍କ ସଂସଦୀୟ କ୍ଷେତ୍ରରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ମହାରାଷ୍ଟ୍ରରୁ ଯୋଡ଼ିହେବେ । ସେହିପରି ରାଜସ୍ଥାନରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ତାମିଲନାଡୁରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବ । ଅନ୍ୟପଟେ ଉତ୍ତରପ୍ରଦେଶରୁ ମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ, ଝାଡଖଣ୍ଡରୁ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ବିହାରରୁ ମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।
ଏହା ବ୍ୟତୀତ ଅକ୍ଟୋବର ୨୨ରେ ଧନତେରସ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୪.୫୦ ଲକ୍ଷ ହିତାଧିକାରୀଙ୍କ ଗୃହ ପ୍ରବେଶରେ ଭର୍ଚୁଆଲି ଅଂଶଗ୍ରହଣ କରିବେ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏସମ୍ପର୍କରେ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)