• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଂସଦ ପରିସରରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ମିମିକ୍ରି କରାଯିବା ଘଟଣାକୁ ନେଇ ଉଦବେଗ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ୍ ମିଡିଆ ଏକ୍ସରେ ରାଷ୍ଟ୍ରପତି ଲେଖିଛନ୍ତି, ଯେଭଳି ଭାବରେ ସଂସଦ ଭବନ ପରିସରରେ ଉପରାଷ୍ଟ୍ରପତିଙ୍କୁ ଅପମାନିତ କରାଗଲା ତାହା ଦେଖି ସେ ନିରାଶ ହୋଇଛନ୍ତି । ନିର୍ବାଚିତ ପ୍ରତିନିଧିମାନେ ସ୍ୱାଧୀନ ଭାବେ ନିଜର ମତ ପ୍ରକାଶ କରିପାରିବେ । ତେବେ ସେମାନଙ୍କ ଅଭିବ୍ୟକ୍ତି ନିର୍ଦ୍ଦିଷ୍ଟ ଗରିମା ଓ ଶିଷ୍ଟାଚାର ମଧ୍ୟରେ ରହିବା ଆବଶ୍ୟକ । ଏହି ସଂସଦୀୟ ପରମ୍ପରା ନେଇ ଆମେ ଭାରତୀୟମାନେ ଗର୍ବ କରି ଆସୁଛୁ । ଆଉ ଏହି ପରମ୍ପରା ବଜାୟ ରହିବ ବୋଲି ଭାରତର ଲୋକମାନେ ଆଶା ରଖିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଫୋନ କରି କିଛି ସାଂସଦଙ୍କ ଦ୍ୱାରା କରାଯାଇଥିବା ବିଦ୍ରୁପକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଦୁଃଖ ପ୍ରକାଶ କରିଛନ୍ତି । ନିଜେ ଧନକର ଏ ନେଇ ଏକ୍ସରେ ପୋଷ୍ଟ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗତ ୨୦ ବର୍ଷ ହେବ ଏଭଳି ଅପମାନକୁ ସହି ଆସୁଥିବା ନେଇ ତାଙ୍କୁ କହିଥିବା ଧନକର ଉଲ୍ଲେଖ କରିଛନ୍ତି । ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଆଜି ଧନକରଙ୍କୁ ଭେଟିଛନ୍ତି ।

ସାଂସଦଙ୍କ ଦ୍ୱାରା ରାଜ୍ୟସଭା ଅଧ୍ୟକ୍ଷଙ୍କ ମିମିକ୍ରି କରାଯିବା ଘଟଣାକୁ ନେଇ ବାଚସ୍ପତି ବିର୍ଲା ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଗତକାଲି ସଂସଦର ପ୍ରବେଶ ଦ୍ୱାରରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ଧନକରଙ୍କ ଭଳି ଅଙ୍ଗଭଙ୍ଗୀ କରିଥିଲେ । ଏହି ଭିଡିଓ ଭାଇରାଲ୍ ହେବା ପରେ ରାଜନୀତି ତେଜିଛି ।...

ସେପଟେ ଆଜି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ସମର୍ଥନରେ ଗୃହ ଭିତରେ ଛିଡା ହେଲେ  ଏନଡିଏ ସାଂସଦ । ରାଜ୍ୟସଭାରେ ପ୍ରଶ୍ନକାଳ ଆରମ୍ବ ହେବା ମାତ୍ରକେ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟ ଛିଡା ହୋଇଥିଲେ । ଆଉ ଗୃହକାର୍ଯ୍ୟରେ ଭାଗ ନେଇଥିଲେ । ତେବେ କିଛି ସମୟ ଗୃହ କାର୍ଯ୍ୟ ଚାଲିବା ପରେ ଅଧ୍ୟକ୍ଷ ଧନକର ଗୃହର ସଦସ୍ୟମାନଙ୍କ 
ସମର୍ଥନକୁ ନେଇ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆସନରେ ବସିବା ଲାଗି ଅନୁରୋଧ କରିଥିଲେ ।