Advertisment

ଭୁଲିଗଲା ପ୍ରେମିକା, ଡିପ୍ରେସନରେ ମର୍ସିଡିଜ୍‌ କାର୍‌ରେ ବସି ନିଆଁ ଲଗାଇଦେଲେ ଡାକ୍ତର, ତା’ପରେ...

ପ୍ରେମିକା ଯେବେଠୁ ମୁହଁମୋଡ଼ି ଚାଲିଗଲାଣି ସେବେଠୁ ଡାକ୍ତରବାବୁ ଚିନ୍ତାରେ ବୁଡ଼ି ରହୁଥିଲେ। କିଛି ସହଯୋଗୀଙ୍କ ପରାମର୍ଶ କ୍ରମେ କିଛି ଦିନ ପାଇଁ ଡିପ୍ରେସନ ଟ୍ରିଟ୍‌ମେଣ୍ଟ ମଧ୍ୟ ନେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Doctor Sets His Mercedes On Fire

Doctor Sets His Mercedes On Fire

ପ୍ରେମିକା ଯେବେଠୁ ମୁହଁମୋଡ଼ି ଚାଲିଗଲାଣି ସେବେଠୁ ଡାକ୍ତରବାବୁ ଚିନ୍ତାରେ ବୁଡ଼ି ରହୁଥିଲେ। କିଛି ସହଯୋଗୀଙ୍କ ପରାମର୍ଶ କ୍ରମେ କିଛି ଦିନ ପାଇଁ ଡିପ୍ରେସନ ଟ୍ରିଟ୍‌ମେଣ୍ଟ ମଧ୍ୟ ନେଇଥିଲେ। ସୁଯୋଗ ଉଣ୍ଡୁ ଥିଲେ, କେମିତି ଜୀବନ ହାରିବେ।

Advertisment

ଡିପ୍ରେସନର କିଛି ଦିନ ପରେ ସେଇ ଦିନ ବି ପାଖେଇ ଆସିଲା। ଡାକ୍ତର ବାବୁ କାର୍ ନେଇ ଆଗକୁ ଚାଲିଲେ। ପ୍ରେମିକା ସହ ଯେଉଁ ଜଳାଶୟ ନିକଟରେ ସେ ସମୟ କାଟନ୍ତି, ସେଇଠି ପହଞ୍ଚିଗଲେ। ପ୍ରେମିକା ଆଉ କେହି ନୁହଁନ୍ତି, ସେ ଥିଲେ ତାଙ୍କ ସହପାଠିନୀ। 

ଉଭୟେ ତାମିଲନାଡୁ କାଞ୍ଚିପୁରମ୍‌ର ଏକ ବେସରକାରୀ ମେଡିକାଲ କଲେଜରେ ପାଠ ପଢୁଥିଲେ। ସେଇଠୁ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ପ୍ରେମ। କିନ୍ତୁ ପ୍ରେମିକା ଯେତେବେଳେ ବାଟ ଭାଙ୍ଗି ଚାଲିଗଲା, ସଂପୃକ୍ତ ଡାକ୍ତର ବାବୁ ଏହାକୁ ସହଜରେ ଗ୍ରହଣ କରିପାରୁନଥିଲେ। 

Advertisment

ପୁରୁଣା ସ୍ମୃତିକୁ ମନେ ପକେଇବାକୁ ସେ ଯେଉଁଦିନ ସେଇ ନିର୍ଦ୍ଦିଷ୍ଟ ଜଳାଶୟ ନିକଟରେ ପହଞ୍ଚିଥିଲେ, ସେଇଠି ତାଙ୍କ ମନକୁ ଆତ୍ମହତ୍ୟାର ଭୂତ ମାଡ଼ିବସିଲା। ହଠାତ୍ ସେ ତାଙ୍କ ମର୍ସିଡିଜ୍ କାର୍ ଭିତରେ ବସି ସେଥିରେ ନିଆଁ ଲଗାଇଦେଲେ। 

ଉଦ୍ଦେଶ୍ୟ ଥିଲା ସବୁ ଦିନ ପାଇଁ ଆଖି ବୁଜିବା। ସେଥିପାଇଁ ସେ ଏଭଳି ଭୟଙ୍କର ପନ୍ଥାକୁ ଆପଣେଇ ନେଇଥିଲେ। ତେବେ ଜଳନ୍ତା ଗାଡ଼ି ଭିତରେ କିଛି ସମୟ ବସିବା ପରେ ସେ ଆଉ ସମ୍ଭାଳି ପାରିନଥିଲେ। ଅଣନିଃଶ୍ୱାସୀ ହୋଇ ଗାଡ଼ି ବାହାରକୁ ଚାଲି ଆସିଥିଲେ। ଚାହୁଁ ଚାହୁଁ ଗାଡ଼ିଟି ପୋଡ଼ି ପାଉଁଶ ହୋଇଯାଇଥିଲା। 

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତର ବାବୁଙ୍କୁ ଉଦ୍ଧାର କରିଛି। ଗାଡ଼ି ଭିତରେ ପ୍ରେମିକା ଥାଇପାରେ ବୋଲି ସନ୍ଦେହ କରି ପୋଲିସ ସଂପୃକ୍ତ ପ୍ରେମିକାକୁ ଠାବ କରିଛି। ଏଥିରେ ପ୍ରେମିକାର କିଛି କ୍ଷତି ହୋଇନାହିଁ। ଡାକ୍ତରଙ୍କ ପରିବାର ତାମିଲନାଡୁର ଧର୍ମପୁରୀ ଅଞ୍ଚଳରେ ରହୁଛନ୍ତି। ତାଙ୍କ ବାପା ଜଣେ ପାରମ୍ପରିକ ହାଡ଼ଭଙ୍ଗା ଚିକିତ୍ସକ। 

Betrayed In Love
Advertisment
Advertisment