• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜିନପିଙ୍ଗ୍‌ ସରକାରଙ୍କ ଉପରେ ଗର୍ଜିଲେ ଗୃହମନ୍ତ୍ରୀ । ଚୀନ ସେନାଙ୍କ ଅନୁପ୍ରବେଶ ଉଦ୍ୟମ ପ୍ରସଙ୍ଗରେ ସଂସଦ ବାହାରେ ପ୍ରତିକ୍ରିୟା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । କଂଗ୍ରେସ ଶାସନ ସମୟରେ ହିଁ ଚୀନ ଭାରତୀୟ ଅଞ୍ଚଳକୁ ମାଡ଼ି ବସିଥିଲା । ହେଲେ ମୋଦି ସରକାରରେ ଭାରତ ଠାରୁ କେହି ଗୋଟିଏ ଇଞ୍ଚ ଜମି ନେଇପାରିବେ ନାହିଁ । ଏହାସହ ଭାରତୀୟ ଯବାନଙ୍କ ବୀରତ୍ୱ ପାଇଁ ପ୍ରଶଂସା କରିଛନ୍ତି ଅମିତ ଶାହା । ଆମ ଯବାନ ବୀରତ୍ୱର ସହ ଚୀନ ସେନାକୁ ମୁକାବିଲା କରିଛନ୍ତି । ଚୀନ୍‌ ସେନା ପଶିବାକୁ ଉଦ୍ୟମ କିରବାର ମାତ୍ର କିଛି ଘଣ୍ଟା ମଧ୍ୟରେ ତଡ଼ି ଦେଇଛନ୍ତି ଭାରତୀୟ ଯବାନ୍‌ ।

ସୂଚନାଯୋଗ୍ୟ ଗଲୱାନ ପରେ ଚୀନ ସେନାକୁ ପୁଣି କଡା ଜବାବ ଦେଇଛି ଭାରତୀୟ ସେନା । ଅରୁଣାଚଳ ପ୍ରଦେଶର ତାୱଙ୍ଗ ସେରରେ ଉଭୟ ଦେଶର ସୈନ୍ୟମାନେ ମୁହାଁମୁହିଁ ହୋଇଥିଲେ । ତାୱଙ୍ଗ ସେକ୍ଟରରେ ପ୍ରାୟ ୩ଶହରୁ ଅଧିକ ଚୀନ ସୈନ୍ୟ ଅସ୍ତ୍ରଶସ୍ତ୍ର ସହ ପୁରା ପ୍ରସ୍ତୁତ ହୋଇ ଆସିଥିଲେ । କିନ୍ତୁ ଭାରତୀୟ ସେନ୍ୟ ସେମାନଙ୍କୁ ମୁହଁତୋଡ ଜବାବ ଦେଇଥିଲେ । ଚୀନ ସୈନ୍ୟଙ୍କ ତୁଳନାରେ ଭାରତୀୟ ସୈନ୍ୟ କମ ଥିଲେ ମଧ୍ୟ ଭାରତୀୟ ଯବାନ ମାନେ କଡା ଯବାବ ଦେଇଥିଲେ । ଚୀନ ସୈନ୍ୟଙ୍କ ପାଇଁ ଭାରତର ଏଭଳି ଯବାବ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା ବୋଲି ସୂଚନା ମିଳିଛି ।

ଗତ ୯ ତାରିଖରେ ଏହି ଘଟଣା ଘଟିଥିଲା ଚୀନର ପ୍ରାୟ ୩ଶହରୁ ୪ଶହ ସୈନ୍ୟ ଭାରତ ସୀମା ଭିତରକୁ ପ୍ରବେଶ ଉଦ୍ୟମ ବେଳେ ସେମାନଙ୍କୁ ବାଧା ଦେଇଥିଲେ ଭାରତୀୟ ସେନା । ପିଏଲ୍ଏକୁ ଭାରତୀୟ ଯବାନ କଡ଼ା ଜବାବ ଦେବାରୁ ଉଭୟ ପକ୍ଷର ଜବାନ ଆହତ ହୋଇଥିଲେ । ଚୀନର ଅନେକ ସୈନ୍ୟ ଆହତ ହୋଇଥିବା ବେଳେ ୬ ଜଣ ଭାରତୀୟ ଯବାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣା ପରେ ଉଭୟ ପକ୍ଷର କମାଣ୍ଡରସ୍ତରୀୟ ବୈଠକ ବସିଥିଲା କମାଣ୍ଡରସ୍ତରୀୟ ବୈଠକ । ପରେ ଉଭୟ ପକ୍ଷ ସୈନିକଙ୍କୁ ହଟାଇ ନିଆଯାଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ୨୦୨୦ରେ ଗଲଓ୍ୱାନ ଘାଟିରେ ଉଭୟ ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ହୋଇଥିଲେ, ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା ।