Advertisment

ଜି-୨୦କୁ ଚୀନ୍ ଆଣିଥିଲା ସିକ୍ରେଟ୍ ସୁଟକେସ୍! ଯାଞ୍ଚ ପାଇଁ ସଫା ସଫା ମନା କରିଥିଲେ ପ୍ରତିନିଧି ଟିମ୍‌

ବ୍ୟାଗରେ ସର୍ଭେଲାନ୍ସ ଉପକରଣ ଥିବା ସନ୍ଦେହ ...ଯାଞ୍ଚ ପାଇଁ ମନା କରିଥିଲେ ଚାଇନାର ଟିମ୍ ..୧୨ ଘଣ୍ଟା ଧରି ଜଗି ରହିଥିଲେ ଭାରତର ସୁରକ୍ଷାକର୍ମୀ ..

author-image
Prangyan Parimita
ଅଦ୍ୟତନ ହୋଇଛି
G20 Summit 2023 India

G20

ଜି-୨୦ ସମ୍ମିଳନୀ ବେଳେ ଚାଇନାର ପ୍ରତିନିଧି ଟିମର ସନ୍ଦେହଜନକ ବ୍ୟାଗ। ସାଧାରଣ ବ୍ୟାଗ ଅପେକ୍ଷା ଅଲଗା ପ୍ରକାରର ଥିଲା ୨୦ଟି ବ୍ୟାଗ । ଯାହାର ଆକାର ଥିଲା ଗୋଟିଏ ମିଟର ଲମ୍ବା ଓ ଗୋଟିଏ ମିଟର ଓସାର । ସନ୍ଦେହ କରାଯାଉଛି, ସେଥିରେ ଥିଲା ସର୍ଭେଲାନ୍ସ ଉପକରଣ । ଚାଇନାର ପ୍ରତିନିଧି ଦଳ ଦିଲ୍ଲୀର ହୋଟେଲ ତାଜ୍ ପ୍ୟାଲେସର ଷଷ୍ଠ ଫ୍ଲୋରରେ ରହୁଥିଲେ।

Advertisment

କୂଟନୈତିକ ନିୟମ ଅନୁସାରେ ଚାଇନା ଟିମର ଏହି ବ୍ୟାଗକୁ ବିମାନ ବନ୍ଦରରେ ଯାଞ୍ଚ କରାଯାଇନଥିଲା। କିନ୍ତୁ ସନ୍ଦେହ ସୃଷ୍ଟି ହେବାରୁ ହୋଟେଲରେ ଯାଞ୍ଚ ପାଇଁ କୁହାଯାଇଥିଲା। ଏଥିପାଇଁ ମନା କରିଥିଲେ ଚାଇନାର ଅଧିକାରୀ। କିନ୍ତୁ ଅଡ଼ି ବସିଥିଲେ ଭାରତର ସୁରକ୍ଷାକର୍ମୀ। ଯାଞ୍ଚ କରାଅ ନହେଲେ ସେହି ବ୍ୟାଗକୁ ଦୂତାବାସକୁ ନେଇଯାଅ। ଯେପରି ଚାଇନା ପ୍ରତିନିଧି ଦଳ ସେହି ବ୍ୟାଗ୍ ଖୋଲି ନପାରିବେ, ସେଥିପାଇଁ ପାଳି କରି କଡ଼ା ପହରା ଦେଇଥିଲେ ଭାରତର ସୁରକ୍ଷାକର୍ମୀ।

ଶେଷରେ ବାଧ୍ୟ ହୋଇ ଚାଇନାର ପ୍ରତିନିଧି ଦଳ ସେହି ବ୍ୟାଗକୁ ତାଙ୍କ ଦୂତାବାସକୁ ନେଇଥିଲେ। ଏହା ପରେ ବିବାଦର ଅନ୍ତ ହୋଇଥିଲା। ଯେହେତୁ ବ୍ୟାଗକୁ ଯାଞ୍ଚ କରାଯାଇପାରିନଥିଲା, ସ୍ପଷ୍ଟ ଭାବେ ଜଣାପଡ଼ିନି, ସେଥିରେ କଣ ଥିଲା। କିନ୍ତୁ ଏହା ହିଁ ସନ୍ଦେହ ସୃଷ୍ଟି କରୁଛି। ସେହି ହୋଟେଲରେ ବ୍ରାଜିଲ ରାଷ୍ଟ୍ରପତି ମଧ୍ୟ ରହୁଥିଲେ । ପାଖରେ ହୋଟେଲ ଆଇଟିସି ହୋଟେଲ ମୌର୍ଯ୍ୟରେ ରହୁଥିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ...

Advertisment
G20 G20 Summit
Advertisment
Advertisment