Delhi Assembly Election 2025: ଆଜି ଘୋଷଣା ହେବ ଦିଲ୍ଲୀ ନିର୍ବାଚନ ତାରିଖ, ଅପରାହ୍ନ ୨ଟାରେ ପ୍ରେସ୍‌ମିଟ୍‌ କରିବେ EC

ଆଜି ଅପରାହ୍ନ ୨ଟାରେ ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ ।

ଆଜି ଆସିବ ଦିଲ୍ଲୀ ନିର୍ବାଚନ ତାରିଖ

ଆଜି ଘୋଷଣା ହେବ ଦିଲ୍ଲୀ ନିର୍ବାଚନ ତାରିଖ । ଅପରାହ୍ନ ୨ଟାରେ ନିର୍ବାଚନ ଆୟୋଗ ପ୍ରେସମିଟ୍ କରି ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା କରିବେ । ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀରେ ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଉଛି । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ମତଦାନ ଏବଂ ଫେବ୍ରୁଆରୀ ୧୭ରେ ନିର୍ବାଚନ ଫଳାଫଳ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଏହାପୂର୍ବରୁ ସୋମବାର ନିର୍ବାଚନ ଆୟୋଗ ଫାଇନାଲ୍‌ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଏଥର ଦିଲ୍ଲୀରେ ସମୁଦାୟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧,୭୩,୯୫୨ । ସେହିପରି ୧,୨୬୧ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି ।

ଅଧିକ ପଢ଼ନ୍ତୁ: ଚୀନ୍ ଭାଇରସ ଶିଶୁ ମାନଙ୍କ ପାଇଁ ବିପଦ...

ଦିଲ୍ଲୀରେ ଗତ ଦୁଇଟି ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ୭୦ଟି ସିଟ୍ ମଧ୍ୟରୁ ୬୦ରୁ ଅଧିକ ଆସନରେ ଜିତି ସରକାର ଗଠନ କରୁଥିଲା । ୨୦୧୫ ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ୬୭ଟି ସିଟ୍ ଜିତିଥିଲା । ଦିଲ୍ଲୀ ଇତିହାସରେ ଏହା ପ୍ରଥମ ଥର ଥିଲା ଯେତେବେଳେ କି କୌଣସି ଦଳ ଏତେ ସଂଖ୍ୟକ ଆସନ ଜିତିଥିଲେ । ଏଥି ସହିତ, ୨୦୨୦ ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ୬୨ଟି ସିଟ୍ ଜିତିଥିଲା । ବିଜେପି ୮ଟି ଆସନ ଜିତିଥିଲା । ଯେଉଁଠାରେ କଂଗ୍ରେସ ଦୁଇଟି ନିର୍ବାଚନରେ ​​ଗୋଟିଏ ବି ଆସନ ଜିତିବାରେ ସକ୍ଷମ ହୋଇନାହିଁ ।