Advertisment

Pakistan Airspace Restriction Advisory: ବାୟୁସୀମା ବନ୍ଦ କଲା ପାକିସ୍ତାନ; ଆଡ୍‌ଭାଇଜରି ଜାରି କଲା DGCA...

ପାକିସ୍ତାନ ବାୟୁସୀମା ବନ୍ଦ କରିବା ପରେ DGCAର ଆଡ୍‌ଭାଇଜରି ହୋଇଛି। ବିଭିନ୍ନ ଏୟାରଲାଇନ୍ସକୁ ଡିଜିସିଏର ୫ଟି ପ୍ରମୁଖ ପରାମର୍ଶ ଦିଆଯାଇଥିବା ନେଇ ଏନେଇ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
Pakistan Airspace Restriction Advisory

Pakistan Airspace Restriction Advisory

Advertisment

ବଡ଼ ଖବର। ଆଡ୍‌ଭାଇଜରି ଜାରି କଲା DGCA । ପାକିସ୍ତାନ ବାୟୁସୀମା ବନ୍ଦ କରିବା ପରେ DGCAର ଆଡ୍‌ଭାଇଜରି ହୋଇଛି। ବିଭିନ୍ନ ଏୟାରଲାଇନ୍ସକୁ ଡିଜିସିଏର ୫ଟି ପ୍ରମୁଖ ପରାମର୍ଶ ଦିଆଯାଇଥିବା ନେଇ ସୂଚନା ଦିଆଯାଇଛି। 

Advertisment

ଅନ୍ତର୍ଜାତୀୟ ଉଡ଼ାଣ ପୂର୍ବରୁ ଯାତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭିନ୍ନ ରୁଟ୍‌ରେ ଗଲେ ବି ପହଞ୍ଚିବା ପର୍ଯ୍ୟନ୍ତ ବିମାନ ଭିତରେ ହିଁ ରହିବେ ବୋଲି ପରାମର୍ଶ ଦିଆଯାଇଛି। କ୍ୟାଟରିଂ ସହ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ପାଇଁ ମଧ୍ୟ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ ସ୍ବାସ୍ଥ୍ୟ ସୁବିଧା ଓ ଗ୍ରାଉଣ୍ଡ୍‌ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ କୁହାଯାଉଛି ।

ଅଧିକ ପଢ଼ନ୍ତୁ: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ଚେତାବନୀ, ଖୋଜି ଖୋଜି ଧରିବୁ, ସଜା ଦେବୁ

Advertisment

ବିଶେଷକରି ଦିଲ୍ଲୀ, ଅମୃତସର, ଚଣ୍ଡିଗଡ଼, ଲକ୍ଷ୍ନୌରୁ ଛାଡୁଥିବା ବିମାନକୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ୟୁଏଇ, ପଶ୍ଚିମ ଏସିଆ, ୟୁରୋପ, ୟୁକେ ଯାଉଥିବା ବିମାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏପଟେ ପହଲଗାମରେ ନିରୀହ ଛାତିରୁ ରକ୍ତ ବୁହାଇ, ଆଗକୁ ପାକିସ୍ତାନ କାନ୍ଦିବ ରକ୍ତର କାନ୍ଦଣା । କୌଣସି ସାମରିକ ପଦକ୍ଷେପ ପୂର୍ବରୁ କୂଟନୈତିକ ମାଷ୍ଟରଷ୍ଟ୍ରୋକ୍ ଖେଳିଛି ଭାରତ । ସିନ୍ଧୁ ଜଳ ଚୁକ୍ତି ରଦ୍ଦ ଓ ଅଟ୍ଟାରୀ ସୀମା ବନ୍ଦ ଭଳି ପଦକ୍ଷେପ ଫଳରେ, ପାକିସ୍ତାନ କେବଳ ସମସ୍ୟା ଭୋଗିବାକୁ ଯାଉନି, ବରଂ ତା' ସତ୍ତା ଏବେ ସଂକଟ ଘେରରେ ।

Advertisment

ଉଭୟ ଭାରତ ଓ ପାକିସ୍ତାନ ଦେଇ ବହୁଥିବା ୬ଟି ନଦୀର ଜଳ ଭାଗବଣ୍ଟା ପାଇଁ ୧୯୬୦ରେ ସ୍ବାକ୍ଷରିତ ହୋଇଥିଲା ସିନ୍ଧୁ ଜଳ ଚୁକ୍ତି । ଯାହା ଉପରେ ଗତକାଲି ରୋକ୍ ଲଗାଇ ପାକିସ୍ତାନ ଛାତିରେ ମହାପ୍ରହାର କରିଛନ୍ତି ମୋଦି ସରକାର । ଏଣିକି ନିଜ ନିୟନ୍ତ୍ରଣରେ ଥିବା ବ୍ୟାସ୍, ରାବି ଓ ସତଲେଜ୍ ସହ ପାକିସ୍ତାନ ହାତରେ ଥିବା ସିନ୍ଧୁ, ଚେନାବ ଓ ଝେଲମ୍ ଜଳକୁ ବି ନିୟନ୍ତ୍ରଣ କରିପାରେ ଭାରତ । ସବୁଯାକ ନଦୀ ଭାରତ ଦେଇ ପାକିସ୍ତାନକୁ ବହୁଥିବାରୁ, ଉପରମୁଣ୍ଡ ନଦୀବନ୍ଧ ଗୁଡ଼ିକରେ ବିନା କୌଣସି ଅଙ୍କୁଶରେ ଜଳ ରୋକାଗଲେ, ପାକିସ୍ତାନରେ ହାହାକାର ପଡ଼ିଯିବ । ପୂର୍ବରୁ ଇଣ୍ଡସ୍ ସିଷ୍ଟମରେ ବହୁଥିବା ସମୁଦାୟ ଜଳର ମାତ୍ର ୩୦ ଭାଗ ଭାରତ ପାଉଥିଲା । ୭୦ ଭାଗ ଜଳ ପାକିସ୍ତାନକୁ ଯାଉଥିଲା।

ଅଧିକ ପଢ଼ନ୍ତୁ: ଭାରତର ଆକ୍ସନ ପରେ ଭୟରେ ପାକିସ୍ତାନ୍‌, ପାକ୍‌ ପ୍ରଧାନମନ୍ତ୍ରୀ ଡାକିଲେ ଜରୁରୀ ବୈଠକ

DGCA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ