/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723618975.jpg)
Taxi driver
ଭାରତକୁ ଆସି ଭାରତ ବିରୋଧରେ କହୁଥିଲେ ପାକିସ୍ତାନ ଯୁବକ । ତାଳ ଦେଉଥିଲେ ଭାରତୀୟ ଯୁବତୀ । ସମ୍ପର୍କରେ ସେମାନେ କୁଆଡ଼େ ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ । ଆଉ ଏଇ ହରକତ ସେମାନଙ୍କୁ ଦିଲ୍ଲୀରେ ହଟହଟ୍ଟା କରିଛି । ଅଧରାତିରେ ଉଭୟଙ୍କୁ ରାସ୍ତାରେ ଛାଡ଼ି ଚାଲିଯାଇଛନ୍ତି ଡ୍ରାଇଭର । ଖାଲି ଭାରତକୁ ନୁହେଁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଉଭୟ ଅପମାନ କରୁଥିଲେ, ଯାହା ଶୁଣିବା ମାତ୍ରେ ରାଗିଯାଇ କ୍ୟାବ୍ ଡ୍ରାଇଭର ମଧ୍ୟରାତ୍ରିରେ ସେମାନଙ୍କୁ ଛାଡ଼ି ଚାଲିଯାଇଥିଲେ ।
ଯୁବତୀଙ୍କୁ ଏମିତି ପ୍ରେମ ଅନ୍ଧ କରିଥିଲା ଯେ, ନିଜ ଦେଶକୁ ଅପମାନ କରିବାକୁ ପଛାଇ ନଥିଲେ । ପ୍ରଥମେ ଦିଲ୍ଲୀ ପରେ ମୁମ୍ବାଇ, ଆଉ ତା’ ପରେ ପୂରା ଭାରତକୁ ନେଇ କରିଥିଲେ ବିବାଦୀୟ ଆଲୋଚନା । ତାହାପୁଣି ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ । ପ୍ରେମିକାଙ୍କ ସମର୍ଥନକୁ ଦେଖି ବେଶ ଖୁସି ହୋଇଯାଇଥିଲେ ବୟଫ୍ରେଣ୍ଡ । ଭାରତକୁ ବିରୋଧକରି ପାକିସ୍ତାନୀ ବୟଫ୍ରେଣ୍ଡ ଆହୁରି ମନଇଚ୍ଛା ଗପି ଚାଲିଥିଲେ ।
ହେଲେ ଉଭୟଙ୍କ ସେହି କଥାକୁ ଗ୍ରହଣ ନକରିପାରି ପ୍ରଥମେ ସେମାନଙ୍କୁ ଏପରି ଆଲୋଚନା ନକରିବାକୁ କହିଥିଲେ ଡ୍ରାଇଭର ଜଣକ । ହେଲେ ସେମାନେ ଚୁପ୍ ରହିବା ପରିବର୍ତ୍ତେ ଡ୍ରାଇଭରଙ୍କୁ ଅପମାନ କରିଥିଲେ । ଆଉ ସେଇଠୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଦେଶ ବିରୋଧରେ ଅପମାନଜନକ ମନ୍ତବ୍ୟ ଅସହ୍ୟ ହେବାରୁ କ୍ୟାବ୍ ଡ୍ରାଇଭର ଜଣଙ୍କ ପ୍ରେମୀଯୁଗଳଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ । ପରେ ନିଜେ ବାହାରକୁ ଆସି ସେମାନଙ୍କୁ ଗାଳି ଦେଇଥିଲେ ।
ସେତେବେଳେ ରାତି ପ୍ରାୟ ସାଢ଼େ ୧୨ଟା ହୋଇଥିଲା । ରାସ୍ତାରେ ଓହ୍ଲାଇଦେବା ଫଳରେ ଯୁବତୀ ଜଣକ ଆହୁରି ରାଗିଯାଇଥିଲ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାତ୍ସଲ୍ୟ କରିବା ସହ ଦେଶକୁ ଆହୁରି ବିରୋଧ କରିଥିଲେ । ସେହି ସମୟର କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଡ୍ରାଇଭର ଜଣକଙ୍କ ଏପରି କାର୍ଯ୍ୟକୁ ଅନେକ ଲୋକ ପ୍ରଶଂସା କରିଛନ୍ତି । ସୁନନ୍ଦା ରୟ ନାମକ ଜଣେ ୟୁଜର୍ସ ଡ୍ରାଇଭର ଜଣଙ୍କୁ ନେସନାଲିଷ୍ଟ ଡ୍ରାଇଭର କହିବା ସହ ତାଙ୍କ ଏପରି କର୍ଯ୍ୟକୁ ସ୍ୟାଲୁଟ୍ କରିଛନ୍ତି । ଯାହାକି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)