Advertisment

Delhi Pollution: ଭୟଙ୍କର ହେଲାଣି ସ୍ଥିତି, ନିଶ୍ୱାସ ନେବାକୁ କଷ୍ଟ ଲାଗିଲାଣି

ପ୍ରାଥମିକ ସ୍କୁଲ ବନ୍ଦ, ଡିଜେଲ୍ ଗାଡି ଚଳାଚଳ ବ୍ୟାନ୍ । ସରକାରଙ୍କ ମୁକାବିଲା କାର୍ଯ୍ୟଶୈଳୀ ଉପରେ ବର୍ଷିଲା ବିଜେପି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Delhi Pollution

ଦିଲ୍ଲରେ ପେଟ୍ରୋଲ-ଡିଜେଲ ଗାଡ଼ି ଚଳାଇବା ମନା

ଦିଲ୍ଲୀ ପବନରେ ଭରିଗଲାଣି ବିଷ। ଏଠି ନିଶ୍ୱାସ ନେବାକୁ ଲାଗିଲାଣି ଭୟ। ଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସିନ୍ଦା। ଦିନ ସାରା କୁହୁଡି ଭଳି ପାଗ, ଚରମସୀମାରେ ପହଁଚିଲାଣି ପ୍ରଦୂଷଣ। ଲଗାତର ୩ ଦିନ ହେଲା ବାୟୁର ମାନ ୪୦୦ ଉପରେ ରହିଛି। ଫଳରେ ଆଜି ଲାଗୁ ହୋଇଛି ଗ୍ରାପ୍-ଥ୍ରୀ କଟକଣା। ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଲାଗିଛି କଟକଣା । ବିଏ-ଥ୍ରୀ ପେଟ୍ରୋଲ ଗାଡ଼ି ଚଲାଇବା ବ୍ୟାନ୍‌ ହୋଇଥିବା ବେଳେ ବିଏସ୍‌-ଫୋର ଡିଜେଲ ଗାଡ଼ି ଚଲାଇବା ମଧ୍ୟ ବ୍ୟାନ୍‌ କରାଯାଇଛି । ସେହିଭଳି  ଦିଲ୍ଲୀ-ଏନସିଆରରେ ଆଜି ପ୍ରାଥମିକ ସ୍କୁଲ ବନ୍ଦ ରଖାଯାଇଛି ।

Advertisment

ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୨୪ ଛୁଇଁଛି। ପ୍ରଦୂଷଣ ଏତେ ଯେ, ୨୦୦ ମିଟର ଯାଏଁ କିଛି ଦେଖାଯାଉନି। ଗ୍ୟାସ ଚାମ୍ବର ପାଲଟିଥିବା ଦିଲ୍ଲୀ-ଏନସିଆରକୁ ଏଥିରୁ ଉଦ୍ଧାର ପାଇଁ ଲାଗୁ ହୋଇଛି ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍, GRAP-3 । ରାଜଧାନୀରେ ଲାଗୁ ହୋଇଛି କଟକଣା। ବନ୍ଦ କରାଯାଇଛି ପ୍ରାଥମିକ ସ୍କୁଲ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଅନଲାଇନ୍‌ରେ ହେବ କ୍ଲାସ୍।

ଅନ୍ୟପଟେ ଶୁକ୍ରବାର ଏଠାରେ ଋତୁର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର)ରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆର୍‌ଏପି)ର ତୃତୀୟ ପର୍ଯ୍ୟାୟ ପଦକ୍ଷେପ ଶୁକ୍ରବାରଠାରୁ କାର୍ଯ୍ୟକାରୀ ହୋଇଛି। ଶୁକ୍ରବାର ସକାଳ ୯ଟା ସୁଦ୍ଧା ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୧୧ (ଗୁରୁତର) ରହିଥିଲା, ଯାହା ଗୁରୁବାର ଅପରାହ୍ଣ ୪ଟାରେ ୪୨୪ ତୁଳନାରେ ସାମାନ୍ୟ ହ୍ରାସ ପାଇଛି। 

Advertisment

ଏହା ସହ ପଢ଼ନ୍ତୁ: ଅତି ସଙ୍ଗୀନ ସ୍ଥିତିରେ ବାୟୁ ପ୍ରଦୂଷଣ; ସ୍କୁଲ୍‌ ବନ୍ଦ କଲେ ସରକାର ! 

ଶୁକ୍ରବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ ୨ ଡିଗ୍ରି ଅଧିକ କିନ୍ତୁ ଚଳିତ ଋତୁରେ ସର୍ବନିମ୍ନ। ଗୋଟିଏ ଦିନ ପୂର୍ବରୁ ଏହା ୧୬.୧ ଡିଗ୍ରି ସେଲସିୟସ ଥିଲା। ଉତ୍ତର-ପଶ୍ଚିମରୁ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ନଭେମ୍ବର ୧୯ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ସେଲସିୟସ ଏବଂ ନଭେମ୍ବର ୨୦ ସୁଦ୍ଧା ୧୩ ଡିଗ୍ରି ସେଲସିୟସକୁ ଖସିଆସିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସକାଳ ସାଢ଼େ ୬ଟାରେ ପାଲମରେ ସର୍ବନିମ୍ନ ୫୦୦ ମିଟର ଦୃଶ୍ୟମାନତା ରହିଥିବା ବେଳେ ସକାଳ ୭ଟାରେ ସଫଦରଜଙ୍ଗଠାରେ ସର୍ବନିମ୍ନ ୪୦୦ ମିଟର ଦୃଶ୍ୟମାନତା ଦେଖିବାକୁ ମିଳିଥିଲା। ଗୁରୁବାର ସହରରେ ସର୍ବନିମ୍ନ ଦୃଶ୍ୟମାନତା ୩୦୦ ମିଟର ଓ ବୁଧବାର ଶୂନ ଥିଲା।

ତେବେ ପ୍ରଦୂଷଣ ପାଇଁ ଜିଆର୍‌ଏପିର ତୃତୀୟ ପର୍ଯ୍ୟାୟରେ ସମୁଦାୟ ୧୧ଟି କଟକଣାମୂଳକ ପଦକ୍ଷେପ ଅନ୍ତର୍ଭୁକ୍ତ, ଯାହା ଉଭୟ ଯାନବାହନ ନିର୍ଗମନ ଏବଂ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେଇଥାଏ। ଏହା ସହରର ସମସ୍ତ ଘରୋଇ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହା ଏନ୍‌ସିଆରରେ ସମସ୍ତ ଷ୍ଟୋନ କ୍ରସର ଓ ଖଣି ଖନନ ଉପରେ ପ୍ରତିବନ୍ଧକ ଲଗାଇଛି।

ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଓ ଗୌତମ ବୁଦ୍ଧ ନଗରରେ ବିଏସ୍-୪ କିମ୍ବା ଲୋୟର ଲାଇଟ୍ ମୋଟର ଯାନ (ଏଲ୍‌ଏମ୍‌ଭି) ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ରାଜଧାନୀରେ ବିଏସ୍-୩ ଓ ନିମ୍ନ ମଧ୍ୟମ ମାଲବାହୀ ଯାନ (ଏମ୍‌ଜିଭି) ଓ ହାଲୁକା ବାଣିଜ୍ୟିକ ଯାନ (ଏଲ୍‌ସିଭି) ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଆନ୍ତଃରାଜ୍ୟ ବସ୍‌ଗୁଡ଼ିକ ଯଦି ସିଏନ୍‌ଜି, ଇଲେକ୍ଟ୍ରିକ୍ କିମ୍ବା ବିଏସ୍-୪ ଡିଜେଲଠାରୁ ଅଧିକ ନୁହେଁ ତେବେ ସେମାନଙ୍କୁ ଦିଲ୍ଲୀରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ଏହାବ୍ୟତୀତ ସିଏକ୍ୟୁଏମ୍ କହିଛି ଯେ ଏନ୍‌ସିଆର୍‌ ରାଜ୍ୟ ସରକାରମାନେ ଏହି ଅଞ୍ଚଳରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ କରି ଅନଲାଇନରେ କ୍ଲାସ୍ କରିବାକୁ ନିଷ୍ପତ୍ତି ନେଇପାରିବେ।

ସେପଟେ ଟ୍ରାଫିକ ଭିଡ ଜନିତ ପ୍ରଦୂଷଣ ରୋକିବାକୁ ସରକାରୀ ଅଫିସ ସମୟରେ ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶି ମର୍ଲେନା । ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ୍ ଅଫିସ ସକାଳ ସାଢେ ୮ଟାରୁ ୫ଟା ଯାଏଁ ଚାଲିବ। ସେହିପରି କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ୯ଟାରୁ ସାଢେ ୫ଟା ଏବଂ ୧୦ଟାରୁ ସାଢେ ୬ଟା ଯାଏଁ କାମ କରିବ ଦିଲ୍ଲୀ ସରକାରଙ୍କ ଅଫିସ । ବାୟୁ ପ୍ରଦୂଷଣ ୪୫୦ ଟପିଲେ ସହରରେ ଲାଗୁ ହେବ ଅଡ୍ ଇଭିନ୍ ଫର୍ମୁଲା । 

ଦିଲ୍ଲୀ ପବନ ସହ ପାଣି ବି ପ୍ରଦୂଷିତ ହେଲାଣି। କାଳିନ୍ଦିକୁଞ୍ଜରେ ବିଷାକ୍ତ ହୋଇଛି ଯମୁନା। ପାଣିରେ ଭାସୁଛି ମେଂଚା ମେଂଚା ବିଷାକ୍ତ ଫେଣ। କିଲୋମିଟର ଯାଏଁ ଯମୁନାରେ ଭାସୁଥିବା ଏହି ବିଷାକ୍ତ ଫେଣରେ ରହିଛି ଘାତକ ଆମୋନିଆ ଏବଂ ଫସଫେଟ୍। ବିଭିନ୍ନ ଶିଳ୍ପାଞ୍ଚଳରୁ ଆସୁଥିବା ବର୍ଜ୍ୟବସ୍ତୁ ବି ସିଧାସଳଖ ଯମୁନା ନଦୀରେ ମିଶୁଛି । ଫଳରେ ସ୍ଥିତି ଆହୁରି ଭୟଙ୍କର ହେଉଛି। ସେପଟେ ପ୍ରଦୂଷଣ ମୁକାବିଲା ନେଇ ଦିଲ୍ଲୀ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି ବିଜେପି।

Delhi Diesel Delhi Pollution
Advertisment
Advertisment