Delhi Exit Polls 2025: ଦିଲ୍ଲୀରେ ହେବ ବିଜେପି ସରକାର ! ସବୁ ଏକଜିଟ୍‌ ପୋଲ୍‌ରେ BJPକୁ ବହୁମତ

MATRIZE ର ଆକଳନ କହୁଛି- ମୋଟ୍ ୭୦ଟି ଆସନରୁ ବିଜେପି ୩୫ରୁ ୪୦ଟି ସିଟ୍ ଜିତିପାରେ । ସେହିପରି ଆପ୍ ୩୨ରୁ ୩୭ଟି ଏବଂ କଂଗ୍ରେସ୍ ମାତ୍ର ଗୋଟିଏ ସିଟ୍ ଜିତିବାର ସମ୍ଭାବନା ରହିଛି ।

କାହାର ହେବ ଦିଲ୍ଲୀ ?

ଦିଲ୍ଲୀ ଦଙ୍ଗଲରେ ଏଥର ସାଫ୍ ହେଉଛି କି ଆମ୍‌ ଆଦମୀ ପାର୍ଟି ? କାହିଁକି ନା ମତଦାନ ସରିବା ପରେ ଆସିଥିବା ଅଧିକାଂଶ ଏକଜିଟ୍ ପୋଲ୍‌ର ଆକଳନ କହୁଛି- ଏଥର ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି ଭାରତୀୟ ଜନତା ପାର୍ଟି- ବିଜେପି । ସେହିପରି ଗତଥର ଭଳି ଏଥର ବି କଂଗ୍ରେସ୍ ଖାତା ଖୋଲିବା ସମ୍ଭାବନା କ୍ଷୀଣ ।

MATRIZE ର ଆକଳନ କହୁଛି- ମୋଟ୍ ୭୦ଟି ଆସନରୁ ବିଜେପି ୩୫ରୁ ୪୦ଟି ସିଟ୍ ଜିତିପାରେ । ସେହିପରି ଆପ୍ ୩୨ରୁ ୩୭ଟି ଏବଂ କଂଗ୍ରେସ୍ ମାତ୍ର ଗୋଟିଏ ସିଟ୍ ଜିତିବାର ସମ୍ଭାବନା ରହିଛି । ସେହିପରି P-MARQ ର ଆକଳନ ହେଲା- ବିଜେପି ୩୯ରୁ ୪୯ଟି ଆସନ, ଆପ୍ ୨୧ରୁ ୩୧ ଏବଂ କଂଗ୍ରେସ୍ ୦ରୁ ୧ ସିଟ୍ ପାଇପାରେ ।

‘ପିପୁଲସ୍ ଇନସାଇଟ୍‌’ର ଏକଜିଟ୍ ପୋଲ୍ ସର୍ଭେ କହୁଛି- ବିଜେପି ୪୦ରୁ ୪୪ ସିଟ୍, ଆପ୍ ୨୫ରୁ ୨୯ ଏବଂ କଂଗ୍ରେସ ୦ରୁ ୨ଟି ସିଟ୍ ଜିତିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ‘ପିପୁଲସ୍ ପଲସ୍’ ସର୍ଭେ ଅନୁଯାୟୀ- ବିଜେପି ୫୧ରୁ ୬୦ଟି ସିଟ୍ ଏବଂ ଆପ୍ ୧୦ରୁ ୧୯ଟି ସିଟ୍ ଜିତିପାରେ ।

ସେହିପରି ‘JVC’ ସର୍ଭେ ବିଜେପିକୁ ୩୯ରୁ ୪୫ଟି ସିଟ୍ ଦେଇଥିବା ବେଳେ ଆପ୍‌କୁ ୨୨ରୁ ୩୧ ଏବଂ କଂଗ୍ରେସକୁ ୦ରୁ ୨ଟି ସିଟ୍ ଦେଇଛି । ‘ପୋଲ୍ ଡାଏରୀ’ର ସର୍ଭେ ଅନୁସାରେ ବିଜେପିକୁ ୪୨ରୁ ୫୦ ସିଟ୍, ଆପ୍ କୁ ୧୮ରୁ ୨୫ ଏବଂ କଂଗ୍ରେସକୁ ୦ରୁ ୨ଟି ସିଟ୍ ମିଳିବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ: ମହାକୁମ୍ଭ ପାଇଁ ଫ୍ରି’ ଟ୍ରେନ୍‌, ଜାଣନ୍ତୁ କେଉଁ ରାଜ୍ୟ ସରକାର କଲେ ଏମିତି ଘୋଷଣା...