Advertisment

ସାବଧାନ! ଏଣିକି ରାଜଧାନୀରେ ବାଣ ଫୁଟାଇଲେ ବନ୍ଧା ହେବେ

ଏଣିକି ରାଜଧାନୀରେ ବାଣ ଫୁଟାଇଲେ ଆଉ ମିଳିବନି ତ୍ରାହି। ଭୋଗିବାକୁ ପଡିବ ଜେଲ୍ ଦଣ୍ଡ। ଦେଶର ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସର ଜେଲ ଦଣ୍ଡ ସାଙ୍ଗକୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା।

author-image
Manoranjan Behera
ଅଦ୍ୟତନ ହୋଇଛି
 Diwali 2022

Bursting FireCrackers

ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳୀ । କରୋନା ମହାମାରୀ ପାଇଁ ଦୁଇ ବର୍ଷ ଧରି ପର୍ବପର୍ବାଣୀ ପାଳନ ଉପରେ ରୋକ୍‌ ଲାଗିଥିଲା । ତେବେ ଏବର୍ଷ ସମସ୍ତ ପର୍ବପର୍ବାଣୀ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ବେଳେ ଦୀପାବଳୀକୁ ନେଇ ଲୋକଙ୍କ ମନରେ ଉତ୍ସାହ । ବାଣ ଫୁଟାଇବା ନେଇ ଛୋଟରୁ ବଡ଼ ଯାଏଁ ସମସ୍ତଙ୍କ ମନରେ ବେଶ୍‌ ଆଗ୍ରହ ।

Advertisment

ତେବେ ଦୀପାବଳୀକୁ ନେଇ ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା । ଦୀପାବଳୀରେ ଫୁଟାଇ ପାରିବେନି ବାଣ । ବାଣ ଫୁଟାଇଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏମିତିକି ଯିବାକୁ ପଡ଼ିବ ଜେଲ । ଦିପାବଳୀରେ ବାଣଫୁଟାକୁ ନେଇ ଦିଲ୍ଲୀ ସରକାର ବ୍ୟାନ୍‌ ଲଗାଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି । ଯେକୌଣସି ଲୋକ ବାଣ ଫୁଟାଇବେ, ସେମାନଙ୍କୁ ୬ ମାସ ଜେଲ ଦଣ୍ଡ ସହ ୨୦୦ ଟଙ୍କା ଜୋରିମାନା ହୋଇପାରେ ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀରେ ଯେକୌଣସି ସ୍ଥାନରେ ବାଣ ତିଆରି, ସଂରକ୍ଷଣ ଏବଂ ବିକ୍ରି କରାଯାଉଛି, ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ୫୦୦୦ ଟଙ୍କା ଜୋରିମାନା ସହ ବିସ୍ଫୋରକ ଆଇନର ଧାରା 9 B ଅନୁଯାୟୀ ତିନି ବର୍ଷ ଜେଲ ଦଣ୍ଡ ହେବ ।

Advertisment

ରାଜଧାନୀରେ ଯେପରି ଭାବେ ଏହି ନିର୍ଦ୍ଦେଶ କଡାକଡି ପାଳନ ହେବ ସେଥିପାଇଁ ସରକାରଙ୍କ ପକ୍ଷରୁ ୪୦୮ ଟି ଟିମ୍ ଗଠନ କରାଯାଇଛି। ଆସିଷ୍ଟାଣ୍ଟ କମିଶନରଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ପୋଲିସ ୨୧୦ଟି ଟିମ୍ ଗଠନ କରିଛି। ଆୟକର ବିଭାଗ ୧୬୫ ଟିମ୍ ତିଆରି କରିଛି ଓ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଦ୍ୱାରା ପୂରା ସହରରେ ୩୩ଟି ଟିମ୍‌କୁ ନିୟୋଜିତ କରାଯାଇଛି ।

ସେପ୍ଟେମ୍ବର ମାସରେ ଦିଲ୍ଲୀ ସରକାର ବାଣ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇଥିଲେ । ବିକ୍ରି କରିବାଠାରୁ ଆରମ୍ଭ କରି ଫୁଟାଇବା ଯାଏଁ ପ୍ରତିଟି ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହି ନିର୍ଦ୍ଦେଶ ଆସନ୍ତା ବର୍ଷ ଜାନୁଆରୀ ୧ ପର୍ଯ୍ୟନ୍ତ ଜାରି ରହିବ। ଗତ ଦୁଇ ବର୍ଷ ଧରି ନିରନ୍ତର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେଜ୍ରିୱାଲ ସରକାର ଏହି ପଦକ୍ଷେପ ନେଉଛନ୍ତି ।

Diwali 2022
Advertisment
Advertisment