Air India
ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଡିରକ୍ଟରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ (DGCA) ତିନି ବରିଷ୍ଠ ଅଧିକାରୀଙ୍କୁ ହଟେଇବାକୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛି । କ୍ରୁ ସିଡ୍ୟୁଲିଂ କାମରୁ ସେମାନଙ୍କୁ ହଟେଇବାକୁ କୁହାଯାଇଛି । ଲାଇସେନସିଂ, ବିଶ୍ରାମ ଓ ନୂତନତାରେ ଅନିୟମିତତା ଥିବାର ଡିଜିସିଏ ନଜରକୁ ଆସିଛି ।
ଏଥି ସହିତ ଡିଜିସିଏ ଏୟାର ଇଣ୍ଡିଆକୁ ସୋ-କଜ୍ ନୋଟିସ ମଧ୍ୟ ଦେଇଛି । ଗତ ମେ’ ମାସ ୧୬ ଓ ୧୭ ତାରିଖରେ ବାଙ୍ଗାଲୋର୍-ଲଣ୍ଡନ ବିମାନ ଉଡ଼ାଣକୁ ନେଇ ଏହି ସୋ-କଜ୍ ମଗାଯାଇଛି । ପାଇଲଟ୍ ଏହି ବିମାନ ୧୦ ଘଣ୍ଟାରୁ ଅଧିକ ସମୟ ଉଡାଇ ଥିବାର ଜଣାପଡିଛି । ଏହା ନିୟମ ବହିର୍ଭୂତ ବୋଲି କହିଛି ଡିଜିସିଏ ।
ଜୁନ୍ ୨୦ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି, ଫ୍ଲାଇଟ କ୍ରୁ ସିଡ୍ୟୁଲ ଓ ଅପରେସନରେ ବାରମ୍ୱାର ଓ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି । ଏୟାର ଇଣ୍ଡିଆ ଏହାକୁ ସ୍ୱେଚ୍ଛାକୃତ ଭାବେ ମାନିଛି ମଧ୍ୟ । କ୍ରୁ ରୋଷ୍ଟରିଂ ପ୍ଲାଟଫର୍ମ ଟ୍ରାନ୍ଜିସନ ସମୀକ୍ଷା ବେଳେ ଏହା ସାମନାକୁ ଆସିଛି । କ୍ରୁ ସିଡ୍ୟୁଲିଂ, ନିୟମ ପାଳନର ତଦାରଖ ଓ ଆଭ୍ୟନ୍ତରୀଣ ଦାୟିତ୍ୱରେ ତ୍ରୁଟିଥିବା ଜଣାପଡିଛି । ଅପରେସନରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯିବା କ୍ଷୋଭର ବିଷୟ ବୋଲି କହିଛି ଡିଜିସିଏ ।
ଅଧିକ ପଢ଼ନ୍ତୁ: ନଷ୍ଟ ହୋଇଯାଇଛି ବ୍ଲାକ୍ ବକ୍ସ ଡାଟା, ଜଣାପଡିବ ତ ବିମାନ ଦୁର୍ଘଟଣାର କାରଣ ?
ଏହି ତିନି ଅଧିକାରୀ ସେମାନଙ୍କ କାର୍ଯ୍ୟରେ ଅବହେଳା କରିଛନ୍ତି । ବାଧ୍ୟତାମୂଳକ ଲାଇସେନସିଂରେ ମଧ୍ୟ ଉଲ୍ଲଂଘନ ହୋଇଛି । ସିଡ୍ୟୁଲିଂ ବେଳେ ପ୍ରୋଟୋକଲ୍ ମଧ୍ୟ ଠିକ୍ ଭାବେ ପାଳନ ହୋଇନାହିଁ । ତେଣୁ ସିଡ୍ୟୁଲିଂ ଓ ରୋଷ୍ଟରିଂର କୌଣସି ଦାୟିତ୍ୱରେ ଏହି ୩ ଜଣଙ୍କୁ ରଖନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କି ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଆଗଲା, ୧୦ ଦିନ ମଧ୍ୟରେ ଡିଜିସିଏକୁ ଜଣାଇବାକୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି । ସଂସ୍କାର ନଆସିବା ପର୍ଯ୍ୟନ୍ତ ଏହି ୩ ଅଧିକାରୀଙ୍କୁ ବିମାନର ନିରାପତ୍ତା ଓ କ୍ରୁ ଗଠନରେ ଆଦୌ କୌଣସି ଦାୟିତ୍ୱ ଦିଅନାହିଁ ବୋଲି କହିଛି ଡିଜିସିଏ । ଯଦି ଭବିଷ୍ୟତରେ କ୍ରୁ ସିଡ୍ୟୁଲିଂ ନର୍ମ ଓ ଲାଇସେନସିଂ ଓ ଫ୍ଲାଇଟ୍ ଟାଇମ୍ ନେଇ ଅଡିଟ୍ କିମ୍ୱା ତଦାରଖ ବେଳେ କିଛି ଅନିୟମିତତା ଜଣାପଡିବ, ଏୟାର ଇଣ୍ଡିଆ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିସିଏ ପଛାଇବ ନାହିଁ ବୋଲି କହିଛି ।
ଏଥି ସହିତ ପାଇଲଟଙ୍କ ଟାଇମିଂ ନେଇ ଜାରି ହୋଇଛି ସୋ-କଜ୍ ନୋଟିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Air_India_1750501955.jpg)