• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁଖ୍ୟାତ ଗ୍ୟାଙ୍ଗଷ୍ଟର ସନ୍ଦୀପ ଓରଫ କାଲା ଜାଥେଡି ବିବାହ କରିବାକୁ ଯାଉଛି । ରାଜସ୍ଥାନର ଲେଡି ଡନ୍ ଅନୁରାଧା ଚୌଧୁରୀକୁ ସେ ବିବାହ କରିବ। ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଅନୁରାଧାକୁ ଅପରାଧ ଦୁନିଆର ମାଡାମ ମିଞ୍ଜ ବୋଲି କୁହାଯାଏ । ବିବାହ କରୁଛି କହି କାଲା ସନ୍ଦୀପ ଜେଲ୍‌ରୁ ପାରୋଲରେ ଆସିଛି । ବିବାହ ପାଇଁ ତାକୁ ୧୨ ମାର୍ଚ୍ଚରେ ଦିଲ୍ଲୀରେ ଓ ୧୩ ମାର୍ଚ୍ଚରେ ହରିୟାଣାର ସୋନିପତରେ ଗୃହପ୍ରବେଶ ପାଇଁ ୬ ଘଣ୍ଟାର ପାରୋଲ ମଞ୍ଜୁର କରିଛନ୍ତି କୋର୍ଟ । ଏହି ସମୟ ମଧ୍ୟରେ ବି ସେ ପୋଲିସ ହେଫାଜତରେ ରହିବ ।

କେନ୍ଦ୍ରୀୟ ଏଜେନ୍ସି ସମେତ ୪ଟି ରାଜ୍ୟର ପୋଲିସ ମଧ୍ୟ ଗ୍ୟାଙ୍ଗଷ୍ଟରଙ୍କ ବିବାହ ଉପରେ ନଜର ରଖିବ । ମାର୍ଚ୍ଚ ୧୨ରେ ସେମାନଙ୍କର ବିବାହ ଦିଲ୍ଲୀରେ ହେବ । ମାର୍ଚ୍ଚ ୧୩ରେ ସେ ସୋନିପତରେ ଘରେ ପ୍ରବେଶ ପାଇଁ ପାରୋଲ ମଧ୍ୟ ପାଇଛି । ସନ୍ଦୀପ ଏବଂ ତାର ଗର୍ଲଫ୍ରେଣ୍ଡକୁ ଜୁଲାଇ ୨୦୨୧ ରେ ସାହାରନପୁରରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗିରଫ କରିଥିଲା । ସନ୍ଦୀପ ଉପରେ ୭ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତା’ ବିରୋଧରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନରେ ଅନେକ ମାମଲା ରୁଜୁ ହୋଇଛି।

ଲେଡି ଡନ୍ ଅନୁରାଧା ଏକଦା ରାଜସ୍ଥାନର କୁଖ୍ୟାତ ଡନ ଆନନ୍ଦପାଲ ସହ ଜଡିତ ଥିଲା। ଆନନ୍ଦପାଲର ଏନକାଉଣ୍ଟର ପରେ ଅନୁରାଧା ସେହି ଗ୍ୟାଙ୍ଗ ଚଳାଉଥିଲା । ପରେ ଅନୁରାଧା ସନ୍ଦୀପ ସହ କାମ କରିବା ଆରମ୍ଭ କରିଥିଲା । ବର୍ତ୍ତମାନ ଅନୁରାଧା ଜେଲରୁ ବାହାରି ସାରିଛି । ସୋନିପତରେ ସନ୍ଦୀପର ପରିବାର ସହ ରହୁଛି ।

୨୦୨୩ରେ ଅନୁରାଧା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଦେଇଥିଲା ଯେ ଏବେ ଅପରାଧ ସହ ତାର କୌଣସି ସମ୍ପର୍କ ନାହିଁ, ସେ କେବଳ ଜଣେ ଗୃହିଣୀ ଏବଂ ସନ୍ଦୀପର ଘର ସମ୍ଭାଳୁଛି । ଅନୁରାଧା ଏବେ ସାଧାରଣ ଜୀବନଯାପନ କରୁଛି ।

ଏବେ ଆସନ୍ତୁ ସନ୍ଦୀପ ବିଷୟରେ ଜାଣିବା

ସନ୍ଦୀପର ପ୍ରକୃତ ନାଁ ହେଉଛି କାଲା ଜାଠେଡ଼ି ବା କାଲା । ସେ ହରିୟାଣାର ସୋନିପତର ବାସିନ୍ଦା । ତା’ ନାଁ ସହିତ ଜାଠେଡି କେବେ ଯୋଡ଼ି ହେଲା ତାହା ପୋଲିସ ମଧ୍ୟ ଜାଣି ନାହିଁ । କିନ୍ତୁ ପୋଲିସ ପାଖରେ ତାର ସବୁ କାଣ୍ଡ କାରନାମା ବା ଅପରାଧର ଲମ୍ବା ତାଲିକା ରହିଛି । କୁହାଯାଏ ଯେ କାଲା ଜାଥେଡି କେତେବେଳେ ଭାରତରେ ତ କେବେ ଦୁବାଇରେ ଏବଂ କେବେ ମାଲେସିଆରେ ବସି ତାର ଗ୍ୟାଙ୍ଗ ଚଳାଉଥିଲା ।

ପୋଲିସର ରେକର୍ଡ ଅନୁଯାୟୀ, କିଛି ବର୍ଷ ପୂର୍ବେ କାଲା ଜାଥେଡିର ଦୋସ୍ତି କିଛି ବଦମାସଙ୍କ ସହ ହୋଇଥିଲା । ସେହି ସମୟରେ ତାର ଖର୍ଚ୍ଚ ମଧ୍ୟ ବଢ଼ିଥିଲା । ନିଜର ଖର୍ଚ୍ଚ ପାଇଁ ସେ ପିତାମାତାଙ୍କଠାରୁ ଟଙ୍କା ମାଗିଥିଲା, ହେଲେ ସେହି ଟଙ୍କା ତାକୁ ଅଣ୍ଟିନଥିଲା । ଯାହାଫଳରେ ସେ ଲୁଟ୍‌ପାଟ୍‌ କରିବା ଆରମ୍ଭ କରିଥିଲା । ତା’ ବିରୋଧରେ ପ୍ରଥମ ମାମଲା ଦିଲ୍ଲୀରେ ୨୯ ସେପ୍ଟେମ୍ବର ୨୦୦୪ ରେ ରୁଜୁ ହୋଇଥିଲା ।