/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658201377.jpg)
Special story
ବିମାନ କମ୍ପାନୀଙ୍କୁ ଡିଜିସିଏ କଡ଼ା ନିର୍ଦ୍ଦେଶ । ଯାନ୍ତ୍ରିକ ତ୍ରୁଟି ସମସ୍ୟା ନହେବା ଲାଗି ନିଶ୍ଚିତ କରାଇବାକୁ ନିର୍ଦ୍ଦେଶ । ଦେଶରେ ସମସ୍ତ ବେସାମିରକ ବିମାନ ଚଳାଚଳ କମ୍ପାନୀକୁ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟା ସୁଧାରିବା ଲାଗି ଆସନ୍ତା ଜୁଲାଇ ୨୮ ସୁଦ୍ଧା ନିଶ୍ଚିତ କରାଇବାକୁ ଡେଡଲାଇନ୍ ଦେଲା ବେସାମିରକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ ) ।
ଗତ କିଛି ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ଯାତ୍ରୀବାହୀ ବିମାନ ଗୁଡ଼ିକ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେବା ପରେ ଡିଜିସିଏର ଏକ ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ଏହି ସମସ୍ୟାର ଯାଞ୍ଚ୍ କରିଥିଲା । ଏଥିରୁ ବିମାନ କମ୍ପାନୀଗୁଡ଼ିକର ତ୍ରୁଟି ନେଇ ବିଭିନ୍ନ କାରଣ ପାଇଥିଲା । ତେବେ ବିମାନ କମ୍ପାନୀ ଗୁଡ଼ିକୁ ମୁଖ୍ୟ ରହଣୀସ୍ଥଳ ଓ ଟ୍ରାନଜିଟ୍ ଷ୍ଟେସନରୁ ବିମାନ ଛାଡ଼ିବା ପୂର୍ବରୁ ସଂପୃକ୍ତ ସଂସ୍ଥାର ଲାଇସେନ୍ସପାପ୍ତ ତଥା ସ୍ୱୀକୃତିପ୍ରାପ୍ତ କର୍ମଚାରୀଙ୍କଠାରୁ ଅନୁମତି ପାଇବା ଦରକାର ବୋଲି ଡିଜିସିଏ ନିର୍ଦ୍ଦେଶ ଦେଇଛି ।
କିଛି ଦିନ ଭିତରେ ସ୍ପାଇସେଜେଟ୍ ଭଳି ଅନ୍ୟ କିଛି କମ୍ପାନୀର ବିମାନ ଉଡ଼ାଣ ଭରିବା ପୂର୍ବରୁ ଓ ପରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଯାହାକୁ ନିର୍ଦ୍ଦେଶାଳୟ ଗୁରୁତର ସହ ନେଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)