Advertisment

Cash found in Judge’s home: ନିଆଁ ଖୋଲିଦେଲା କି ନ୍ୟାୟାଧୀଶଙ୍କ କଳା ଗୁମର ? ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ଘରୁ ୧୫ କୋଟି କ୍ୟାସ୍ ସିଜ୍

ଏଭଳି ଦାଗ ଲାଗିଥିବା ବିଚାରପତିଙ୍କୁ କାହିଁକି ଆମ ପାଖକୁ ପଠାଯାଉଛି, ଆମେ କ’ଣ ଡଷ୍ଟବିନ୍ ବୋଲି ପ୍ରଶ୍ନ କରିଛି ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ । ଯାହାକି ନ୍ୟାୟପାଳିକା ଭିତରେ ବି ଝଡ଼ ସୃଷ୍ଟି କରିଛି ।

ଅଦ୍ୟତନ ହୋଇଛି
undefined

ନିଆଁ ଖୋଲିଲା ଜଜ୍‌ଙ୍କ କଳା ଗୁମର !

Advertisment

ଏକ ଅଗ୍ନିକାଣ୍ଡ ପରେ ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ଘରୁ ୧୫ କୋଟି ନଗଦ ଟଙ୍କା ମିଳିବା ଚର୍ଚ୍ଚାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ । ବିଚାରବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥାକୁ ଦୋହଲାଇ ଦେଇଛି ଏଭଳି ସାଂଘାତିକ ଘଟଣା । ତେବେ ସମ୍ପୃକ୍ତ ଜଜ୍‌ଙ୍କୁ ନିଲମ୍ବନ ନକରି ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ପ୍ରସ୍ତାବକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି । ଏଭଳି ଦାଗ ଲାଗିଥିବା ବିଚାରପତିଙ୍କୁ କାହିଁକି ଆମ ପାଖକୁ ପଠାଯାଉଛି, ଆମେ କ’ଣ ଡଷ୍ଟବିନ୍ ବୋଲି ପ୍ରଶ୍ନ କରିଛି ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ । ଯାହାକି ନ୍ୟାୟପାଳିକା ଭିତରେ ବି ଝଡ଼ ସୃଷ୍ଟି କରିଛି ।

Advertisment

ଅଧିକ ପଢ଼ନ୍ତୁ: କର୍ଣ୍ଣାଟକ ବିଧାନସଭାରେ ୧୮ ବିଜେପି ବିଧାୟକଙ୍କୁ ୬ ମାସ ସସପେଣ୍ଡ, ଟେକି ଟେକି ଆଣିଲେ

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ହୋଲି ରାତିରେ ଦିଲ୍ଲୀ ହାଇକୋର୍ଟ ଜଜ୍ ଜଷ୍ଟିସ୍ ୟଶୱନ୍ତ ବର୍ମାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ନିଆଁ ଲାଗିଥିଲା । ସେ ଦିଲ୍ଲୀ ବାହାରକୁ ଯାଇଥିବା ବେଳେ, ତାଙ୍କ ପରିବାର ଲୋକେ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ଫାୟାର୍ ଟିମ୍ ନିଆଁ ଲିଭାଇଥିଲା ସତ, ହେଲେ ଏହି ଅଗ୍ନିକାଣ୍ଡ ଖୋଲି ଦେଇଥିଲା ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ବଡ଼ ଗୁମର । ନିଆଁ ଲିଭାଇବା ପରେ, ଏକ ରୁମ୍ ଭିତରେ ଗଦା ଗଦା ଟଙ୍କା ବିଡ଼ା ଦେଖି ଚମକି ପଡ଼ିଥିଲେ ଅଗ୍ନିଶମ କର୍ମଚାରୀ ।

Advertisment

ନିୟମ ଅନୁସାରେ, ଏହି ଟଙ୍କା ସଂପର୍କରେ ସେମାନଙ୍କୁ ରିପୋର୍ଟରେ ଉଲ୍ଲେଖ କରିବାକୁ ପଡ଼ିଥିଲା ଏବଂ ପୂରା ଘଟଣା ସାମ୍ନାକୁ ଆସିଲା । ଲୋକଙ୍କୁ ନ୍ୟାୟ ଦେବାର ଶପଥ ନେଇଥିବା ଜଣେ ହାଇକୋର୍ଟ ଜଜ୍‌ଙ୍କ ଘରୁ ଏଭଳି ବିପୁଳ ନଗଦ ଟଙ୍କା ଠାବ ହେବା ଖୋଦ୍ ବିଚାରପତିଙ୍କୁ ଯେତିକି ପ୍ରଶ୍ନଘେରକୁ ଟାଣିଛି, ବିଚାରବ୍ୟବସ୍ଥାର ନିରପେକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି । କେଉଁଠୁ ଏତେ କ୍ୟାସ୍‌ ଆଣିଲେ ଜଷ୍ଟିସ୍ ବର୍ମା ? କାହିଁକି ଏତେ ନଗଦ ଟଙ୍କା ଘରେ ଲୁଚାଇଥିଲେ ? କୋର୍ଟରୁମ୍ ବାହାରେ କରୁନଥିଲେ ତ ମାମଲାର ରଫାଦଫା ? ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଥିବା ବେଳେ, କଥା ଏତିକିରେ ସରିନି ।

ଜଜ୍‌ଙ୍କ ଘରୁ କେତେ ଟଙ୍କା ମିଳିଛି ତାହା ସ୍ପଷ୍ଟ କରାଯାଇନଥିଲେ ବି, ଏହା ୧୫ କୋଟି ବୋଲି ଚର୍ଚ୍ଚା ହେଉଛି । ତେବେ ନଜର ପକାନ୍ତୁ, ନ୍ୟାୟପାଳିକା ଭିତରେ କାହିଁକି ଝଡ଼ ସୃଷ୍ଟି କରିଛି ଏହି ଘଟଣା ? ବିବାଦ ଘନେଇଛି ସୁପ୍ରିମକୋର୍ଟ କଲେଜିୟମର କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବକୁ ନେଇ। ଜଷ୍ଟିସ୍ ୟଶୱନ୍ତ ବର୍ମାଙ୍କୁ ତାଙ୍କ ପ୍ୟାରେଣ୍ଟ କୋର୍ଟ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିବାକୁ ବିଚାର କରୁଛି। ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ କଲେଜିୟମର ଏହି ପ୍ରସ୍ତାବକୁ, ତୀବ୍ର ବିରୋଧ କରିଛି ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ । ଆମେ ଟ୍ରାଶ୍-ବିନ୍ ବା ଆବର୍ଜନା କୁଣ୍ଡ ନୁହେଁ ବୋଲି ଦର୍ଶାଇ ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛି ।

Advertisment

ଅନ୍ୟ ବରିଷ୍ଠ ଆଇନଜୀବୀ, ଏପରିକି ପୂର୍ବତନ ବିଚାରପତି ମଧ୍ୟ ତାଙ୍କୁ କାହିଁକି ପଦରୁ ହଟାଗଲାନି ବୋଲି ଆଶ୍ଚର୍ଯ୍ୟପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି ଯେ, ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଏକ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛନ୍ତି । ଆଜି ସେ CJIଙ୍କୁ ତାଙ୍କ ରିପୋର୍ଟ ଦେବେ । ଏହା ବାଦ୍, ସୁପ୍ରିମକୋର୍ଟ କଲେଜିୟମର ବଦଳି ପ୍ରସ୍ତାବକୁ ନେଇ ସୁପ୍ରିମକୋର୍ଟ କନସଲ୍ଟି ଜଜ୍ ମାନଙ୍କୁ, ଘଟଣା ସଂପର୍କିତ ହାଇକୋର୍ଟ ଚିଫ୍ ଜଷ୍ଟିସ୍ ମାନଙ୍କୁ ଏବଂ ଜଷ୍ଟିସ୍ ବର୍ମାଙ୍କୁ ଚିଠି ଲେଖିଛି । ସେମାନଙ୍କ ଉତ୍ତର ହସ୍ତଗତ ହେବା ପରେ କଲେଜିୟମ ପ୍ରସ୍ତାବ ପାରିତ କରିବ ।

ସୂଚନାଯୋଗ୍ୟ ଯେ, କୌଣସି ହାଇକୋର୍ଟ ବିଚାରପତି ଦୁର୍ନୀତିଗ୍ରସ୍ତ ବୋଲି ଜଣାପଡ଼ିଲେ, CJI ତାଙ୍କୁ ଇସ୍ତଫା ଦେବାକୁ କହିପାରିବେ, ପଦରୁ ହଟାଇପାରିବେ କିମ୍ବା ସଂସଦକୁ ଏଥିପାଇଁ ସୁପାରିଶ କରିପାରିବେ ।

୧୯୯୨ରେ ଆଇନଜୀବୀ, ୨୦୧୬ରେ ଆହ୍ଲାବାଦ ହାଇକୋର୍ଟ ଜଜ୍ ଏବଂ ୨୦୨୧ରେ ଦିଲ୍ଲୀ ହାଇକୋର୍ଟ ଜଜ୍ ବନିଥିଲେ ଜଷ୍ଟିସ୍ ଯଶୱନ୍ତ ବର୍ମା । ସେ ଦିଲ୍ଲୀ ହାଇକୋର୍ଟର ଦ୍ବିତୀୟ ବରିଷ୍ଠ ଜଜ୍ ଥିଲେ ଏବଂ ସେଲ୍ସ ଟ୍ୟାକ୍ସ ଓ ଜିଏସ୍‌ଟି ଆଦି ମାମଲା ସଂପର୍କିତ ଡିଭିଜନ୍ ବେଞ୍ଚର ମୁଖ୍ୟ ଥିଲେ। ତେବେ ଘଟଣା ସଂପର୍କରେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିନଥିବା ବେଳେ, ସେ ଛୁଟିରେ ଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ

India Fire Breaks Out Delhi High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ